Videos
|
National

Train Cancelled / ରେଲୱେର ବଡ଼ ନିଷ୍ପତ୍ତି; ଡିସେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ବାତିଲ୍ ହେଲା ଏସବୁ ଟ୍ରେନ୍

Sushanta Sahoo
Browse all articles by Sushanta Sahoo
·Published on: 28 Nov 2026, 17:09:20 IST·2 min read
ରେଲୱେର ବଡ଼ ନିଷ୍ପତ୍ତି; ଡିସେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ବାତିଲ୍ ହେଲା ଏସବୁ ଟ୍ରେନ୍
20 Trains Cancelled

Key Points

ଘନ କୁହୁଡ଼ି ପାଇଁ ରେଳ ଚଳାଚଳ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଅନେକ ଟ୍ରେନ୍‌ର ଚଳାଚଳରେ ପରିବର୍ତ୍ତନ କରାଯାଇଛି ।
ନୂଆଦିଲ୍ଲୀ: ଶୀତ ଋତୁ ଆରମ୍ଭ ହେବା ସହ ଘନ କୁହୁଡ଼ିକୁ ନେଇ ରେଳ ଚଳାଚଳ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଅନେକ ଟ୍ରେନ୍‌ର ଚଳାଚଳରେ ପରିବର୍ତ୍ତନ କରାଯାଇଛି । ୨୦୨୬ ଡିସେମ୍ବର ୧ରୁ ୨୦୨୭ ଫେବ୍ରୁଆରୀ ୨୮ ମଧ୍ୟରେ ୨୦ଟି ଟ୍ରେନ୍ ସମ୍ପୂର୍ଣ୍ଣ ବାତିଲ୍ ରହିବ । ଏହା ସହ ଆଉ ୨୬ଟି ଟ୍ରେନ୍‌ର ଚଳାଚଳ ଦିବସ ହ୍ରାସ୍ କରାଯାଇଛି

ପୂର୍ବ ମଧ୍ୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସରସ୍ୱତୀ ଚନ୍ଦ୍ର ଏହି ସୂଚନା ଦେଇଛନ୍ତି । କୁହୁଡ଼ି ସମୟରେ ଟ୍ରେନ୍ ଚଳାଚଳକୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀ ପ୍ରଭାବିତ ହୋଇପାରନ୍ତି ।

ଏଥିସହ ପଢ଼ନ୍ତୁ: ରେଲୱେର ସିଟ୍ ଆଲଟମେଣ୍ଟରେ ବଡ଼ ଧରଣର ତ୍ରୁଟି; ବଗିରେ ସିଟ୍ ନଥାଇ ବୁକ୍ ହୋଇଛି ଯାତ୍ରୀଙ୍କ ନିଶ୍ଚିତ ଟିକେଟ୍ 

ଘନ କୁହୁଡ଼ି ପାଇଁ ରେଲୱେ ଏହି ନିଷ୍ପତ୍ତି ନେଇଛି । ଏହି ଅନୁସାରେ, ଡିସେମ୍ବର ୧ ତାରିଖରୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଏକାଧିକ ଟ୍ରେନର ପରିଚାଳନା ବାତିଲ୍ ସହ କିଛି ଟ୍ରେନର ଚଳାଚଳ ଦିନ ସଂଖ୍ୟା କମାଇ ଦିଆଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାତିଲ୍ ହୋଇଥିବା ୨୦ ଟ୍ରେନ୍

