Bharat Innovates 2026 / 'ଭାରତର ଡିପ-ଟେକ୍ ଏବଂ ଅଭିନବ ଗବେଷଣା ସୁଦୃଢ଼ ହେବ'
·3 hours ago·2 min read

Key Points
"ଭାରତ ଇନୋଭେଟସ ୨୦୨୬" ବୈଠକରେ ଶିଳ୍ପ ଜଗତର ନେତୃବୃନ୍ଦ ଏବଂ ପ୍ରତିଷ୍ଠିତ ସଂସ୍ଥାଗତ ସହଯୋଗୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
Union Minister Dharmendra Pradhan: ବୁଧବାର "ଭାରତ ଇନୋଭେଟସ ୨୦୨୬" ଅନ୍ତର୍ଗତ "ଇଣ୍ଡଷ୍ଟ୍ରି ଲିଡର୍ସ ରାଉଣ୍ଡଟେବୁଲ" ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ ବିଶ୍ୱର ଶିଳ୍ପ ନେତୃବୃନ୍ଦ ଏବଂ ପ୍ରତିଷ୍ଠିତ ସଂସ୍ଥାଗତ ସହଯୋଗୀଙ୍କ ସହ ଭାରତର "ଡିପ-ଟେକ୍" ଏବଂ ଗବେଷଣା ଭିତ୍ତିକ ଅଭିନବ ଚିନ୍ତାଧାରାକୁ ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା କରିଛନ୍ତି।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଭାରତର "ଇନୋଭେସନ ଇକୋସିଷ୍ଟମ" ଆଜି ଆଇଆଇଟି, ଆଇଆଇଏସସି ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ସମେତ ଦେଶର ଟାୟାର-୨ ଏବଂ ଟାୟାର-୩ ସହରର ପ୍ରତିଭାବାନ ଶକ୍ତିଙ୍କ ଦ୍ୱାରା ପରିଚାଳିତ ହେଉଛି। ଏଆଇ, ସେମିକଣ୍ଡକ୍ଟର, କ୍ଲାଇମେଟ୍-ଟେକ୍, ମୋବିଲିଟି, ହେଲ୍ଥ-ଟେକ୍ ଏବଂ ଆଡଭାନ୍ସଡ୍ ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଏହି ପ୍ରତିଭା ବିଶ୍ୱସ୍ତରୀୟ ସମାଧାନ ପ୍ରସ୍ତୁତ କରୁଛନ୍ତି।
ଏହା ସହ ପଢନ୍ତୁ: ଆଇଆଇଟି ବମ୍ବେରେ ଦେଶର ପ୍ରଥମ କାର୍ବନ କ୍ୟାପଚର ଲ୍ୟାବ୍ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନଙ୍କ ମନ୍ତବ୍ୟକୁ ଉଦ୍ଧୃତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ପ୍ରଶ୍ନ "ଭାରତ ଇନୋଭେସନ" କରୁଛି କି ନାହିଁ ତାହା ନୁହେଁ, ବରଂ ଭାରତ ସହିତ କିଏ ଇନୋଭେସନ କରିବ ତାହା ଗୁରୁତ୍ୱପୂର୍ଣ୍ଣ। ଏହି ଦିଗରେ ଫ୍ରାନ୍ସ ଭାରତର ଏକ ପ୍ରମୁଖ ସହଭାଗୀ ଭାବେ ଉଭା ହୋଇଛି। ୨୦୨୬ ପ୍ରାରମ୍ଭରେ ସ୍ୱାକ୍ଷରିତ ହୋଇଥିବା "ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତି" କୁ "ସମସ୍ତ ଚୁକ୍ତିର ଜନନୀ" ଭାବେ ବର୍ଣ୍ଣନା କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ଏହା ବିଶ୍ୱ ଜିଡିପିର ଏକ ଚତୁର୍ଥାଂଶ ଏବଂ ପ୍ରାୟ ୨୦୦ କୋଟି ଜନସଂଖ୍ୟାକୁ ସଂଯୋଗ କରୁଥିବା ଏକ ପରିବର୍ତ୍ତନକାରୀ ଆର୍ଥିକ ସହଯୋଗୀ ଭାବେ ସେ ଏହାକୁ ଅଭିହିତ କରିଛନ୍ତି। ଆଗାମୀ ଦିନରେ ଫ୍ରାନ୍ସର ନିସ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନ ଭାରତୀୟ ଷ୍ଟାର୍ଟଅପ୍, ବିଶ୍ୱସ୍ତରୀୟ ପୁଞ୍ଜିନିବେଶକ ଏବଂ ଗବେଷଣା ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଏକ ପ୍ରମୁଖ ଆନ୍ତର୍ଜାତୀୟ ପ୍ଲାଟଫର୍ମ ସାଜିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତ ଆଜି ବିଶ୍ୱର ଏକ ବିଶ୍ୱସ୍ତ ପ୍ରଯୁକ୍ତି ସହଭାଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। "ବିକଶିତ ଭାରତ" ଆଡ଼କୁ ଅଗ୍ରସର ହେବା ସହ ଭାରତ ସମଗ୍ର ବିଶ୍ୱ ପାଇଁ ସମାଧାନ ସହ ନିର୍ମାଣ କରିବାରେ ବିଶ୍ୱାସ କରେ ବୋଲି ମତପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

Chaired the Industry Leaders Roundtable for #BharatInnovates2026 with global industry leaders and institutional partners to strengthen India’s deep-tech and research-driven innovation ecosystem.
— Dharmendra Pradhan (@dpradhanbjp) May 13, 2026
India’s innovation ecosystem is powered by extraordinary talent from IITs, IISc and… pic.twitter.com/Uu9HXPNn8v
ଏହା ବିଶ୍ୱ ଜିଡିପିର ଏକ ଚତୁର୍ଥାଂଶ ଏବଂ ପ୍ରାୟ ୨୦୦ କୋଟି ଜନସଂଖ୍ୟାକୁ ସଂଯୋଗ କରୁଥିବା ଏକ ପରିବର୍ତ୍ତନକାରୀ ଆର୍ଥିକ ସହଯୋଗୀ ଭାବେ ସେ ଏହାକୁ ଅଭିହିତ କରିଛନ୍ତି। ଆଗାମୀ ଦିନରେ ଫ୍ରାନ୍ସର ନିସ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନ ଭାରତୀୟ ଷ୍ଟାର୍ଟଅପ୍, ବିଶ୍ୱସ୍ତରୀୟ ପୁଞ୍ଜିନିବେଶକ ଏବଂ ଗବେଷଣା ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଏକ ପ୍ରମୁଖ ଆନ୍ତର୍ଜାତୀୟ ପ୍ଲାଟଫର୍ମ ସାଜିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
The India–EU Free Trade Agreement, concluded in early 2026 and often described as the “mother of all deals” establishes a transformative economic partnership spanning nearly 2 billion people and around a quarter of global GDP signalling the scale and depth of this strategic… pic.twitter.com/s6v7jN8Q4a
— Dharmendra Pradhan (@dpradhanbjp) May 13, 2026
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତ ଆଜି ବିଶ୍ୱର ଏକ ବିଶ୍ୱସ୍ତ ପ୍ରଯୁକ୍ତି ସହଭାଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। "ବିକଶିତ ଭାରତ" ଆଡ଼କୁ ଅଗ୍ରସର ହେବା ସହ ଭାରତ ସମଗ୍ର ବିଶ୍ୱ ପାଇଁ ସମାଧାନ ସହ ନିର୍ମାଣ କରିବାରେ ବିଶ୍ୱାସ କରେ ବୋଲି ମତପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories