Videos
|
National

Firecracker Mishap / ଦୀପାବଳିରେ 'କାର୍ବାଇଡ୍ ବନ୍ଧୁକ' ବିସ୍ଫୋରଣ: ମଧ୍ୟପ୍ରଦେଶରେ ୧୪ ଜଣ ପିଲାଙ୍କ ଆଖି ନଷ୍ଟ

Ritu Das
Browse all articles by Ritu Das
·10 months ago·3 min read
ଦୀପାବଳିରେ 'କାର୍ବାଇଡ୍ ବନ୍ଧୁକ' ବିସ୍ଫୋରଣ:  ମଧ୍ୟପ୍ରଦେଶରେ ୧୪ ଜଣ ପିଲାଙ୍କ ଆଖି ନଷ୍ଟ

Key Points

ଦୀପାବଳି ଆସିବା ପୂର୍ବରୁ ସମସ୍ତେ ଉତ୍ସାହିତ ଥାଆନ୍ତି କି ଆମେ ବାଣ ଫୁଟାଇବୁ। ଖାସ କରି ଛୋଟ ପିଲାମାନେ ବାଣ କିଣିବାକୁ ଘରେ ଜିଦି କରିଥାଆନ୍ତି ଯେ। ଆଉ ଘର ଲୋକ ସେମାନଙ୍କ କଥା ରଖନ୍ତି।
ଦୀପାବଳି ଆସିବା ପୂର୍ବରୁ ସମସ୍ତେ ଉତ୍ସାହିତ ଥାଆନ୍ତି କି ଆମେ ବାଣ ଫୁଟାଇବୁ। ଖାସ କରି ଛୋଟ ପିଲାମାନେ ବାଣ କିଣିବାକୁ ଘରେ ଜିଦି କରିଥାଆନ୍ତି ଯେ। ଆଉ ଘର ଲୋକ ସେମାନଙ୍କ କଥା ରଖନ୍ତି। ଯଦି କେହି ଘର ଲୋକ ବାଣ କିଣିବାକୁ ଅମଙ୍ଗ ହୁଅନ୍ତି କିଛି ପିଲା ନିଜେ ମନ ମୁତାବକ କାମ କରିଥାଆନ୍ତି। ଯେଉଁଥିପାଇଁ ସେମାନଙ୍କ ଜୀବନ ପ୍ରତି ବିପଦ ମଧ୍ୟ ଥାଏ। ଆମକୁ ରକେଟ ଠୁ ଆରମ୍ଭ କରି ଚକ୍ରି ବାଣ କିଣିବାକୁ ପଇସା ଦିଅ। କିନ୍ତୁ ଚଳିତବର୍ଷ ଦୀପାବଳି ଛୋଟପିଲାଙ୍କ ପାଇଁ ଘାତକ ସାଜିଛି। କିଛି କାର୍ବାଇଡ ବନ୍ଧୁକ, ଏବଂ ଦେଶୀ ବନ୍ଧୁକ ମାରାତ୍ମକ ପାଲଟିଛି। ଯାହାକି ପିତାମାତା ଏବଂ ଡାକ୍ତରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଏହାସହ ପଢ଼ନ୍ତୁ : ମେଳାରୁ ଫେରୁଥିବାବେଳେ ଧକ୍କା ଦେଲା ଟ୍ରେନ: ୪ ଜଣଙ୍କର ମୃତ୍ୟୁ


ମାତ୍ର ତିନି ଦିନ ମଧ୍ୟରେ, ମଧ୍ୟପ୍ରଦେଶର ୧୨୨ ରୁ ଅଧିକ ପିଲାଙ୍କ ଆଖିରେ ଗୁରୁତର ଆଘାତ ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ବନ୍ଧୁକରେ ଖେଳି ୧୪ଜଣ ଛୁଆ ନିଜ ଆଖି ହରାଇଛନ୍ତି।

ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଜିଲ୍ଲା ହେଉଛି ବିଦିଶା, ଯେଉଁଠାରେ ଅକ୍ଟୋବର 18 ତାରିଖରେ ସରକାରୀ ନିଷେଧ ସତ୍ତ୍ୱେ ସ୍ଥାନୀୟ ବଜାରରେ ଖୋଲାଖୋଲି ଭାବରେ ଏହି ଅଶୋଧିତ "କାର୍ବାଇଡ ବନ୍ଧୁକ" ବିକ୍ରି ହୋଇଥିଲା। ୧୫୦ ରୁ ୨୦୦ ଟଙ୍କା ମୂଲ୍ୟର ଏହି ଅସ୍ଥାୟୀ ଉପକରଣଗୁଡ଼ିକୁ ଖେଳଣା ପରି ତିଆରି କରାଯାଉଛି କିନ୍ତୁ ଏହା ବେଳେବେଳେ ବିସ୍ଫୋରଣ ହେଉଛି ବୋଲି ଅଭିଯୋଗ ହୋଇଛି।

ହାମିଦିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ୧୭ ବର୍ଷୀୟା ଝିଅ ନେହା କାନ୍ଦି କାନ୍ଦି କହିଛନ୍ତି, ଆମେ ଗୋଟେ ଘର ତିଆରି କାର୍ବାଇଡ ବନ୍ଧୁକ କିଣିଥିଲୁ କିନ୍ତୁ ଏହି ବନ୍ଧୁକ ହଠାତ ବିସ୍ଫୋରଣ ହୋଇଥିଲା ଆଉ ମୋର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମୁଁ ଆଉ କିଛି ଦେଖିପାରୁନି।
ଆଉ ଜଣେ ପୀଡିତ ରାଜ ବିଶ୍ୱକର୍ମା କହିଛନ୍ତି ଯେ, "ମୁଁ ସୋସିଆଲ ମିଡିଆରେ ଭିଡିଓ ଦେଖିଥିଲି ଏବଂ ଘରେ ଏକ ଫୋଟକା ବନ୍ଧୁକ ତିଆରି କରିବାକୁ ଚେଷ୍ଟା କରିଥିଲି। ଏହା ମୋ ମୁହଁରେ ବିସ୍ଫୋରଣ ହୋଇଥିଲା... ଏବଂ ମୁଁ ମୋର ଆଖି ହରାଇଲି।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଦିଶା ପୋଲିସ ଏହି ବନ୍ଧୁକ ଗୁଡ଼ିକୁ ବେଆଇନ ଭାବରେ ବିକ୍ରି କରିବାପାଇଁ ଛଅ ଜଣଙ୍କୁ ଗିରଫ କରିଛି। ଇନ୍ସପେକ୍ଟର ଆରକେ ମିଶ୍ର କହିଛନ୍ତି, "ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି କାର୍ବାଇଡ୍ ବନ୍ଧୁକଗୁଡ଼ିକୁ ବିକ୍ରୟ କିମ୍ବା ପ୍ରୋତ୍ସାହନ ପାଇଁ ଦାୟୀ ବ୍ୟକ୍ତିମାନେ ଆଇନଗତ ଭାବେ କଠୋର ଦଣ୍ଡ ଭୋଗିବେ।

ଏହାସହ ପଢ଼ନ୍ତୁ : ଗ୍ୟାଙ୍ଗଓ୍ୱାର ! ରୋହିତ ଗୋଦାରା ଗ୍ୟାଙ୍ଗ କଲା ଫାୟାରିଂ

ଭୋପାଳ, ଇନ୍ଦୋର, ଜବଲପୁର ଏବଂ ଗ୍ୱାଲିୟରର ସମସ୍ତ ହସ୍ପିଟାଲରେ, ଚକ୍ଷୁ ୱାର୍ଡଗୁଡ଼ିକ ଏହି ବନ୍ଧୁକ ଦ୍ୱାରା ଆହତ ହୋଇଥିବା ରୋଗୀ ଭର୍ତ୍ତି ହୋଇଛନ୍ତି। କେବଳ ଭୋପାଳର ହାମିଦିଆ ହସ୍ପିଟାଲରେ, 72 ଘଣ୍ଟା ମଧ୍ୟରେ 26 ଜଣ ପିଲାଙ୍କୁ ଭର୍ତ୍ତି କରାଯାଇଥିଲା।

