Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cyclone Montha / ରେଡ୍ ଜୋନ୍‌ରେ ଥିବା ୮ ଜିଲ୍ଲାରେ ୨ ଦିନ ଅଙ୍ଗନବାଡ଼ି ବନ୍ଦ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ରେଡ୍ ଜୋନ୍‌ରେ ଥିବା ୮ ଜିଲ୍ଲାରେ ୨ ଦିନ ଅଙ୍ଗନବାଡ଼ି ବନ୍ଦ

Key Points

ବାତ୍ୟାକୁ ନଜରରେ ରଖି ଆସନ୍ତା ୨୮ ଓ ୨୯ରେ ଅଙ୍ଗନବାଡ଼ି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଭାଗ । ବାତ୍ୟା ପାଇଁ ରେଡ୍ ଜୋନ୍‌ରେ ଥିବା ୮ ଜିଲ୍ଲାରେ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର ।
ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କତା । ସତର୍କମୂଳକ ପଦକ୍ଷେପ ନେଲା ମହିଳା ଓ ଶିଶୁ ବିକାଶ ବିଭାଗ । ବାତ୍ୟାକୁ ନଜରରେ ରଖି ଆସନ୍ତା ୨୮ ଓ ୨୯ରେ ଅଙ୍ଗନବାଡ଼ି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଭାଗ । ବାତ୍ୟା ପାଇଁ ରେଡ୍ ଜୋନ୍‌ରେ ଥିବା ୮ ଜିଲ୍ଲାରେ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର ।

ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ ପ୍ରଭାବିତ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ରେଡ୍ ଜୋନ୍‌ରେ ଥିବା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨୮ ଓ ୨୯ରେ ବନ୍ଦ ରହିବ ।

ଏଥିସହ ପଢ଼ନ୍ତୁ: ଅକ୍ଟୋବରରେ ବାତ୍ୟା ନେଇ ପୂର୍ବରୁ ପାଞ୍ଜିରେ ଲେଖାଥିଲା, ଏବେ ସତ ହେଉଛି ପୂର୍ବାନୁମାନ

ଏଥିସହ ସ୍ଥାନୀୟ ବର୍ଷା ଓ ବାତ୍ୟା ସ୍ଥିତିକୁ ଦେଖି ୨୭ ଓ ୩୦ ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବା ଲାଗି ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇ ପାରିବ । ଏନେଇ ବାତ୍ୟା ପ୍ରଭାବିତ ଜିଲ୍ଲା ପ୍ରଶାସନକୁ କ୍ଷମତା ଦେଇଛି ମହିଳା ଓ ଶିଶୁ ବିକାଶ ବିଭାଗ ।

ତାଜା ସୂଚନା ଅନସୁାରେ, ବଙ୍ଗୋପସାଗରରେ ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଅଗ୍ରସର ହେଉଛି । ଆଗାମୀ ୧୨ ଘଣ୍ଟାରେ ଦକ୍ଷିଣପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତଟି ବାତ୍ୟା "ମୋନ୍ଥା"ରେ ପରିଣତ ହୋଇପାରେ ।

୨୮ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇ ସନ୍ଧ୍ୟା/ରାତିରେ ଆନ୍ଧ୍ର ଉପକୂଳର ମଛଲିପାଟଣମ ଏବଂ କଳିଙ୍ଗପାଟ୍ଟଣମ ମଧ୍ୟରେ କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇବା ନେଇ ଆକଳନ କରାଯାଇଛି । ବାତ୍ୟା ଲ୍ୟାଣ୍ଡଫଳ ସମୟରେ ୯୦ରୁ ୧୦୦ କିଲୋମିଟର ବେଗରେ ଘଣ୍ଟା ପ୍ରତି ପବନ ହୋଇପାରେ ।

ବାତ୍ୟା ନେଇ ୨୭ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି । ୨୮ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମକୁ ରେଡ୍ ଆଲର୍ଟ ରହିଥିବା ବେଳେ ୨୯ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ରହିଛି ରେଡ୍ ୱାର୍ଣ୍ଣିଂ । ମତ୍ସ୍ୟଜୀବୀଙ୍କୁ ୨୯ ପର୍ଯ୍ୟନ୍ତ ସମୁଦ୍ର ବାରଣ କରାଯାଇଥିବା ବେଳେ ଓଡ଼ିଶା ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ମାଲକାନଗିରିରୁ କେତେ ଦୂରରେ ଯିବ 'ମୋନ୍ଥା' ? କହିଦେଲେ ରାଜସ୍ଵ ମନ୍ତ୍ରୀ...

ବାତ୍ୟା 'ମୋନ୍ଥା'କୁ ନେଇ ଓଡ଼ିଶା ସଜାଗ ରହିଥିବା ବେଳେ ରାଜସ୍ଵ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଜ ପୂଜାରୀ ଦେଇଛନ୍ତି ବଡ଼ ସୂଚନା । ସ୍ଵତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ସମ୍ଭାବ୍ୟ ବାତ୍ୟା 'ମୋନ୍ଥା'କୁ ନେଇ ବୈଠକ ପରେ ମନ୍ତ୍ରୀ ଦେଇଛନ୍ତି ବଡ଼ ଅପଡେଟ୍ । ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ରାଜ୍ୟର ୮ଟି ଜିଲ୍ଲା ରେଡ ଜୋନ୍‌ରେ ରହିଛି । ଏହି ଜିଲ୍ଲାରେ ବାତ୍ୟାର ପ୍ରତିଫଳନ ରହିବ ।"

ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, "ମାଲକାନାଗିରି ଠାରୁ ୨୦୦ କିମି ଦୂରରେ ବାତ୍ୟା ଅତିକ୍ରମ କରିବ । ବାତ୍ୟାରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଅତି ଭାରି ବର୍ଷା ସହ ଭୂସ୍ଖଳନ, ଆକସ୍ମିକ ବନ୍ୟା ଆଶଙ୍କା କରାଯାଉଛି । ତେଣୁ ଏସବୁ ଜିଲ୍ଲାରେ ପ୍ରସ୍ତୁତି ସରିଛି, ସରକାର ଆଲୋଚନା କରିଛନ୍ତି । ଗତକାଲି ୧୫ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଥିଲୁ । ଆଜି ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛୁ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cyclone Montha Alert: Odisha Government Closes Anganwadi Centres in 8 Districts on October 28–29 | Argus News | Argus News