Union Minister Dharmendra Pradhan / ଆଇଆଇଟି ବମ୍ବେରେ ଦେଶର ପ୍ରଥମ କାର୍ବନ କ୍ୟାପଚର ଲ୍ୟାବ୍ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

Key Points
ସୋମବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଆଇଟି ବମ୍ବେ ଠାରେ "ଇଣ୍ଟିଗ୍ରେଟେଡ୍ କାର୍ବନ କ୍ୟାପଚର, ୟୁଟିଲାଇଜେସନ୍ ଏଣ୍ଡ୍ ଷ୍ଟୋରେଜ୍ (ସିସିୟୁଏସ)" ଫିଲ୍ଡ ଲାବୋରେଟୋରୀ ଲ୍ୟାବ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ "ପଞ୍ଚାମୃତ" ପ୍ରତିଶୃତି ଏବଂ ୨୦୭୦ ସୁଦ୍ଧା ‘ନେଟ୍ ଜିରୋ’ ଲକ୍ଷ୍ୟ ହାସଲ କରିବାରେ ଏହି ପ୍ରଯୁକ୍ତିବିଦ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାନୁଷ୍ଠାନ କେବଳ ଜ୍ଞାନ ଆହରଣ ନୁହେଁ, ବରଂ ନବସୃଜନ ଏବଂ ଗବେଷଣା ମାଧ୍ୟମରେ ଦେଶର ସାମର୍ଥ୍ୟ ବୃଦ୍ଧି କରୁଛନ୍ତି। ୨୦୪୭ ସୁଦ୍ଧା "ବିକଶିତ ଭାରତ" ଗଠନ ପାଇଁ ଶିକ୍ଷାବିତ୍, ଶିଳ୍ପ ଜଗତ ଏବଂ ନୀତି ନିର୍ଦ୍ଧାରକଙ୍କ ମଧ୍ୟରେ ସମନ୍ୱୟ ଜରୁରୀ। ଆଇଆଇଟି ବମ୍ବେର ଦ୍ୱାରା ପ୍ରୋତ୍ସାହିତ ଷ୍ଟାର୍ଟଅପ୍ "ଉର୍ଜାନୋଭାକ" ପଦକ୍ଷେପକୁ ଅଭିନନ୍ଦନ ଜଣାଇବା ସହ ଏହାକୁ ଭାରତର ବୈଜ୍ଞାନିକ ସାମର୍ଥ୍ୟର ପ୍ରତିଫଳନ ବୋଲି ଅଭିହିତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।
ଏହା ସହ ପଢନ୍ତୁ: 'ଶିଳ୍ପୀ-ବୁଣାକାର ହେଉଛନ୍ତି ସମୃଦ୍ଧ ଭାରତୀୟ ସଂସ୍କୃତିର ପ୍ରତୀକ'Today, while launching India’s first Integrated Carbon Capture, Utilisation and Storage (CCUS) Field Laboratory Facility at Indian Institute of Technology Bombay, Hon’ble Union Minister of Education, Shri @dpradhanbjp highlighted India’s growing leadership in deep-tech innovation… pic.twitter.com/L3t0xrVo5k
— Ministry of Education (@EduMinOfIndia) May 11, 2026
Launched India’s first Integrated Carbon Capture, Utilisation and Storage (CCUS) Field Laboratory Facility at IIT Bombay. This marks an important milestone in advancing India’s clean energy innovation ecosystem.
— Dharmendra Pradhan (@dpradhanbjp) May 11, 202
My best wishes to UrjanovaC, incubated at SINE, IIT Bombay, for… pic.twitter.com/Fw5kazc3zh
This experience also carries wider relevance for the global South, where development is increasingly understood as a balance between material progress and social understanding. Over the last 12 years, governance reforms such as Sabka Saath, Sabka Vikas reflect this approach… pic.twitter.com/WZ8ZFlpFfF
— Dharmendra Pradhan (@dpradhanbjp) May 11, 2026
ଏହା ସହ ପଢନ୍ତୁ: ଚଣ୍ଡିଖୋଲ ପେଟ୍ରୋଲିୟମ ରିଜର୍ଭ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା
ଏହାପରେ କେନ୍ଦ୍ରମନ୍ତ୍ରୀ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ (ଟିସ) ର ୯୦ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ "ଗ୍ଲୋବାଲ କଲୋକ୍ୱିଅମ୍-୨୦୨୬" କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏନେଇ ସେ କହିଥିଲେ, ସାମାଜିକ ବିଜ୍ଞାନ କେବଳ ଏକ ପାଠ୍ୟକ୍ରମ ନୁହେଁ, ବରଂ ସମାଜର ପ୍ରଗତି ଏବଂ ସମାନତା ପାଇଁ ଏକ ଦସ୍ତାବିଜ। ଭାରତର ବହୁସଂଖ୍ୟକ ଯୁବଶକ୍ତିଙ୍କ ପାଇଁ ବୁଝିଲା ଭଳି ତଥା ଆନ୍ତର୍ଜାତୀୟ ସ୍ତରର ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି। ସେହିପରି ଗତ ୧୨ ବର୍ଷ ମଧ୍ୟରେ "ସବ୍କା ସାଥ୍, ସବ୍କା ବିକାଶ" ଏବଂ "ଜାମ" ତଥା ଜନଧନ, ଆଧାର, ମୋବାଇଲ୍ ମାଧ୍ୟମରେ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ସମାବେଶୀ ବିକାଶ ଅଣାଯାଇଛି। ଆର୍ଥିକ ପ୍ରଗତି ସହ ସାମାଜିକ ସଚେତନତା ସହ ମାନବୀୟ ସମ୍ବେଦନଶୀଳତା ହିଁ ପ୍ରକୃତ ବିକାଶର ମାପକାଠି। ଟିସ ଭଳି ଅନୁଷ୍ଠାନ ଏହି କ୍ଷେତ୍ରରେ ଏକ ସେତୁ ଭାବେ କାର୍ଯ୍ୟ କରୁଛି। ଶେଷରେ କେନ୍ଦ୍ରମନ୍ତ୍ରୀ ସମସ୍ତ ଅଂଶଗ୍ରହଣକାରୀ, ଶିକ୍ଷକ, ଛାତ୍ରଛାତ୍ରୀଙ୍କୁ ସଫଳ ବିଚାର ବିମର୍ଶ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
📱 Get Argus News App
✨Related Topics
Explore more stories