Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀ ସହ ସିଧାସଳଖ ଯୋଡ଼ିହେବ ସିଲିଗୁଡ଼ି; ୬ ଘଣ୍ଟାରେ ପୁରା ହେବ ଯାତ୍ରା

National

Delhi Siliguri Bullet Train / ଦିଲ୍ଲୀ ସହ ସିଧାସଳଖ ଯୋଡ଼ିହେବ ସିଲିଗୁଡ଼ି; ୬ ଘଣ୍ଟାରେ ପୁରା ହେବ ଯାତ୍ରା

Subhramjit Ray
Browse all articles by Subhramjit Ray
·1 hour ago·2 min read
ଦିଲ୍ଲୀ ସହ ସିଧାସଳଖ ଯୋଡ଼ିହେବ ସିଲିଗୁଡ଼ି; ୬ ଘଣ୍ଟାରେ ପୁରା ହେବ ଯାତ୍ରା
Delhi Siliguri Bullet Train

Key Points

ମୁମ୍ବାଇ-ଅହମ୍ମଦାବାଦ ପରେ ଦେଶର ଅନ୍ୟ ଏକ ପ୍ରମୁଖ ରଣନୈତିକ ମାର୍ଗରେ ଚଳାଚଳ କରିବ ବୁଲେଟ୍ ଟ୍ରେନ୍। ପ୍ରାୟ ୧୫୦୦ କିମି ଦୂରତା ବିଶିଷ୍ଟ ଏହି ମାର୍ଗର ଯାତ୍ରା ମାତ୍ର ୬ ଘଣ୍ଟାରେ ଶେଷ ହେବ।
Delhi Siliguri Bullet Train Service: ମୁମ୍ବାଇ-ଅହମ୍ମଦାବାଦ ପରେ ଦେଶର ଅନ୍ୟ ଏକ ମାର୍ଗରେ ଚଳାଚଳ କରିପାରେ ବୁଲେଟ ଟ୍ରେନ୍। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ଆଉ ଏକ ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ ହେବା ନେଇ ଘୋଷଣା କରିଛନ୍ତି। ଏହି ବୁଲେଟ୍ ଟ୍ରେନ୍ ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ବିହାର ଦେଇ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଯାତ୍ରା କରିବ।ଏହି ବୁଲେଟ୍ ଟ୍ରେନ୍ ସେବା ଦ୍ୱାରା ଦିଲ୍ଲୀ ଲକ୍ଷ୍ନୌ, ବାରାଣସୀ ଏବଂ ପାଟନା ଭଳି ପ୍ରମୁଖ ସହର ସହିତ ସିଧାସଳଖ ଯୋଡ଼ି ହେବ। ଯାହା ପଶ୍ଚିମବଙ୍ଗର ସିଲିଗୁଡ଼ି ପର୍ଯ୍ୟନ୍ତ ପହଞ୍ଚିବ। ଏହା ରାଜଧାନୀ ଏବଂ ଦୂରନ୍ତୋ ଭଳି ଟ୍ରେନ୍ ଦ୍ୱାରା ଦିଲ୍ଲୀରୁ କୋଲକାତାକୁ ବର୍ତ୍ତମାନ ଲାଗୁଥିବା ୨୦-୨୨ ଘଣ୍ଟା ଯାତ୍ରାକୁ ମାତ୍ର ୬-୭ ଘଣ୍ଟାକୁ ହ୍ରାସ କରିବ। ନିକଟରେ କୋଲକାତା ଗସ୍ତ କରିବା ସମୟରେ ଅଶ୍ୱିନୀ ବୈଷ୍ଣବ ଦିଲ୍ଲୀ-ସିଲିଗୁଡ଼ି ହାଇ-ସ୍ପୀଡ୍ କରିଡ଼ର ସମ୍ପର୍କରେ ଘୋଷଣା କରିଥିଲେ।

ଦିଲ୍ଲୀ-ସିଲିଗୁଡ଼ି ବୁଲେଟ୍ ଟ୍ରେନ୍‌ (Delhi Siliguri Bullet Train)
ଦିଲ୍ଲୀ-ସିଲିଗୁଡ଼ି ବୁଲେଟ୍ ଟ୍ରେନ୍‌ କରିଡ଼ର ଚାରୋଟି ପ୍ରମୁଖ ରାଜ୍ୟ: ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗକୁ ସଂଯୋଗ କରିବ। ଏହା ଦୁଇଟି ପୃଥକ ହାଇ-ସ୍ପୀଡ୍‌ କରିଡ଼ରକୁ ସଂଯୋଗ କରିବ। ପ୍ରଥମ ରୁଟ୍‌ ହେବ ଦିଲ୍ଲୀ-ବାରାଣସୀ ହାଇ ସ୍ପୀଡ୍‌ କରିଡ଼ର। ଦ୍ୱିତୀୟ ଭାଗ ହେବ ବାରାଣସୀ-ପାଟନା-ସିଲିଗୁଡ଼ି ହାଇ ସ୍ପୀଡ୍‌ କରିଡର। ମୋଦି ସରକାର ଏଥର ବଜେଟ୍‌ରେ ଏହି ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପକୁ ପ୍ରାଥମିକତା ଦେଇଛନ୍ତି।

ଦିଲ୍ଲୀ-ବାରାଣସୀ-ସିଲିଗୁଡ଼ି ମାର୍ଗରେ ରହିଥିବା ଷ୍ଟେସନ୍‌

ଦିଲ୍ଲୀ-ବାରାଣସୀ-ସିଲିଗୁଡ଼ି ମଧ୍ୟରେ ଚଳାଚଳ କରିବାକୁ ଯାଉଥିବା ଟ୍ରେନ୍‌ ନୂଆଦିଲ୍ଲୀରୁ ବାହାରି ଉତ୍ତର ପ୍ରଦେଶର ନୋଏଡା, ମଥୁରା, ଆଗ୍ରା, ଇଟାୱା, ଲକ୍ଷ୍ନୌ, ପ୍ରୟାଗରାଜ, ବାରାଣସୀ ଏବଂ ଗାଜିପୁର ଆଦି ସହରକୁ ସଂଯୋଗ କରିବ। ପରେ ବିହାରରେ ପ୍ରବେଶ କରି ରାଜଧାନୀ ପାଟନା ସହିତ ଯୋଡ଼ି ହେବ। ଏହା ପରେ ଉତ୍ତର ବଙ୍ଗର (ପଶ୍ଚିମବଙ୍ଗର ଉତ୍ତର ଭାଗ) ପ୍ରମୁଖ ପର୍ଯ୍ୟଟନ ସିଲିଗୁଡ଼ି ସହିତ ଯୋଡ଼ି ହେବ। ପରେ ଏହା ଭବିଷ୍ୟତରେ ଆସାମ ରାଜଧାନୀ ଗୌହାଟି ସହ ଯୋଡ଼ିହେବ।

ଏହା ସହ ପଢନ୍ତୁ: କିପରି ଦୃଶ୍ୟମାନ ହେବେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍? ସାମ୍ନାକୁ ଆସିଲା ଫଟୋ

୨୦ ଘଣ୍ଟାର ଯାତ୍ରାକୁ ମାତ୍ର ୬ ଘଣ୍ଟାକୁ ହ୍ରାସ କରିବ ବୁଲେଟ୍ ଟ୍ରେନ୍

ବର୍ତ୍ତମାନ ରାଜଧାନୀ ଏକ୍ସପ୍ରେସ୍ କିମ୍ବା ଦୂରନ୍ତୋ ଏକ୍ସପ୍ରେସ୍ ପରି ଟ୍ରେନ୍ ବ୍ୟବହାର କରି ଦିଲ୍ଲୀରୁ ସିଲିଗୁଡ଼ିକୁ ଯାତ୍ରା କରିବା ପାଇଁ ୧୮ ରୁ ୨୦ ଘଣ୍ଟା ସମୟ ଲାଗୁଛି। ବୁଲେଟ୍ ଟ୍ରେନ୍ କରିଡ଼ର ସମାପ୍ତ ହେବା ସହିତ ଦିଲ୍ଲୀରୁ ସିଲିଗୁଡ଼ିକୁ ୧୫୦୦ କିଲୋମିଟର ଯାତ୍ରାରେ ମାତ୍ର ୬ ଘଣ୍ଟାରେ ଶେଷ ହେବ। ଏହି ବୁଲେଟ୍ ଟ୍ରେନ୍ ଘଣ୍ଟା ପ୍ରତି ୨୫୦ ରୁ ୩୦୦ କିଲୋମିଟର ବେଗରେ ଯାତ୍ରା କରିବ।

ବୁଲେଟ୍ ଟ୍ରେନ୍ ଗତି
ଦିଲ୍ଲୀରୁ ବାରାଣସୀ: ପ୍ରାୟ ୩ ଘଣ୍ଟା ୫୦ ମିନିଟ୍
ଦିଲ୍ଲୀରୁ ପାଟନା: ୪ ଘଣ୍ଟା ୨୦ ମିନିଟ୍
ବାରାଣସୀରୁ ସିଲିଗୁଡ଼ି: ପ୍ରାୟ ୨ ଘଣ୍ଟା ୫୫ ମିନିଟ୍

ଦିଲ୍ଲୀରୁ ସିଲିଗୁଡ଼ି ବୁଲେଟ୍ ଟ୍ରେନ୍ ପ୍ରକଳ୍ପ
ଦିଲ୍ଲୀ-ସିଲିଗୁଡ଼ି ହାଇ-ସ୍ପୀଡ୍ କରିଡ]ର ଉତ୍ତର ଭାରତକୁ ପୂର୍ବୋତ୍ତର ଭାରତର ପ୍ରବେଶ ଦ୍ୱାର ସହିତ ସଂଯୋଗ କରିବ। ଉତ୍ତର-ପୂର୍ବର ପ୍ରବେଶ ଦ୍ୱାର ସିଲିଗୁଡ଼ିର (Siliguri) ଅନ୍ୟ ନାଁ ହେଉଛି ଚିକେନ୍ ନେକ୍ କରିଡର (Chicken Neck Corridor)। ଯାହା ପୂର୍ବୋତ୍ତର ଭାରତକୁ ଦେଶର ମୂଳ ଭୂଖଣ୍ଡ ସହିତ ସଂଯୋଗ କରିଥାଏ। ଏହି ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ପର୍ଯ୍ୟଟନ, ସାମରିକ ଏବଂ ଅନ୍ୟାନ୍ୟ ଆନୁଷଙ୍ଗୀକ ପରିବହନକୁ ବହୁତ ସହଜ କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi-Siliguri Bullet Train: 1500 km in 6 Hours via 11 Stations | Argus News