DK Shivakumar Net Worth / ୯୦୦ କୋଟିର ମଲ୍...ଆଲିଶାନ ଘର, ୧୪୦୦ କୋଟିର ମାଲିକ ହେବେ କର୍ଣ୍ଣାଟକର ନୂଆ CM ?
·3 months ago·2 min read

Key Points
ଶପିଂ ମଲ୍, ଆଲିଶାନ ଘର, କୋଟି କୋଟିର FD
କେତେ ଧନୀ ଡିକେ ଶିବକୁମାର ?
ଡିକେ ଶିବକୁମାରଙ୍କ ସମ୍ପତ୍ତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
କେତେ ଧନୀ ଡିକେ ଶିବକୁମାର ?
ଡିକେ ଶିବକୁମାରଙ୍କ ସମ୍ପତ୍ତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
କର୍ଣ୍ଣାଟକ ରାଜନୀତିରେ ଦେଖିବାକୁ ମିଳିଛି ବଡ଼ ହଲଚଲ୍ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଦରମୈୟା । ଗୁରୁବାର ଅପରାହ୍ନରେ ଲୋକଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫା ଦେବା ପୂର୍ବରୁ ସିଦ୍ଧରମୈୟା ନିଜେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଡିକେ ଶିବକୁମାରଙ୍କ ନାମ ପ୍ରସ୍ତାବ ଦେଇଥିଲେ । ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଥିବା ଶିବକୁମାରଙ୍କୁ ସବୁଠାରୁ ଧନୀ ରାଜନେତାଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ, ଯାହା ତାଙ୍କ ସମ୍ପତ୍ତି ମୂଲ୍ୟରୁ ସହଜରେ ଅନୁମାନ କରିହୁଏ ।
ଡିକେ ଶିବକୁମାର ୨୦୨୩ ବିଧାନସଭା ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ତାଙ୍କ ସତ୍ୟପାଠରେ ତାଙ୍କର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ବିଷୟରେ ତଥ୍ୟ ପ୍ରଦାନ କରିଥିଲେ । ଏହି ସତ୍ୟପାଠରେ, ସେ ତାଙ୍କ ସମ୍ପତ୍ତି ମୂଲ୍ୟ ୧,୪୦୦ କୋଟିରୁ ଅଧିକ ବୋଲି କହିଥିଲେ । ତାଙ୍କର ସପିଂ ମଲ୍ ଏବଂ ଅନ୍ୟାନ୍ୟ ମହଙ୍ଗା ବାଣିଜ୍ୟିକ ସମ୍ପତ୍ତି ଅଛି । ଏହା ସହ ସେ ସେୟାର ବଜାରରେ କୋଟି କୋଟି ଟଙ୍କା ମଧ୍ୟ ନିବେଶ କରିଛନ୍ତି ।
କର୍ଣ୍ଣାଟକର ସିଏମ୍ ହେବାକୁ ଯାଉଥିବା ଡିକେ ଶିବକୁମାର Myneta.com ରେ ଅପଲୋଡ୍ କରିଥିବା ତାଙ୍କ ନିର୍ବାଚନୀ ସତ୍ୟପାଠରେ କହିଛନ୍ତି ଯେ ତାଙ୍କର ଓ ତାଙ୍କ ପରିବାରର ମୋଟ ସମ୍ପତ୍ତିର ମୂଲ୍ୟ ୧୪୧୩ କୋଟି ଟଙ୍କାରୁ ଅଧିକ । ଯେଉଁଠାରେ ଲୋନ୍ର ପରିମାଣ ୫୦୩ କୋଟି ଟଙ୍କା ବୋଲି ଦର୍ଶାଯାଇଥିଲା ।
ଡିକେ ଶିବକୁମାର ଓ ତାଙ୍କ ପରିବାରର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୧୬ କୋଟି ଟଙ୍କାରୁ ଅଧିକ ଜମା ରାଶି ଥିବା ସତ୍ୟପାଠରେ ଦର୍ଶାଇଛନ୍ତି । ସମସ୍ତ ସମ୍ପତ୍ତି ମିଶାଇ ସେ ନିଜର ଚଳ ସମ୍ପତ୍ତି ୨୪୪ କୋଟି ଟଙ୍କା ଏବଂ ପରିବାରର ସମ୍ପତ୍ତି ୨୭୩ କୋଟି ଟଙ୍କା ବୋଲି ଦର୍ଶାଇଥିଲେ । ଏହାଛଡ଼ା ସ୍ଥାବର ସମ୍ପତ୍ତି ୯୭୦ କୋଟି ଟଙ୍କା ଥିଲା । ଯେତେବେଳେ କି ତାଙ୍କ ପରିବାରର ସମ୍ପତ୍ତି ୧୧୪୦ କୋଟି ଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦରମୈୟା, ନୂଆ CM ହେବେ ଡିକେ ଶିବକୁମାର !