ପ୍ରୟାଗରାଜ ଜଙ୍କସନ୍-ମୁଜାଫରପୁର ଏକ୍ସପ୍ରେସ୍ (14112) ୨ ଡିସେମ୍ବର-୨୪ ଫେବ୍ରୁଆରୀ
ମୁଜାଫରପୁର-ପ୍ରୟାଗରାଜ ଜଙ୍କସନ୍ ଏକ୍ସପ୍ରେସ (14111) ୨ ଡିସେମ୍ବର-୨୪ ଫେବ୍ରୁଆରୀ
ବୀରାଙ୍ଗନା ଲକ୍ଷ୍ମୀବାଈ (ଝାନ୍ସୀ)-କୋଲକାତା ଏକ୍ସପ୍ରେସ (22198) ୪ ଡିସେମ୍ବର-୨୬ ଫେବ୍ରୁଆରୀ
କୋଲକାତା-ବୀରାଙ୍ଗନା ଲକ୍ଷ୍ମୀବାଈ (ଝାନ୍ସୀ) ଏକ୍ସପ୍ରେସ (22197) ୬ ଡିସେମ୍ବର-୨୮ ଫେବ୍ରୁଆରୀ
ସାନ୍ତ୍ରାଗାଛି-ଆନନ୍ଦ ବିହାର ଏକ୍ସପ୍ରେସ (22858) ୭ ଡିସେମ୍ବର-୨୨ ଫେବ୍ରୁଆରୀ
ଆନନ୍ଦ ବିହାର-ସାନ୍ତ୍ରାଗାଛି ଏକ୍ସପ୍ରେସ (22858) ୮ ଡିସେମ୍ବର-୨୩ ଫେବ୍ରୁଆରୀ
ମାଲଦା ଟାଉନ-ନୂଆଦିଲ୍ଲୀ ଏକ୍ସପ୍ରେସ (14003) ୫ ଡିସେମ୍ବର-୨ ମାର୍ଚ୍ଚ
ନୂଆଦିଲ୍ଲୀ-ମାଲଦା ଟାଉନ ଏକ୍ସପ୍ରେସ (14004) ୩ ଡିସେମ୍ବର-୨୮ ଫେବ୍ରୁଆରୀ
ବରୌଣୀ-ଅମ୍ବାଲା ହରିହର ଏକ୍ସପ୍ରେସ (14523) ୩ ଡିସେମ୍ବର-୧ ମାର୍ଚ୍ଚ
ଅମ୍ବାଲା-ବରୌଣୀ ହରିହର ଏକ୍ସପ୍ରେସ (14524) ୧ ଡିସେମ୍ବର–୨୭ ଫେବ୍ରୁଆରୀ
ପୂର୍ଣ୍ଣିଆ କୋର୍ଟ-ଅମୃତସର ଜନସେବା ଏକ୍ସପ୍ରେସ (14617) ୩ ଡିସେମ୍ବର-୨ ମାର୍ଚ୍ଚ
ଅମୃତସର-ପୂର୍ଣ୍ଣିଆ କୋର୍ଟ ଜନସେବା ଏକ୍ସପ୍ରେସ (14618) ୧ ଡିସେମ୍ବର-୨୮ ଫେବ୍ରୁଆରୀ
ଡିବ୍ରୁଗଡ଼-ଚଣ୍ଡିଗଡ଼ ଏକ୍ସପ୍ରେସ (15903) ୪ ଡିସେମ୍ବର–୨୬ ଫେବ୍ରୁଆରୀ
ଚଣ୍ଡିଗଡ଼-ଡିବ୍ରୁଗଡ଼ ଏକ୍ସପ୍ରେସ (15904) ୬ ଡିସେମ୍ବର–୨୮ ଫେବ୍ରୁଆରୀ
କାମାଖ୍ୟା-ଗୟା ଏକ୍ସପ୍ରେସ (15620) ୭ ଡିସେମ୍ବର–୨୨ ଫେବ୍ରୁଆରୀ
ଗୟା-କାମାଖ୍ୟା ଏକ୍ସପ୍ରେସ (15619) ୮ ଡିସେମ୍ବର–୨୩ ଫେବ୍ରୁଆରୀ
କାମାଖ୍ୟା-ଆନନ୍ଦ ବିହାର ଏକ୍ସପ୍ରେସ (15621) ୩ ଡିସେମ୍ବର–୨୫ ଫେବ୍ରୁଆରୀ
ଆନନ୍ଦ ବିହାର-କାମାଖ୍ୟା ଏକ୍ସପ୍ରେସ (15622) ୪ ଡିସେମ୍ବର–୨୬ ଫେବ୍ରୁଆରୀ
ହାୱଡ଼ା-ଡେରାଡୁନ ଉପାସନା ଏକ୍ସପ୍ରେସ (13035) ୧ ଡିସେମ୍ବର–୨୬ ଫେବ୍ରୁଆରୀ
ଡେରାଡୁନ-ହାୱଡ଼ା ଉପାସନା ଏକ୍ସପ୍ରେସ (13036) ୨ ଡିସେମ୍ବର–୨୭ ଫେବ୍ରୁଆରୀ

