Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Strange Incident In Delhi / ଦିଲ୍ଲୀରେ ଶିକ୍ଷକଙ୍କ ଅଜବ କାଣ୍ଡ: ଖାଇବା ଅର୍ଡର କରି ପଇସା ଦେବାକୁ ମନା କଲେ

Ritu Das
Browse all articles by Ritu Das
·9 months ago·2 min read
ଦିଲ୍ଲୀରେ ଶିକ୍ଷକଙ୍କ ଅଜବ କାଣ୍ଡ: ଖାଇବା ଅର୍ଡର କରି ପଇସା ଦେବାକୁ ମନା କଲେ

Key Points

ଦିଲ୍ଲୀରେ ଜଣେ ଯୁବକଙ୍କ ଅଜବ କାଣ୍ଡ ସୋସିଆଲ୍ ମିଡିଆରେ ଭଲକରି ଭାଇରାଲ୍ ହେଇଛି । ସୂଚନା ଅନୁସାରେ, ସେ ଏକ ପ୍ରସିଦ୍ଧ ଅନଲାଇନ୍ ଫୁଡ୍ ଆପ୍‌ରୁ ଖାଦ୍ୟ ଅର୍ଡର୍ କରିଥିଲେ, କିନ୍ତୁ ଖାଦ୍ୟ ପହଞ୍ଚିଲାପରେ ପଇସା ଦେବାକୁ ସ୍ପଷ୍ଟଭାବେ ଅସ୍ବୀକାର କରିଦେଲେ।

ଦିଲ୍ଲୀରେ ଜଣେ ଯୁବକଙ୍କ ଅଜବ କାଣ୍ଡ ସୋସିଆଲ୍ ମିଡିଆରେ ଭଲକରି ଭାଇରାଲ୍ ହେଇଛି । ସୂଚନା ଅନୁସାରେ, ସେ ଏକ ପ୍ରସିଦ୍ଧ ଅନଲାଇନ୍ ଫୁଡ୍ ଆପ୍‌ରୁ ଖାଦ୍ୟ ଅର୍ଡର୍ କରିଥିଲେ, କିନ୍ତୁ ଖାଦ୍ୟ ପହଞ୍ଚିଲାପରେ ପଇସା ଦେବାକୁ ସ୍ପଷ୍ଟଭାବେ ଅସ୍ବୀକାର କରିଦେଲେ। ଆଉ ଏହାପରେ ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ।

ଦିଲ୍ଲୀର ନରେଲାରେ ଜଣେ ଶିକ୍ଷକ ଖାଦ୍ୟ ଅର୍ଡର କରିଥିଲେ। କିନ୍ତୁ ପାର୍ସଲ ଆସିବାପରେ ଅଧିକ ଟଙ୍କା କହିବାରୁ ଟଙ୍କା ଦେବାକୁ ମନା କରିଦେଇଥିଲେ। କିନ୍ତୁ ଶେଷରେ ତାଙ୍କୁ ବହୁତ ଅଧିକ ମୂଲ୍ୟ ଦେବାକୁ ପଡିଲା। କାରଣ ଟଙ୍କା ଦେବାକୁ ମନା କରିବାରୁ, ଡେଲିଭରି ପାର୍ଟନର ପୋଲିସକୁ ତୁରନ୍ତ ଡାକିଦଇଥିଲେ। ଏହାପରେ ଘଟଣାସ୍ଥଳକୁ ଦୁଇଜଣ ପୋଲିସ ଆସିଥିଲେ। ସେତେବେଳେ ସମ୍ପୃକ୍ତ ଶିକ୍ଷକ ହୋସରେ ନ ଥିବାରୁ ପୋଲିସଙ୍କ ସହ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ଏହାପରେ ପୋଲିସ ଉକ୍ତ ଶିକ୍ଷକଙ୍କୁ ହାଜତକୁ ନେଇଯାଇଥିଲେ। ଏକ ଡାକ୍ତରୀ ପରୀକ୍ଷାରୁ ସେ ନିଶାଗ୍ରସ୍ତ ଥିବା ଜଣାପଡ଼ିଥିଲା।

