Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Social Media

Viral Video / ଜାତୀୟ ରାଜପଥରେ ଆତଙ୍କ, ଚଳନ୍ତା ସ୍କର୍ପିଓରୁ ଫୁଟାଇଲେ ବାଣ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ଜାତୀୟ ରାଜପଥରେ ଆତଙ୍କ, ଚଳନ୍ତା ସ୍କର୍ପିଓରୁ ଫୁଟାଇଲେ ବାଣ

Key Points

ଦ୍ଵାରକା ଏକ୍ସପ୍ରେସ୍‌ରେ ସୁଟ୍ ହୋଇଥିବା ଏହି ଭିଡିଓରେ ଦୁଇଟି କାର୍ ଆଗପଛ ହୋଇ ଯାଉଛନ୍ତି । ମହିନ୍ଦ୍ରା ସ୍କର୍ପିଓର ଛାତ ଦେଇ ବାଣ ଫୁଟା ଯାଉଥିବା ବେଳେ ପଛରେ ଥିବା ହ୍ୟୁଣ୍ଡାଇ କ୍ରେଟାରୁ ରେକର୍ଡ କରାଯାଉଛି ଭିଡିଓ ।

ନୂଆଦିଲ୍ଲୀ: ଭାରତରେ ପାର୍ବଣ ସମୟରେ ବାଣ ଫୁଟାଇବା ବେଶ ସାଧାରଣ । କାରଣ ଆମେ ଅଦିନିଆ ଦୀପାବଳି ବି ପାଳୁ । ଆଉ ସେହିଭଳି କୌଣସି ରାସ୍ତାରେ ବିପଜ୍ଜନକ ଷ୍ଟଣ୍ଟ ଦେବା ବି ସାଧାରଣ କଥା । ସେହିଭଳି ଗୁରୁଗ୍ରାମର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।


ଏଥିସହ ପଢ଼ନ୍ତୁ: ନେପାଳ ପରେ ମଦଗସ୍କାର ସରକାରଙ୍କୁ ଗାଦିଚ୍ୟୁତ କଲେ GEN Z


ଭାଇରାଲ୍ ଭିଡିଓଟି ହେଉଛି ସେପ୍ଟେମ୍ବର ୨୩ର । ଦ୍ଵାରକା ଏକ୍ସପ୍ରେସ୍‌ରେ ସୁଟ୍ ହୋଇଥିବା ଏହି ଭିଡିଓରେ ଦୁଇଟି କାର୍ ଆଗପଛ ହୋଇ ଯାଉଛନ୍ତି । ମହିନ୍ଦ୍ରା ସ୍କର୍ପିଓର ଛାତ ଦେଇ ବାଣ ଫୁଟା ଯାଉଥିବା ବେଳେ ପଛରେ ଥିବା ହ୍ୟୁଣ୍ଡାଇ କ୍ରେଟାରୁ ରେକର୍ଡ କରାଯାଉଛି ଭିଡିଓ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସ୍କର୍ପିଓ ଓ କ୍ରେଟା ପଛରେ ଯାଉଥିବା ଆଉ ଏକ କାର୍ ଏ ସବୁକୁ ରେକର୍ଡ କରିଛି । ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖା ଯାଉଛି, ସ୍କର୍ପିଓର ସନ୍‌ ରୁଫ୍ ଦେଇ ଜଣେ ଯୁବକ ଛିଡ଼ା ହୋଇ ବାଣ ମାରୁଛନ୍ତି । ଆଉ କ୍ରେଟାର ସନ୍ ରୁଫ୍‌ରୁ ଏସବୁ ରେକର୍ଡ କରୁଛନ୍ତି ଆଉ ଜଣେ ଯୁବକ ।


ଏଥିସହ ପଢ଼ନ୍ତୁ: PoKରେ 'ମୌଳିକ ଅଧିକାର' ମାଗୁଥିବା ଲୋକଙ୍କୁ ପାକ୍ ରେଞ୍ଜର୍ସର ଗୁଳିମାଡ଼, ୧୦ ଜଣଙ୍କ ମୃତ୍ୟୁ


ସେପ୍ଟେମ୍ବର ୨୭ରେ ଜଣେ ଯୁବକ ଏହି ଭିଡିଓ ପୋଷ୍ଟ କରି ଲେଖିଥିଲେ ସ୍କର୍ପିଓଟି ଅସ୍ଥାୟୀ ନମ୍ବର ପ୍ଲେଟ୍ ଲଗାଇଛି । ଆହୁରି ଲେଖିଥିଲେ, ନୂଆ ଗାଡ଼ି କିଣିବା ଖୁସିରେ ବୋଧ ହୁଏ ସେ ବାଣ ଫୁଟାଇ ଖୁସି ମନାଉଛନ୍ତି । ଆଉ ଏହି ପୋଷ୍ଟରେ ଗୁରୁଗ୍ରାମ ପୋଲିସ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ତ୍ଵରିତ ପଦକ୍ଷେପ ନେବାକୁ ଟିମ୍‌କୁ ନିର୍ଦ୍ଦେଶ ଦେଇଥିଲା ।

Related Topics

Explore more stories

Sponsored
Gurugram Viral Video: Youth Burst Firecrackers on Moving Scorpio | Argus News | Argus News