ଆଉ ୨୬ଟି ଟ୍ରେନ୍‌ର ଚଳାଚଳ ଦିନ ହ୍ରାସ

କେବଳ ୨୦ଟି ଟ୍ରେନ୍ ବାତିଲ୍ ନୁହେଁ, ଆଉ ୨୬ଟି ଟ୍ରେନ୍‌ର ଚଳାଚଳ ଦିନ ମଧ୍ୟ କମାଇ ଦିଆଯାଇଛି ଅର୍ଥାତ୍ ଏହି ଟ୍ରେନ୍‌ଗୁଡ଼ିକ ପ୍ରତିଦିନ ନଚାଲି ନିର୍ଦ୍ଦିଷ୍ଟ ଦିନରେ ଚାଲିବ । ଏଥିରେ ଗ୍ୱାଲିୟର-ବରୌଣୀ ଏକ୍ସପ୍ରେସ, ଆନନ୍ଦ ବିହାର-ଭାଗଲପୁର ଗରିବ ରଥ, ପାଟଳିପୁତ୍ର-ଲକ୍ଷ୍ନୌ ଏକ୍ସପ୍ରେସ, କାମାଖ୍ୟା-ଆନନ୍ଦ ବିହାର ନର୍ଥ ଇଷ୍ଟ ଏକ୍ସପ୍ରେସ, ଅଜମେର-ଶିଆଲଦା ଏକ୍ସପ୍ରେସ ଏବଂ ହାୱଡ଼ା-କାଠଗୋଦାମ ବାଘ ଏକ୍ସପ୍ରେସ ଭଳି ଟ୍ରେନ୍ ରହିଛି ।

ଏହି ଟ୍ରେନ୍‌ଗୁଡ଼ିକର କେଉଁ ଦିନ ଚଳାଚଳ ବନ୍ଦ ରହିବ, ତାହା ଅଲଗା ଅଲଗା ଭାବେ ଧାର୍ଯ୍ୟ କରାଯାଇଛି । ତେଣୁ ଯାତ୍ରା ପୂର୍ବରୁ ନିଜ ଟ୍ରେନ୍‌ର ତାରିଖ ଓ ସମୟ ଯାଞ୍ଚ କରିବା ଜରୁରୀ ।

ଏଥିସହ ପଢ଼ନ୍ତୁ: ଟ୍ରେନ୍ ଖାଦ୍ୟରେ ଏ କ'ଣ ? ବନ୍ଦେ ଭାରତରେ ନଟ୍‌ବୋଲ୍ଟ ଦେଖି ହଙ୍ଗାମା 

ଟିକେଟ୍ କରିବା ପୂର୍ବରୁ ଯାଞ୍ଚ କରନ୍ତୁ

ଯେଉଁ ଯାତ୍ରୀମାନେ ଡିସେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ଟ୍ରେନ୍‌ରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ସେମାନେ ଟିକେଟ୍ ବୁକିଂ ପୂର୍ବରୁ ଟ୍ରେନ୍‌ର ଚଳାଚଳ ସ୍ଥିତି ଯାଞ୍ଚ କରନ୍ତୁ । ଏଥିପାଇଁ ଭାରତୀୟ ରେଳବାଇର ଅଫିସିଆଲ୍ ୱେବସାଇଟ୍ NTES କିମ୍ବା IRCTC ବ୍ୟବହାର କରିପାରିବେ ।