ଡାକ୍ତରମାନେ ପିତାମାତାଙ୍କୁ ଚେତାବନୀ ଦେଉଛନ୍ତି, ଏହା କୌଣସି ଖେଳଣା ନୁହେଁ, ବରଂ ଏକ ଇମ୍ପ୍ରୋଭାଇଜଡ ବିସ୍ଫୋରକ। ହାମିଦିଆ ହସ୍ପିଟାଲର CMHO ଡାକ୍ତର ମନୀଷ ଶର୍ମା କହିଛନ୍ତି, "ଏହି ଡିଭାଇସ୍ ଆଖିକୁ ସିଧାସଳଖ ନଷ୍ଟ କରେ। ବିସ୍ଫୋରଣ ଧାତୁ ଖଣ୍ଡ ଏବଂ କାର୍ବାଇଡ୍ ବାଷ୍ପ ନିର୍ଗତ କରେ ଯାହା ରେଟିନାକୁ ପୋଡ଼ି ଦିଏ। ଆମେ ଏପରି ଅନେକ ମାମଲାର ଚିକିତ୍ସା କରୁଛୁ ଯେଉଁଠାରେ ପିଲାମାନଙ୍କର ଆଖି ଫାଟିଯାଇଛି।
କେତେକ ରୋଗୀଙ୍କୁ ICUରେ ଚିକିତ୍ସା କରାଯାଉଛି, ଏବଂ ଅନେକ କେବେବି ପୂର୍ଣ୍ଣ ଦୃଷ୍ଟିଶକ୍ତି ଫେରି ପାଇପାରିବେ ନାହିଁ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ : ଗ୍ରାହକଙ୍କ ପାଇଁ ଖୁସି ଖବର, ଗୋଟିଏ ଦିନରେ ୭ ହଜାର କମିଲା ସୁନା!

ପିଲାମାନେ ପ୍ଲାଷ୍ଟିକ୍ କିମ୍ବା ଟିଣ ପାଇପ୍ ବ୍ୟବହାର କରି "କାର୍ବାଇଡ୍ ବନ୍ଧୁକ" ତିଆରି କରୁଛନ୍ତି ବୋଲି ଜଣାପଡ଼ିଛି, ସେଥିରେ ବାରୁଦ, ଦିଆସିଲି କାଠି ମୁଣ୍ଡ ଏବଂ କ୍ୟାଲସିୟମ୍ କାର୍ବାଇଡ୍ ଭର୍ତ୍ତି କରୁଛନ୍ତି ଏବଂ ଏହାକୁ ଏକ ଗାତ ଦେଇ ଜଳାଉଛନ୍ତି। ଏହାର ରାସାୟନିକ ପ୍ରତିକ୍ରିୟା ହେଉଛି ଏକ ଘାତକ ମିଶ୍ରଣ। ଯେତେବେଳେ ଏହି ମିଶ୍ରଣଟି ଜଳେ, ଏହା ଏକ ପ୍ରବଳ ବିସ୍ଫୋରଣ ସୃଷ୍ଟି କରେ। ପ୍ରାୟତଃ ସିଧାସଳଖ ମୁହଁ ଏବଂ ଆଖିରେ ଆଘାତ କରେ।
ପୋଲିସ କହିଛି ଯେ ସ୍ଥାନୀୟ ମେଳା ଏବଂ ରାସ୍ତାପାଖରେ ଥିବା ଦୋକାନଗୁଡ଼ିକରେ ଏହି ବନ୍ଧୁକଗୁଡ଼ିକୁ "ମିନି ତୋପ" ଭାବେ ବିକ୍ରି କରାଯାଉଛି। ଯାହାର କୌଣସି ସୁରକ୍ଷା ନିୟମ ନାହିଁ।