Union Minister Dharmendra Pradhan / 'ପଶ୍ଚିମବଙ୍ଗର ବିକାଶରେ ବାଧକ ସାଜିଛି ଟିଏମସିର ନିର୍ମମ ଶାସନ'
·1 hour ago·2 min read

Key Points
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦଳୀୟ ପ୍ରଚାର କରିବା ସମୟରେ ସେ କହିଛନ୍ତି ପଶ୍ଚିମବଙ୍ଗର ପ୍ରଗତି ଏବଂ ସାମାଜିକ ନ୍ୟାୟ କ୍ଷେତ୍ରରେ ତୃଣମୂଳ କଂଗ୍ରେସର ଆଭିମୁଖ୍ୟ ଅତ୍ୟନ୍ତ ନୈରାଶ୍ୟଜନକ।
Union Minister Dharmendra Pradhan Election Campaign: ପଶ୍ଚିମବଙ୍ଗରେ ପ୍ରଗତି ଏବଂ ସାମାଜିକ ନ୍ୟାୟ କ୍ଷେତ୍ରରେ ଶାସକ ତୃଣମୂଳ କଂଗ୍ରେସର ଆଭିମୁଖ୍ୟ ଅତ୍ୟନ୍ତ ନୈରାଶ୍ୟଜନକ। ରାଜ୍ୟର ପରିବହନ ବ୍ୟବସ୍ଥାରେ ଚରମ ଅବ୍ୟବସ୍ଥା ଠାରୁ ଆରମ୍ଭ କରି ମହିଳା ଓ ଆଦିବାସୀଙ୍କ ପ୍ରତି ସରକାରଙ୍କ ବିରୋଧି ମନୋଭାବ ସେମାନଙ୍କ ପରାଜୟର ଭୟ ଓ ପ୍ରଶାସନିକ ବିଫଳତାକୁ ସ୍ପଷ୍ଟ କରୁଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ରବିବାର ପଶ୍ଚିମବଙ୍ଗ ଗସ୍ତ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କୋଲକାତାରେ ଆୟୋଜିତ 'ଶ୍ରୀ ଜଗନ୍ନାଥ ବିଶ୍ୱ ଶାନ୍ତି ମହାଯଜ୍ଞ'ରେ ସାମିଲ ହୋଇଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ କେନ୍ଦ୍ରମନ୍ତ୍ରୀ ମହାପ୍ରଭୁଙ୍କ ଦିବ୍ୟ ସ୍ୱରୂପ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଆଜି ଏହି ପବିତ୍ର ମହାଯଜ୍ଞରେ ସମ୍ମିଳିତ ହେବାର ପରମ ସୌଭାଗ୍ୟ ପ୍ରାପ୍ତ ହେଲା। ଏହି ତିନି ଦିନିଆ ଆଧ୍ୟାତ୍ମିକ ମହୋତ୍ସବ ବିଶ୍ୱ ଶାନ୍ତି, ସଦଭାବନା ଏବଂ ଆଧ୍ୟାତ୍ମିକ ଏକତାର ବାର୍ତ୍ତା ପାଇଁ ସମର୍ପିତ। ସାଧକ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ଏକ ପୁଣ୍ୟ ସୁଯୋଗ।
ଏହା ସହ ପଢନ୍ତୁ: 'ବିଜେପି କେବଳ ରାଜନୈତିକ ଦଳ ନୁହେଁ ବରଂ ଜନସେବାର ଏକ ଅନୁଷ୍ଠାନ'
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ପାଇଁ କାର୍ଯ୍ୟ ଚାଲିଛି। କିନ୍ତୁ ଏକ ସମୃଦ୍ଧ 'ସୋନାର ବାଂଲା' ସେତେବେଳେ ସମ୍ଭବ ହେବ, ଯେତେବେଳେ ରାଜ୍ୟ ସରକାର ଲୋକଙ୍କ ବିରୋଧରେ ନୁହେଁ, ବରଂ ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟ କରିବେ। ପଶ୍ଚିମବଙ୍ଗର ଜନସାଧାରଣ ଏବେ ସଚେତନ ଏବଂ ସେମାନେ ନିଶ୍ଚିତ ଭାବେ ଏହି ଅନ୍ୟାୟର ଜବାବ ଦେବେ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଟ୍ରକ ମାଲିକଙ୍କ ସହ ଆଲୋଚନାରେ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ପଶ୍ଚିମବଙ୍ଗର ଲଜିଷ୍ଟିକ୍ସ ଓ ପରିବହନ କ୍ଷେତ୍ର ଗୁରୁତର ସମସ୍ୟା ଦେଇ ଗତି କରୁଛି। ଟୋଲ୍ ସମ୍ବନ୍ଧୀୟ ସମସ୍ୟା, ଅନିୟମିତ ଜରିମାନା ଏବଂ ପ୍ରଶାସନିକ ଅବହେଳା ସହ ଶାସକ ଦଳର "ବେଆଇନ ଅର୍ଥ ସଂଗ୍ରହ" ରାଜ୍ୟର ଅର୍ଥନୀତିକୁ ଦୁର୍ବଳ କରିଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣକୁ ଦୋହରାଇ ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଏବେ ଏକ 'ନିର୍ମମ ସରକାର' ଚାଲିଛି। 'ନାରୀ ଶକ୍ତି ବନ୍ଦନ ଅଧିନିୟମ' କୁ ବିରୋଧ କରି ଟିଏମସି ମହିଳାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିଛି। ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ପ୍ରଦର୍ଶିତ ଅସମ୍ମାନଜନକ ଆଚରଣ ଶାସକ ଟିଏମସିର ଆଦିବାସୀ ବିରୋଧି ଚିନ୍ତାଧାରାର ପ୍ରମାଣ।Had a detailed interaction with truck owners from West Bengal and took note of the challenges confronting the transport and logistics sector—from toll-related concerns to irregular penalties and operational difficulties.
— Dharmendra Pradhan (@dpradhanbjp) April 19, 20
It is deeply concerning that under the @AITCofficial… pic.twitter.com/uywpSe2HvW
ଏହା ସହ ପଢନ୍ତୁ: 'ବିଜେପି କେବଳ ରାଜନୈତିକ ଦଳ ନୁହେଁ ବରଂ ଜନସେବାର ଏକ ଅନୁଷ୍ଠାନ'
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ପାଇଁ କାର୍ଯ୍ୟ ଚାଲିଛି। କିନ୍ତୁ ଏକ ସମୃଦ୍ଧ 'ସୋନାର ବାଂଲା' ସେତେବେଳେ ସମ୍ଭବ ହେବ, ଯେତେବେଳେ ରାଜ୍ୟ ସରକାର ଲୋକଙ୍କ ବିରୋଧରେ ନୁହେଁ, ବରଂ ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟ କରିବେ। ପଶ୍ଚିମବଙ୍ଗର ଜନସାଧାରଣ ଏବେ ସଚେତନ ଏବଂ ସେମାନେ ନିଶ୍ଚିତ ଭାବେ ଏହି ଅନ୍ୟାୟର ଜବାବ ଦେବେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories