India First Bullet Train / କିପରି ଦୃଶ୍ୟମାନ ହେବେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍? ସାମ୍ନାକୁ ଆସିଲା ଫଟୋ
·14 hours ago·3 min read

Key Points
ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଚଳାଚଳ କରିବ। ଏହାର ଏକ ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ ଏହା ହେଉଛି ଦେଶର ପ୍ରଥମ ବୁଲେଟ୍ ଫଟୋ।
India First Bullet Train Viral Photo: ଦେଶର ପ୍ରଥମ ବୁଲେଟ ଟ୍ରେନ୍କୁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗଛି। ଏହାର ଏକ ଫଟୋ ଏବେ ସୋସିଆଲ ମିଡି଼ଆରେ ଜୋରସୋରରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍କୁ ଏକ ଚମତ୍କାର ନାରଙ୍ଗୀ ଏବଂ ଧଳା ରଙ୍ଗରେ ଦେଖିବାକୁ ମିଳୁଛି। ଏହାର ଭବିଷ୍ୟତର ଲୁକ୍ ଏବଂ ହାଇ-ସ୍ପୀଡ୍ ଡିଜାଇନ୍ ମଧ୍ୟ ଧ୍ୟାନ ଆକର୍ଷଣ କରୁଛି। ଏହି ଫଟୋ ଭାଇରାଲ ହେବା ମାତ୍ରେ ଲୋକେ ଏହାକୁ "ବେଗର ରାଣୀ" ବୋଲି କହିବା ଆରମ୍ଭ କରିଛନ୍ତି। ଏନେଇ ଦାବି କରାଯାଉଛି ଯେ ଏହା ହେଉଛି ସେହି ଟ୍ରେନ୍ ଯାହା ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଭାବରେ ସେବା ଯୋଗାଇବ।
ପ୍ରଥମ ଝଲକ ବଢାଇଲା ଲୋକଙ୍କ ଉତ୍ସାହ
ଦେଶର ପ୍ରଥମ ବୁଲେଟ ଟ୍ରେନ୍ ର ଯେଉଁ ଫଟୋ ସୋସିଆଲ ମିଡି଼ଆରେ ଭାଇରାଲ ହେଉଛି ଜୋରସୋରରେ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଏକ ଅତ୍ୟନ୍ତ ଆଧୁନିକ ଏବଂ ବାୟୁଗତିକ (Aerodynamic) ଡିଜାଇନ୍ ସହିତ ଦେଖାଯାଉଛି। ଏହାର ସମ୍ମୁଖ ଭାଗକୁ ଉଚ୍ଚ ଗତି ସମୟରେ ବାୟୁ ଚାପ ହ୍ରାସ କରିବା ପାଇଁ ଡିଜାଇନ୍ କରାଯାଇଛି। ନାରଙ୍ଗୀ, କଳା ଏବଂ ଧଳା ରଙ୍ଗର ମିଶ୍ରଣ ଏହାକୁ ଅନ୍ୟ ଟ୍ରେନ୍ ଠାରୁ ଏକ ସ୍ୱତନ୍ତ୍ର ରୂପ ପ୍ରଦାନ କରୁଛି। ଏହି ଫଟୋ ଦେଖିବା ପରେ ଲୋକେ କହୁଛନ୍ତି ଯେ ଯଦିଓ "ବନ୍ଦେ ଭାରତ ଟ୍ରେନ୍" ଏବଂ "ବୁଲେଟ୍ ଟ୍ରେନ୍" ରଙ୍ଗ ସମାନ ରହିଛି, ହେଲେ ରୂପରେଖରେ "ବୁଲେଟ୍ ଟ୍ରେନ୍", "ବନ୍ଦେ ଭାରତ ଟ୍ରେନ୍" ଅପେକ୍ଷା ଆଗରେ ରହିଛି।
ଏହା ସହ ପଢନ୍ତୁ: ଦ୍ରୁତ ଗତିରେ ଆଗେଇ ଚାଲିଛି ବୁଲେଟ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ; ମାସକରେ ନିର୍ମିତ ହେଉଛି ୧୫ କିମି ଟ୍ରାକ୍
