Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cyclone Montha / ଅକ୍ଟୋବରରେ ବାତ୍ୟା ନେଇ ପୂର୍ବରୁ ପାଞ୍ଜିରେ ଲେଖାଥିଲା, ଏବେ ସତ ହେଉଛି ପୂର୍ବାନୁମାନ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଅକ୍ଟୋବରରେ ବାତ୍ୟା ନେଇ ପୂର୍ବରୁ ପାଞ୍ଜିରେ ଲେଖାଥିଲା, ଏବେ ସତ ହେଉଛି ପୂର୍ବାନୁମାନ

Key Points

ପ୍ରାକୃତିକ ବିପର୍ଯ୍ୟୟ, ପବନ, ବନ୍ୟା, ବାତ୍ୟା ଦ୍ଵାରା କୃଷିହାନିର ଆଶଙ୍କା କରାଯାଇଥିଲା ପାଞ୍ଜିରେ । ଆଉ ଏବେ ପାଣିପାଗ ବିଭାଗ ସମାନ ପୂର୍ବାନୁମାନ କରିଥିବା ବେଳେ ବଙ୍ଗୋପସାଗରରେ ବାତ୍ୟା ଆସୁଛି ।
ପୁରୀ: ବଙ୍ଗୋପସାଗରରେ ବାତ୍ୟା ଆସିବ । ଓଡ଼ିଶା, ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବ । ପ୍ରାକୃତିକ ବିପର୍ଯ୍ୟୟ, ପବନ, ବନ୍ୟା, ବାତ୍ୟା ଦ୍ଵାରା କୃଷିହାନିର ଆଶଙ୍କା କରାଯାଇଥିଲା ପାଞ୍ଜିରେ । ଆଉ ଏବେ ପାଣିପାଗ ବିଭାଗ ସମାନ ପୂର୍ବାନୁମାନ କରିଥିବା ବେଳେ ବଙ୍ଗୋପସାଗରରେ ବାତ୍ୟା ଆସୁଛି । ଆଉ କିଛି ଘଣ୍ଟା ମଧ୍ୟରେ ଗଭୀର ଅବପାତ ବାତ୍ୟା "ମୋନ୍ଥା"ରେ ପରିଣତ ହେବ ।

ବାତ୍ୟା ନେଇ ପାଞ୍ଜି ଓ ଜୋତିର୍ବିଦ ବର୍ଷ ଆରମ୍ଭରୁ ଆକଳନ କରି ଲେଖି ଥିଲେ । ଅରୁଣଉଦୟ ପ୍ରେସର ନୂତନ ଖଡ଼ିରତ୍ନ ପଞ୍ଜିକାରେ ଉଲ୍ଲେଖ କରାଯାଇଛି ଯେ, "କାର୍ତ୍ତିକ ମାସ ବା ତୁଳା ମାସର ଜଳବିଷୁବ ଗର୍ଭଣା ସଂକ୍ରାନ୍ତି ସଞ୍ଚାର ଗଣନା ପ୍ରମାଣ ହୋଇଛି ମାସାଧପତି ରବି । ଫଳ ସ୍ୱରୂପ ସମୁଦ୍ର ସଞ୍ଚାର ଅଶ୍ଵବାହନେ ବହୁଜଳ ବୃଷ୍ଟି ।"

ଏଥିସହ ପଢ଼ନ୍ତୁ: ମାଲକାନଗିରିରୁ କେତେ ଦୂରରେ ଯିବ 'ମୋନ୍ଥା' ? କହିଦେଲେ ରାଜସ୍ଵ ମନ୍ତ୍ରୀ...

