Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ହେଉଛି ଆମର ପ୍ରାଥମିକତା'

National

Union Minister Dharmendra Pradhan / 'ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ହେଉଛି ଆମର ପ୍ରାଥମିକତା'

Subhramjit Ray
Browse all articles by Subhramjit Ray
·3 hours ago·2 min read
'ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ହେଉଛି ଆମର ପ୍ରାଥମିକତା'
Union Minister Dharmendra Pradhan

Key Points

ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ହେଉଛି ଆମର ପ୍ରାଥମିକତା। ସେମାନଙ୍କ ସମସ୍ୟାର ସମାଧାନ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କରାଯିବ ବୋଲି ଗୁରୁବାର ନୂଆଦିଲ୍ଲୀ ସ୍ଥିତ ସିବିଏସଇ ମୁଖ୍ୟାଳୟରେ ଆୟୋଜିତ ହୋଇଥିବା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।


Dharmendra Pradhan CBSE meeting: ଗୁରୁବାର (ମେ ୨୮) ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ମୁଖ୍ୟାଳୟରେ ଆୟୋଜିତ ହୋଇଯାଇଛି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ଏହି ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସିବିଏସଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ମୂଲ୍ୟାୟନ ଏବଂ ପରବର୍ତ୍ତୀ ଫଳାଫଳ ପ୍ରକ୍ରିୟା ସହିତ ଜଡି଼ତ ସମସ୍ୟାର ସମାଧାନ କରିବା ଉପର ଆଲୋଚନା ହୋଇଥିଲା।

ଗୁରୁବାର ସିବିଏସଇ ମୁଖ୍ୟାଳୟରେ ଆୟୋଜିତ ହୋଇଥିବା ସମୀକ୍ଷା ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର, ସିବିଏସଇ ଅଧ୍ୟକ୍ଷ ରାହୁଲ ସିଂହ, IIT ମାଡ୍ରାସ ନିର୍ଦ୍ଦେଶକ ପ୍ରଫେସର ଭି. କାମାକୋଟି, IIT କାନପୁର ନିର୍ଦ୍ଦେଶକ, ଶିକ୍ଷା ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ (KVS)ର ବରିଷ୍ଠ ଅଧିକାରୀଙ୍କ ସମେତ ସମେତ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ପ୍ରତିନିଧି ଯୋଗ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଛାତ୍ରଛାତ୍ରୀ ସାମ୍ନା କରୁଥିବା ସମସ୍ୟାର ଧାର୍ଯ୍ୟ ସମୟସୀମା ମଧ୍ୟରେ ସମାଧାନ, ସ୍ୱଚ୍ଛ ଏବଂ ଛାତ୍ର-ଅନୁକୂଳ ବ୍ୟବସ୍ଥା କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉ। ସେ ସ୍ୱଚ୍ଛତା, ଦାୟିତ୍ୱବୋଧତା ଏବଂ ଛାତ୍ର-କୈନ୍ଦ୍ରିକ ପରୀକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇ ଥିଲେ। ଅନ୍ୟପଟେ ସେ ଛାତ୍ର ଏବଂ ଅଭିଭାବକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସମସ୍ତ ସମସ୍ୟାକୁ ପ୍ରଭାବଶାଳୀ ଢଙ୍ଗରେ ଯଥାଶୀଘ୍ର ସମାଧାନ କରାଯିବ।

ଏହା ସହ ପଢନ୍ତୁ: ଆଇଆଇଟି ବମ୍ବେରେ ଦେଶର ପ୍ରଥମ କାର୍ବନ କ୍ୟାପଚର ଲ୍ୟାବ୍‌ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଛାତ୍ରଛାତ୍ରୀଙ୍କ ଲାଗି ସହାୟତା ପ୍ରଣାଳୀକୁ ସୁଦୃଢ଼ ​​କରିବା, ମୂଲ୍ୟାଙ୍କନ ଏବଂ ତଦାରଖ ଢାଞ୍ଚାରେ ଉନ୍ନତି ଆଣିବା, ସିବିଏସଇ ଡିଜିଟାଲ୍ ପ୍ଲାଟଫର୍ମ୍କୁ ବୃଦ୍ଧି କରିବା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ସମ୍ବନ୍ଧୀୟ ସେବାକୁ ଅଧିକ ସୁଗମ ଏବଂ ଦକ୍ଷ କରିବା ସହ ଫଳାଫଳ ପରବର୍ତ୍ତୀ ସେବାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ଯେ ଚଳିତ ବର୍ଷ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଯେଉଁଥିରେ ପ୍ରାୟ ୯୮ ଲକ୍ଷ ଉତ୍ତର ପତ୍ର (Answer Sheet) ଏବଂ ସ୍କାନ ହୋଇଥିବା ପ୍ରାୟ ୪୦ କୋଟି ପୃଷ୍ଠା (Scanned Pages) ଅନ୍ତର୍ଭୂକ୍ତ ରହିଛି। ଏପର୍ଯ୍ୟନ୍ତ ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ପୋର୍ଟାଲ୍ ମାଧ୍ୟମରେ ସ୍କାନ ହୋଇଥିବା ପ୍ରାୟ ୧୧ ଲକ୍ଷ ଉତ୍ତର ପତ୍ର ପାଇଛନ୍ତି।

ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ହେଉଛି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଯେକୌଣସି ତ୍ରୁଟି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମଗ୍ର ବ୍ୟବସ୍ଥା ଭିତରେ କିମ୍ବା ବାହାରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ। ଶିକ୍ଷା ମନ୍ତ୍ରଣାଳୟ ସମଗ୍ର ପରିସ୍ଥିତି ଉପରେ ସତର୍କ ନଜର ରଖିଛି।

ଏହ ସହ ପଢନ୍ତୁ: ଚଣ୍ଡିଖୋଲ ପେଟ୍ରୋଲିୟମ ରିଜର୍ଭ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

ଏହା ସହିତ IIT ମାଡ୍ରାସ ପ୍ରଫେସର ଏବଂ ଡିଜିଟାଲ୍ ସିଷ୍ଟମ୍ ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ବୈଷୟିକ ଦଳକୁ ଛାତ୍ରଛାତ୍ରୀଙ୍କ ପାଇଁ ସୁଗମ ଏବଂ ନିରବଚ୍ଛିନ୍ନ ସେବା ସୁନିଶ୍ଚିତ କରିବା ପାଇଁ ପୋର୍ଟାଲ୍ ସ୍ଥିରତା ଏବଂ ସର୍ଭର କ୍ଷମତା (Portal Stability & Server Capacity), ଲଗଇନ୍ ପରିଚାଳନା (Login Management) ଏବଂ ପେମେଣ୍ଟ ଗେଟୱେ ସମନ୍ୱୟ (Payment Gateway Integration) ଉପରେ ସମୀକ୍ଷା କରିବା ପାଇଁ ଦାୟିତ୍ୱ ଦିଆଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan Chairs High-Level Review Meeting at CBSE HQ | Argus News