Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ଶିଳ୍ପୀ-ବୁଣାକାର ହେଉଛନ୍ତି ସମୃଦ୍ଧ ଭାରତୀୟ ସଂସ୍କୃତିର ପ୍ରତୀକ'

National

Union Minister Dharmendra Pradhan / 'ଶିଳ୍ପୀ-ବୁଣାକାର ହେଉଛନ୍ତି ସମୃଦ୍ଧ ଭାରତୀୟ ସଂସ୍କୃତିର ପ୍ରତୀକ'

Subhramjit Ray
Browse all articles by Subhramjit Ray
·3 days ago·2 min read
'ଶିଳ୍ପୀ-ବୁଣାକାର ହେଉଛନ୍ତି ସମୃଦ୍ଧ ଭାରତୀୟ ସଂସ୍କୃତିର ପ୍ରତୀକ'
Union Minister Dharmendra Pradhan

Key Points

ନୂଆଦିଲ୍ଲୀରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆସାମର ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ଉଦଘାଟିତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
East India Handloom & Handicraft Expo in Delhi: ଭାରତର ପ୍ରତିଟି ସୂତା ଏବଂ ରଙ୍ଗ ମଧ୍ୟରେ ଆମ ଶିଳ୍ପୀଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ବହୁ ପୁରାତନ ପରମ୍ପରା ଲୁଚି ରହିଛି। ସେମାନେ କେବଳ କାରିଗର ନୁହଁନ୍ତି, ବରଂ ଭାରତ ବର୍ଷର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ପ୍ରକୃତ ବାହକ। ସୋମବାର ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ କ୍ରାଫ୍ଟସ ମ୍ୟୁଜିୟମ ଠାରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଉଦଘାଟନ କରିବା ଅବସରରେ ଏକଥା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆରଏସବି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀର ମୁଖ୍ୟ ବିଷୟବସ୍ତୁ ଥିଲା "କୃଷ୍ଣ"। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ "ଭାରତର ବିଭିନ୍ନତା ମଧ୍ୟରେ ଏକତା" ର ପ୍ରତିଫଳନ। ନ୍ୟାସନାଲ କ୍ରାଫ୍ଟସ ମ୍ୟୁଜିୟମରେ ଆୟୋଜିତ ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ଆମ ବୁଣାକାର ଏବଂ ଶିଳ୍ପୀଙ୍କ ସେହି ଅସାଧାରଣ କଳାକୃତିକୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ବିଶ୍ୱ ବଜାରରେ ଏକ ନୂତନ ପରିଚୟ ଦେବାର ଏକ ସଶକ୍ତ ମାଧ୍ୟମ। ଏହି ଅବସରରେ ଓଡ଼ିଶାର ସମ୍ବଲପୁରୀ ଓ ଇକତ ବୁଣାକାରଙ୍କ ଧୈର୍ଯ୍ୟ ଏବଂ କଳାକୁ ପ୍ରଶଂସା କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ।

ଏହା ସହ ପଢନ୍ତୁ: 'ପଶ୍ଚିମବଙ୍ଗର ବିକାଶରେ ବାଧକ ସାଜିଛି ଟିଏମସିର ନିର୍ମମ ଶାସନ'


ଏହା ସହ ପଢନ୍ତୁ: 'ପଶ୍ଚିମବଙ୍ଗର ବିକାଶରେ ବାଧକ ସାଜିଛି ଟିଏମସିର ନିର୍ମମ ଶାସନ'

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ଭାରତର ବିକାଶ ପାଇଁ ପୂର୍ବୋଦୟ ମିଶନର କଳ୍ପନା କରିଛନ୍ତି। ଯାହା ଏକ ଯୁଗାନ୍ତକାରୀ ପଦକ୍ଷେପ। ପୂର୍ବ ଭାରତର ବିକାଶ ହେଲେ ହିଁ ସମଗ୍ର ଭାରତର ବିକଶ ହେବ। ସେହିପରି ବର୍ତ୍ତମାନ ସମୟରେ ଏହି କାରିଗରୀକୁ ଇ-କମର୍ସ ପ୍ଲାଟଫର୍ମରେ ଅଧିକ ଯୋଡିବା ଦିଗରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ହେବ। ଯେଉଁଠାରେ ଆମର ବୁଣାକାର ଇ-କମର୍ସ ଏବଂ ଓଏନଡିସି ପ୍ଲାଟଫର୍ମ ମାଧ୍ୟମରେ ବିଶ୍ୱ ବଜାର ସହ ସିଧାସଳଖ ଯୋଡ଼ି ହୋଇପାରିବେ। ସୋମବାର ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ରମନ୍ତ୍ରୀ ଜନସାଧାରଣଙ୍କୁ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବାକୁ ନିବେଦନ କରିଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan Inaugurates East India Handloom & Handicraft Expo in Delhi | Argus News