Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Govt vs WhatsApp Scam / ଡିଜିଟାଲ୍ ଆରେଷ୍ଟ ଉପରେ ସରକାରଙ୍କ ସର୍ଜିକଲ ଷ୍ଟ୍ରାଇକ୍; ID ବନ୍ଦ କରିବାକୁ ହ୍ଵାଟ୍ସଆପ୍‌କୁ ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଡିଜିଟାଲ୍ ଆରେଷ୍ଟ ଉପରେ ସରକାରଙ୍କ ସର୍ଜିକଲ ଷ୍ଟ୍ରାଇକ୍; ID ବନ୍ଦ କରିବାକୁ ହ୍ଵାଟ୍ସଆପ୍‌କୁ ନିର୍ଦ୍ଦେଶ
What is Digital Arrest?

Key Points

ହ୍ଵାଟ୍ସଆପ୍‌କୁ ଡିଜିଟାଲ୍ ଆରେଷ୍ଟରେ ବ୍ୟବହାର କରୁଥିବା ଡିଭାଇସ୍ ଆଇଡି ବ୍ଲକ୍ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଡିଜିଟାଲ୍ ଆରେଷ୍ଟରେ ଅଭିଯୁକ୍ତ ସ୍କାମ୍ ପାଇଁ ହ୍ଵାଟ୍ସଆପ୍‌ରେ କଲ୍, ମେସେଜ ଓ ଭିଡିଓ କଲ୍ କରିଥାନ୍ତି ।
ନୂଆଦିଲ୍ଲୀ: ସାଇବର ଅପରାଧୀଙ୍କ ଡିଜିଟାଲ୍ ଆରେଷ୍ଟକୁ ନେଇ ଆକ୍ସନ୍‌ରେ କେନ୍ଦ୍ର ସରକାର । ହ୍ଵାଟ୍ସଆପ୍‌କୁ ଡିଜିଟାଲ୍ ଆରେଷ୍ଟରେ ବ୍ୟବହାର କରୁଥିବା ଡିଭାଇସ୍ ଆଇଡି ବ୍ଲକ୍ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଡିଜିଟାଲ୍ ଆରେଷ୍ଟରେ ଅଭିଯୁକ୍ତ ସ୍କାମ୍ ପାଇଁ ହ୍ଵାଟ୍ସଆପ୍‌ରେ କଲ୍, ମେସେଜ ଓ ଭିଡିଓ କଲ୍ କରିଥାନ୍ତି ।

ସରକାରଙ୍କ ଆଦେଶ ପରେ ଏବେ ହ୍ଵାଟ୍ସଆପ୍‌ରେ ସ୍କାଇପେ ଭଳି ସୁରକ୍ଷା ଫିଚର୍ସ ଲାଗୁ କରିବାକୁ ବିଚାର କରାଯାଉଛି । ଆଇଟି ରୁଲ୍ସ ୨୦୨୧ ଅନୁସାରେ, ଡିଲିଟ୍ କରାଯାଇଥିବା ଆକାଉଣ୍ଟ ତଥ୍ୟ ୧୮୦ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ଗୁରୁତ୍ଵ ଦିଆଯାଉଛି । ଫଳରେ ତଦନ୍ତକାରୀ ଏଜେନ୍ସି ଏହାର ବ୍ୟବହାର କରିପାରିବେ । ବିପଜ୍ଜନକ APK ଓ ନକଲି ଆପ୍ଲିକେସନ ଚିହ୍ନଟ କରି ବନ୍ଦ କରାଯାଇ ପାରିବ ।

ଏଥିସହ ପଢ଼ନ୍ତୁ: ଝିଅର ଖାଦ୍ୟ ପକ୍ଷୀ ନେଇଗଲା ବୋଲି ମାରିଦେଲେ, ହେଲା ୮ ମାସ ଜେଲ୍

ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ରିପୋର୍ଟ ଅନୁସାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏଥିପାଇଁ ଏକ ଉଚ୍ଚସ୍ତରୀୟ ଆନ୍ତଃ ବିଭାଗୀୟ କମିଟି ହ୍ଵାଟ୍ସଆପ୍‌କୁ ଡିଜିଟାଲ୍ ଆରେଷ୍ଟ ବିପଦରୁ ବାହାରିବା ପାଇଁ ଉପାୟ ଲାଗୁ କରିବାକୁ କହିଛି ।

ଡିଭାଇସ୍ ଆଇଡି କ'ଣ ?

ଡିଭାଇସ୍ ଆଇଡି ହେଉଛି ମୋବାଇଲ୍, ଲାପଟପ ଭଳି ଇଲୋକ୍ଟ୍ରୋନିକ୍ସ ଉପକରଣର ପରିଚୟ ନମ୍ବର । ଯାହାକି ଭିନ୍ନ ଭିନ୍ନ ଡିଭାଇସ୍ ପାଇଁ ଭିନ୍ନ ହୋଇଥାଏ । ଯେଭଳି ମଣିଷଙ୍କ କ୍ଷେତ୍ରରେ ଆଧାର ନମ୍ବର ।

ସେହିଭଳି ଭିନ୍ନ ଉପକରଣ ଲାଗି ଡିଭାଇସ୍‌ର ଆଇଡି ଭିନ୍ନ ହୋଇଥାଏ । ଯେମିତିକି IMEI ନମ୍ବର, ମ୍ୟାକ୍ ଆଡ୍ରେସ୍, ଡିଭାଇସ୍ ସିରିଏଲ୍ ନମ୍ବର ଇତ୍ୟାଦି । IMEI ନମ୍ବର ଫୋନ୍‌ କ୍ଷେତ୍ରରେ ବ୍ୟବହାର ହୁଏ । ମ୍ୟାକ୍ ଆଡ୍ରେସ୍ ୱାଇଫାଇ ନେଟୱର୍କକୁ ଜାଣିବା ଲାଗି ।

ଏଥିସହ ପଢ଼ନ୍ତୁ: ଦିନରେ ଖୁଆନ୍ତି ଖାଦ୍ୟ, ରାତିରେ କରନ୍ତି ଚୋରି; କେମିତି ଚୋରକୁ ଧରିଲା ପୋଲିସ ?

ଡିଜିଟାଲ୍ ଆରେଷ୍ଟ କ'ଣ ?

ଏହି ସାଇବର୍ ଠକେଇରେ ଅଭିଯୁକ୍ତ ନିଜକୁ ପୋଲିସ କିମ୍ବା ଅନ୍ୟ ତଦନ୍ତକାରୀ ଏଜେନ୍ସିର ଅଧିକାରୀ କହି ପୀଡ଼ିତଙ୍କୁ ଡରାଇଥାନ୍ତି । ଡରାଇ ଧମକାଇ ଅନଲାଇନ୍ ଟଙ୍କା ଟ୍ରାନ୍ସଫର କରିନିଅନ୍ତି । ଏଥିପାଇଁ ହ୍ଵାଟ୍ସଆପ୍‌ର ବ୍ୟବହାର କରି ଗିରଫ କରିବେ ବୋଲି ଧମକ ଦିଅନ୍ତି । ଏହାପରେ ତଦନ୍ତ ପାଇଁ ଅନ୍ୟ ସହରକୁ ଡାକନ୍ତି । ପୀଡ଼ିତ ନ ଆସି ପାରିଲେ ଡିଜିଟାଲ୍ ଯାଞ୍ଚରେ ସହଯୋଗ ପାଇଁ କହି ଡିଜିଟାଲ୍ ଆରେଷ୍ଟ କରି ନିଅନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Digital Arrest Scam: Govt Orders WhatsApp to Block Fraud Device IDs | Argus News | Argus News