ଭାରତର ରେଳ ଇତିହାସରେ ଏକ ପ୍ରମୁଖ ପଦକ୍ଷେପ
ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ଭାରତ ରେଳବାଇ ଇତିହାସର ସବୁଠାରୁ ବଡ଼ ଏବଂ ମହତ୍ୱାକାଂକ୍ଷୀ ପରିବହନ ପ୍ରକଳ୍ପ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହା କାର୍ଯ୍ୟକ୍ଷମ ହେବା ପରେ ଦୀର୍ଘ ଦୂରତା ଯାତ୍ରା ପୂର୍ବ ଅପେକ୍ଷା ଦ୍ରୁତ ଏବଂ ଅଧିକ ଆରାମଦାୟକ ହେବା ନେଇ ବିଶ୍ୱାସ କରାଯାଉଛି। ହାଇ-ସ୍ପୀଡ୍ ରେଳ ନେଟୱାର୍କ୍କୁ ଦେଶର ଭିତ୍ତିଭୂମି ପାଇଁ ଏକ ନୂତନ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।
ମୁମ୍ବାଇ-ଅହମ୍ମଦବାଦ ମଧ୍ୟରେ ଗୌଡ଼ିବ ବୁଲେଟ ଟ୍ରେନ୍
ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଦୌଡ଼ିବାକୁ ଯାଉଥିବା ହାଇ-ସ୍ପୀଡ୍ ଟ୍ରେନ୍ ସେବା ଆସନ୍ତା ବର୍ଷ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ କରିବାର ଯୋଜନା ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଦେଶର ଦୁଇ ପ୍ରମୁଖ ସହର ମୁମ୍ବାଇ-ଅହମ୍ମଦବାଦ ମଧ୍ୟରେ ଯାତ୍ରା ସମୟ ପ୍ରାୟ ଦୁଇ ଘଣ୍ଟା ହ୍ରାସ ପାଇବ ବୋଲି ଆଶା କରାଯାଉଛି। ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ପାଇଁ ଏକ ସୁଡ଼ଙ୍ଗ ନିର୍ମାଣ ପାଇଁ ନ୍ୟାସନାଲ୍ ହାଇ ସ୍ପୀଡ୍ ରେଳ କର୍ପୋରେସନ୍ ଲିମିଟେଡ୍ (NHSRCL) ମୁମ୍ବାଇର ପୂର୍ବ ଉପନଗର ଭିକ୍ରୋଲି ଠାରେ ପ୍ରଥମ ସୁଡ଼ଙ୍ଗ ବୋରିଂ ମେସିନ୍ (Tunnel Boring Machine) "କଟରହେଡ୍" (TBM Cutter Head) ତଳକୁ କରିବା ପରେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି।
ଏହା ସହ ପଢନ୍ତୁ: ରକେଟ ବେଗରେ ଦୌଡ଼ିବ ବୁଲେଟ ଟ୍ରେନ୍; ଦ୍ରୁତ ଗତିରେ ହେଉଛି ଟ୍ରାକ୍ ନିର୍ମାଣ
ଏବେ ବୁଲେଟ୍ ଟ୍ରେନ୍ ର ଯେଉଁ ଫଟୋ ଭାଇରାଲ ହେଉଛି ତାହାକୁ ରେଲୱେ ବୋର୍ଡ଼ ତାହାକୁ "ପ୍ରତୀକାତ୍ମକ" ବୋଲି ବର୍ଣ୍ଣନା କରିଛି। ଏହି ଫଟୋ ରେଳ ଭବନରେ ପ୍ରଦର୍ଶିତ ହୋଇଥିଲା। ଏନେଇ ଦାବି କରାଯାଉଥିଲା ଯେ ଏହା ହେଉଛି ଦେଶର ସେହି ବୁଲେଟ ଟ୍ରେନ୍ ଯିଏ ମୁମ୍ବାଇ-ଅହମ୍ମଦବାଦ ମଧ୍ୟରେ ଚଳାଚଳ କରିବ। ହେଲେ ରେଳବାଇ ଏବେ ସ୍ପଷ୍ଟ କରିଛି ଯେ ଏବେ ବୁଲେଟ୍ ଟ୍ରେନ୍ର ଯେଉଁ ଫଟୋ ଭାଇରାଲ ହେଉଛି ତାହା ବାସ୍ତବ ଫଟୋ ନୁହେଁ। ଏହାକୁ କେବଳ ପ୍ରତୀକାତ୍ମକ ଭାବରେ ପ୍ରଦର୍ଶିତ କରାଯାଇଛି।