ଜାତୀୟ ରାଜପଥରେ ଆତଙ୍କ, ଚଳନ୍ତା ସ୍କର୍ପିଓରୁ ଫୁଟାଇଲେ ବାଣ

ତାଙ୍କ ଘର ବାହାରେ ଥିବା ଏକ ସିସିଟିଭି କ୍ୟାମେରାରେ ଦେଖାଯାଇଛି କି, ଶିକ୍ଷକ ରିଷି କୁମାରଙ୍କୁ ତାଙ୍କ କୋଠାର ସିଡ଼ିରୁ ଜୋରଜବରଦସ୍ତ ତଳକୁ ପୋଲିସ ନେଇ ଯାଉଥିବାର କଏଦ ହୋଇଥିଲା। ଏହି ସିସିଟିଭି ଫୁଟେଜରେ ଡେଲିଭରି ପାର୍ଟନରଙ୍କୁ ମଧ୍ୟ ଦେଖାଯାଉଛି।
ପୂର୍ବରୁ, ପୋଲିସ ରିଷିଙ୍କୁ ଗାଳି ଦେଉଥିବାର ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅନେକ ବ୍ୟବହାରକାରୀ ପ୍ରଶ୍ନ କରିଥିଲେ ଯେ ପୋଲିସ ତାଙ୍କୁ କାହିଁକି ଜୋରଜବରଦସ୍ତ ପୋଲିସ ଷ୍ଟେସନକୁ ନେଉଛନ୍ତି। ଏହା ପଛର କାରଣ ଜାଣି ନ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୋଲିସ ରିପୋର୍ଟ ଅନୁଯାୟୀ, ଅର୍ଜୁନ, ଯିଏ ଡେଲିଭରି ବଏ ଭାବରେ କାମ କରନ୍ତି, ସୋମବାର ସନ୍ଧ୍ୟାରେ ସେ ପୋଲିସକୁ ଫୋନ୍ କରିଥିଲେ। ସେ ପୋଲିସକୁ ଜଣାଇଥିଲେ ଯେ ସେ ନରେଲାରେ ଏକ ଅର୍ଡର ଦେବାକୁ ଯାଇଥିଲେ। ସେଠାରେ ଥିବା ବ୍ୟକ୍ତିମାନେ ବଳପୂର୍ବକ ଅର୍ଡର ନେଇଥିଲେ। କିନ୍ତୁ ପରେ ଏଥିପାଇଁ ଟଙ୍କା ଦେବାକୁ ମନା କରିଥିଲେ ଏବଂ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଅର୍ଜୁନ ପୋଲିସକୁ କହିଥିଲେ।

ଅଧିକ ପଢ଼ନ୍ତୁ ଭାରତ ସମ୍ପର୍କିତ ଖବର...

ପୋଲିସ କହିଛି ଯେ ରିଷି କୁମାରଙ୍କୁ ଘଟଣା ବିଷୟରେ ପଚରାଯିବାରୁ ସେ ପୋଲିସମାନଙ୍କୁ ଗାଳି ଦେଇଥିଲେ। ରିଷି କୁମାର ମଦ୍ୟପାନ କରିଥିବା ପରି ମନେ ହେଉଥିଲା, ଏବଂ ପୋଲିସ ତାଙ୍କୁ ସାଙ୍ଗରେ ଯିବାକୁ ଅନୁରୋଧ କରିବାରୁ ସେ ମନା କରିଦେଇଥିଲେ। ଶେଷରେ, ଦୁଇ ଜଣ ପୋଲିସ ତାଙ୍କୁ ଜୋରଜବରଦସ୍ତି ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲକୁ ନେଇଗଲେ। ଏହାପରେ ଜଣାପଡ଼ିଥିଲା ଯେ, ସେ ଅତ୍ୟଧିକ ମଦ୍ୟପାନ କରିଛନ୍ତି।
ପୋଲିସ କହିଛି ଯେ ଡେଲିଭରି ବଏ ଅର୍ଜୁନ ଥାନାରେ କୌଣସି ଅଭିଯୋଗ କରି ନ ଥିଲେ। କାରଣ ତାଙ୍କ ପାଖରେ ଡେଲିଭରି କରିବାକୁ ଅଧିକ ଅର୍ଡର ଥିଲା। ତେଣୁ ଅଭିଯୁକ୍ତ ବ୍ୟକ୍ତି ଜଣେ ଶିକ୍ଷକ ହୋଇଥିବାରୁ ତାଙ୍କୁ କେବଳ କାଉନସେଲିଂ କରାଯାଇ ଘରକୁ ଯିବାକୁ କୁହାଯାଇଥିଲା। ଏଭଳି କାମ ଯେପରି ପୁନର୍ବାର ନ ହୁଏ ବୋଲି ପୋଲିସ ତାଙ୍କୁ ଚେତାବନୀ ଦେଇଥିଲା।

Sponsored
Delhi Teacher Refuses to Pay for Food, Drunk Behaviour Leads to Police Custody | Argus News