ସବୁଠାରୁ ଧନୀ ରାଜନେତାଙ୍କ ମଧ୍ୟରୁ ଜଣେ ଡିକେ ଶିବକୁମାର ଷ୍ଟକ୍ ବଜାରରେ ମଧ୍ୟ କୋଟି କୋଟି ଟଙ୍କା ନିବେଶ କରିଛନ୍ତି। ସେ ଏବଂ ତାଙ୍କ ପତ୍ନୀ ୟୁନିଅନ ବ୍ୟାଙ୍କରୁ ବ୍ୟାଙ୍କ ଅଫ୍ ବରୋଦା, କୌସ୍ତୁଭ ପ୍ରୋଜେକ୍ଟରୁ ଭିକ୍ରସ୍ ଡେଭଲପର୍ସ ପର୍ଯ୍ୟନ୍ତ ଷ୍ଟକରେ ୪.୨୦ କୋଟି ନିବେଶ କରିଛନ୍ତି । ଏହା ବ୍ୟତୀତ ତାଙ୍କର ପ୍ରାୟ ୯ କୋଟି ଟଙ୍କାର FD ମଧ୍ୟ ଅଛି ।
ସୁନା, ରୂପା, ହୀରା ସହ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ମଧ୍ୟରେ ତାଙ୍କ ପାଖରେ Rolex ଏବଂ Hublot ଭଳି ଘଡ଼ି ରହିଛି, ଯାହାର ଦାମ ଲକ୍ଷାଧିକ ଟଙ୍କା। ଡିକେ ଶିବକୁମାର, ତାଙ୍କ ପତ୍ନୀ ଓ ସନ୍ତାନମାନଙ୍କ ପାଖରେ ଥିବା ଗହଣାର ମୋଟ ମୂଲ୍ୟ ୩.୨୮ କୋଟି ଟଙ୍କାରୁ ଅଧିକ ବୋଲି ଦର୍ଶାଯାଇଥିଲା ।
ଏବେ, ଡିକେ ଶିବକୁମାରଙ୍କ ଅସ୍ଥାବର ସମ୍ପତ୍ତି ବିଷୟରେ କହିବାକୁ ଗଲେ ନିର୍ବାଚନୀ ସତ୍ୟପାଠ ଅନୁସାରେ, ତାଙ୍କର ଏବଂ ତାଙ୍କ ପତ୍ନୀଙ୍କ ନାମରେ ୩୦ କୋଟି ଟଙ୍କାର କୃଷି ଜମି ରହିଛି । ଏହା ବ୍ୟତୀତ, ତାଙ୍କର ଦିଲ୍ଲୀରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ୮୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଘର ଏବଂ ଫ୍ଲାଟ୍ ଅଛି । ବାଣିଜ୍ୟିକ ସମ୍ପତ୍ତି ଦୃଷ୍ଟିରୁ, ଡିକେ ଶିବକୁମାର ଗ୍ଲୋବାଲ୍ ମଲ୍ ମାଲିକ, ଯାହାର ମୂଲ୍ୟ ପ୍ରାୟ ୯୦୦ କୋଟି ଟଙ୍କା । ଏହା ବ୍ୟତୀତ, ତାଙ୍କର ଏବଂ ତାଙ୍କ ପରିବାରର କୋଟି କୋଟି ଟଙ୍କାର ଦୋକାନ ଏବଂ ଅନ୍ୟାନ୍ୟ ସମ୍ପତ୍ତି ମଧ୍ୟ ଅଛି ।
Related Topics
Explore more stories