ଏହାକୁ ବୁଲେଟ୍ ଟ୍ରେନ୍ର ପ୍ରଥମ ଫଟୋ ଭାବରେ ବିବେଚନା କରାଯାଉଛି। ହେଲେ ତଥାପି ରେଳବାଇ ଅଧିକାରୀ ଏହି ଦାବିକୁ ଖାରଜ କରି କହିଛନ୍ତି ଯେ ଏହା ବୁଲେଟ୍ ଟ୍ରେନ୍ର ପ୍ରକୃତ ଫଟୋ ନୁହେଁ। ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଏହା କେବଳ ଏକ ପ୍ରତୀକାତ୍ମକ ପ୍ରତିଛବି। ଏହା ବୁଲେଟ୍ ଟ୍ରେନ୍ର ପ୍ରକୃତ ପ୍ରତିଛବି ନୁହେଁ। ଯଦି ଏହାକୁ କୌଣସି ବିବାଦ ସୃଷ୍ଟି ହୁଏ, ତାହେଲେ ଏହାକୁ ହଟାଇ ଦିଆଯିବ।

BREAKING: First look at India’s Bullet Train 🇮🇳🚄
— Jharkhand Rail Users (@JharkhandRail) May 18, 2026
The first official image of the proposed train for the Mumbai–Ahmedabad High Speed Rail Corridor is now displayed at Gate No.4 : @RailMinIndia #IndianRailways pic.twitter.com/l1e4PJ7K4g
ଏହା ସହ ପଢନ୍ତୁ: ରକେଟ ବେଗରେ ଦୌଡ଼ିବ ବୁଲେଟ ଟ୍ରେନ୍; ଦ୍ରୁତ ଗତିରେ ହେଉଛି ଟ୍ରାକ୍ ନିର୍ମାଣ
ଏବେ ବୁଲେଟ୍ ଟ୍ରେନ୍ ର ଯେଉଁ ଫଟୋ ଭାଇରାଲ ହେଉଛି ତାହାକୁ ରେଲୱେ ବୋର୍ଡ଼ ତାହାକୁ "ପ୍ରତୀକାତ୍ମକ" ବୋଲି ବର୍ଣ୍ଣନା କରିଛି। ଏହି ଫଟୋ ରେଳ ଭବନରେ ପ୍ରଦର୍ଶିତ ହୋଇଥିଲା। ଏନେଇ ଦାବି କରାଯାଉଥିଲା ଯେ ଏହା ହେଉଛି ଦେଶର ସେହି ବୁଲେଟ ଟ୍ରେନ୍ ଯିଏ ମୁମ୍ବାଇ-ଅହମ୍ମଦବାଦ ମଧ୍ୟରେ ଚଳାଚଳ କରିବ। ହେଲେ ରେଳବାଇ ଏବେ ସ୍ପଷ୍ଟ କରିଛି ଯେ ଏବେ ବୁଲେଟ୍ ଟ୍ରେନ୍ର ଯେଉଁ ଫଟୋ ଭାଇରାଲ ହେଉଛି ତାହା ବାସ୍ତବ ଫଟୋ ନୁହେଁ। ଏହାକୁ କେବଳ ପ୍ରତୀକାତ୍ମକ ଭାବରେ ପ୍ରଦର୍ଶିତ କରାଯାଇଛି।
ଏହାକୁ ବୁଲେଟ୍ ଟ୍ରେନ୍ର ପ୍ରଥମ ଫଟୋ ଭାବରେ ବିବେଚନା କରାଯାଉଛି। ହେଲେ ତଥାପି ରେଳବାଇ ଅଧିକାରୀ ଏହି ଦାବିକୁ ଖାରଜ କରି କହିଛନ୍ତି ଯେ ଏହା ବୁଲେଟ୍ ଟ୍ରେନ୍ର ପ୍ରକୃତ ଫଟୋ ନୁହେଁ। ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଏହା କେବଳ ଏକ ପ୍ରତୀକାତ୍ମକ ପ୍ରତିଛବି। ଏହା ବୁଲେଟ୍ ଟ୍ରେନ୍ର ପ୍ରକୃତ ପ୍ରତିଛବି ନୁହେଁ। ଯଦି ଏହାକୁ କୌଣସି ବିବାଦ ସୃଷ୍ଟି ହୁଏ, ତାହେଲେ ଏହାକୁ ହଟାଇ ଦିଆଯିବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories