Gas Cylinder / ଘରେ ଝିଅର ବାହାଘର; ଗ୍ୟାସ୍ ସିଲିଣ୍ଡର ପାଇଁ ଚିନ୍ତାରେ ବାପା, ହଠାତ୍ ହେଲା ଚମତ୍କାର
·5 months ago·2 min read

Key Points
ଝିଅର ବାହାଘର ପାଇଁ ମିଳୁନଥିଲା ଗ୍ୟାସ୍ ସିଲିଣ୍ଡର
ହଠାତ୍ ହେଲା ଚମତ୍କାର, ଘରେ ପହଞ୍ଚିଲା ୨୦ ସିଲିଣ୍ଡର
ହଠାତ୍ ହେଲା ଚମତ୍କାର, ଘରେ ପହଞ୍ଚିଲା ୨୦ ସିଲିଣ୍ଡର
ଆଉ କିଛି ଦିନ ପରେ ଥିଲା ଝିଅର ବାହାଘର । ବାହାଘରରେ ସାମିଲ ହେବାକୁ ବନ୍ଧୁ ପରିଜନ ବି ପ୍ରସ୍ତୁତ । ସାଜସଜ୍ଜା ପ୍ରାୟ ଶେଷ ପର୍ଯ୍ୟାୟରେ । ହେଲେ ଏଠି ବାପା ମୁଣ୍ଡରେ ପଡ଼ିଛି ଚଡ଼କ । କାରଣ ମିଳୁନି ଗ୍ୟାସ ସିଲିଣ୍ଡର । ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ବହୁ ପୂର୍ବରୁ ଗ୍ୟାସ୍ ସିଲିଣ୍ଡର ଅର୍ଡର କରିଥିଲେ ସୁଦ୍ଧା ଏଯାଏଁ ଘରେ ସିଲିଣ୍ଡର ପହଞ୍ଚିନି । କିନ୍ତୁ ହଠାତ୍ ହୋଇଥିଲା ଚମତ୍କାର । ଘରେ ପହଞ୍ଚିଥିଲା ୨୦ଟି ଗ୍ୟାସ୍ ସିଲିଣ୍ଡର ।
ଏହି ଘଟଣା ହେଉଛି ଗ୍ରେଟର ନୋଏଡାର ଖାନପୁର ଗାଁରେ । ଏଠାକାର ବାସିନ୍ଦା ଅନିଲ ଭାଟି ନିଜ ଝିଅର ବାହାଘର କାର୍ଯ୍ୟରେ ବ୍ୟସ୍ତ ଥିଲେ । କାରଣ ବାହାଘର ତାରିଖ ପାଖେଇ ଆସୁଛି । ଖବର ଆସିଥିଲା ବାହାଘର ପାଇଁ ଆବଶ୍ୟକ ମୁତାବକ ଗ୍ୟାସ ସିଲିଣ୍ଡର ମିଳୁନାହିଁ । ଅନିଲ ଝିଅ ବାହାଘର ପାଇଁ ପ୍ରାୟ ୨୦ଟି କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ଅର୍ଡର କରିଥିଲେ । ଏଥିଲାଗି ସେ ନିକଟସ୍ଥ ଗ୍ୟାସ ଏଜେନ୍ସିଙ୍କ ସହିତ ଯୋଗାଯୋଗ କରିଥିଲେ, କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ସମୟ କମ ଥିବାବେଳେ ଅନିଲଙ୍କ ଚିନ୍ତା ବଢୁଥିଲା ।
ପଢନ୍ତୁ ଏହି ଖବର: ଯାଞ୍ଚ ବାହାନାରେ ଘରେ ପଶିଲେ, ବାଇକ୍ରେ ନେଇ ପଳାଇଲେ ଗ୍ୟାସ୍ ସିଲିଣ୍ଡର

- କେମିତି ମିଳିଲା ଗ୍ୟାସ୍ ସିଲିଣ୍ଡର ?
ପଢନ୍ତୁ ଏହି ଖବର: ଯାଞ୍ଚ ବାହାନାରେ ଘରେ ପଶିଲେ, ବାଇକ୍ରେ ନେଇ ପଳାଇଲେ ଗ୍ୟାସ୍ ସିଲିଣ୍ଡର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମେଧାଙ୍କ ଆଦେଶର ତୁରନ୍ତ ପାଳନ ହୋଇଥିଲା । ଲିଖିତ ଅଭିଯୋଗ ଜଣାଇବାର ପ୍ରାୟ ୨୪ ଘଣ୍ଟା ମଧ୍ୟରେ ଅନିଲଙ୍କ ଘରେ ପହଞ୍ଚିଥିଲା ୨୦ଟି ଗ୍ୟାସ୍ ସିଲିଣ୍ଡର । ଏହାପରେ ଅନିଲଙ୍କ ମୁଣ୍ଡରୁ ଏକ ବଡ଼ ଚିନ୍ତା ଯାଇଥିଲା । ଏ ନେଇ ସେ ଜିଲ୍ଲା ଅଧିକାରୀ ମେଧା ରୁପମଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିବାବେଳେ ଆଉ ବାହାଘରରେ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ହସି ହସି କହିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଜିଲ୍ଲା ଅଧିକାରୀ ମେଧାଙ୍କୁ ବେଶ ପ୍ରଶଂସା କରିଥିବାବେଳେ ତାଙ୍କ କର୍ତ୍ତବ୍ୟ ପ୍ରତି ନିଷ୍ଠାଭାବକୁ ସଲାମ ଜଣାଇଛନ୍ତି ।
Related Topics
Explore more stories