ପାଞ୍ଜିରେ ଲେଖା ଯାଇଛି, "ଅଷ୍ଟ୍ରେଲିଆ, ସୁମାତ୍ରା ଓ ପୂର୍ବଭାରତୀୟ ଦ୍ୱୀପପୁଞ୍ଜ, ଭାରତ ମଧ୍ୟରେ ପଶ୍ଚିମବଙ୍ଗ, କଲିକତା, ଗଙ୍ଗାନଦୀ ତଟବର୍ତ୍ତୀ ଅଞ୍ଚଳ ଓଡ଼ିଶା, ଆନ୍ଧ୍ର, କେରଳ, କର୍ଣାଟକ, ତାମିଲନାଡ଼ୁ, ଦକ୍ଷିଣ ଉପକୂଳ ଅଞ୍ଚଳମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟ ପବନ ଭୟ, ବନ୍ୟା, ବାତ୍ୟାଦ୍ଵାରା କୃଷିହାନି ଓ ଜନକ୍ଷୟର ଆଶଙ୍କା ରହିଛି । ମାସତତ୍ତ୍ଵ ଓ ପାଣିପାଗ ଆକଳନ ଅନୁସାରେ ଏ ମାସର ମଧ୍ୟଭାଗରେ ଆଞ୍ଚଳିକ ବହୁବୃଷ୍ଟି ଯୋଗ ।"

କେବଳ ବାତ୍ୟା କଥା ନୁହେଁ ବରଂ ପାଞ୍ଜିରେ ସୁନା ମୂଲ୍ୟ ବୃଦ୍ଧି ହେବା କତା ପୂର୍ବରୁ ଆକଳନ କରାଯାଇଛି । ପାଞ୍ଜି ଅନୁସାରେ, "ସ୍ଵର୍ଣ୍ଣାଦି ଧାତୁଦ୍ରବ୍ୟର ମୂଲ୍ୟ ବଢ଼ିବ । ବସ୍ତ୍ର, କାର୍ପାସ ଓ ଜଙ୍ଗଲଜାତ ପଦାର୍ଥର ମୂଲ୍ୟ ସମ ରହିବ । ବିଳାସସାମଗ୍ରୀ ଓ ଲୌହାଦି ଧାତୁଦ୍ରବ୍ୟ, ଇନ୍ଧନର ମୂଲ୍ୟ ବଢ଼ି ଚାଲିବ ।"

ଏଥିସହ ପଢ଼ନ୍ତୁ: 'ଆମ ବସ୍‌'ରେ ସୃଷ୍ଟି କରୁଥିଲେ କୃତ୍ରିମ ଭିଡ଼, ଚାରିପଟେ ଘେରି ଲୁଟ୍ କରୁଥିଲେ ଟଙ୍କା ଓ ଅଳଙ୍କାର

ବାତ୍ୟା 'ମୋନ୍ଥା'କୁ ନେଇ ଓଡ଼ିଶା ସଜାଗ ରହିଥିବା ବେଳେ ରାଜସ୍ଵ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଜ ପୂଜାରୀ ଦେଇଛନ୍ତି ବଡ଼ ସୂଚନା । ସ୍ଵତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ସମ୍ଭାବ୍ୟ ବାତ୍ୟା 'ମୋନ୍ଥା'କୁ ନେଇ ବୈଠକ ପରେ ମନ୍ତ୍ରୀ ଦେଇଛନ୍ତି ବଡ଼ ଅପଡେଟ୍ । ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ରାଜ୍ୟର ୮ଟି ଜିଲ୍ଲା ରେଡ ଜୋନ୍‌ରେ ରହିଛି । ଏହି ଜିଲ୍ଲାରେ ବାତ୍ୟାର ପ୍ରତିଫଳନ ରହିବ ।"

ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, "ମାଲକାନାଗିରି ଠାରୁ ୨୦୦ କିମି ଦୂରରେ ବାତ୍ୟା ଅତିକ୍ରମ କରିବ । ବାତ୍ୟାରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଅତି ଭାରି ବର୍ଷା ସହ ଭୂସ୍ଖଳନ, ଆକସ୍ମିକ ବନ୍ୟା ଆଶଙ୍କା କରାଯାଉଛି । ତେଣୁ ଏସବୁ ଜିଲ୍ଲାରେ ପ୍ରସ୍ତୁତି ସରିଛି, ସରକାର ଆଲୋଚନା କରିଛନ୍ତି । ଗତକାଲି ୧୫ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଥିଲୁ । ଆଜି ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛୁ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cyclone Montha Predicted in Panjika: Odisha on High Alert | Argus News | Argus News