India Richest CM / ଡିକେ ଶିବକୁମାର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଚନ୍ଦ୍ରବାବୁ ନାଇଡ଼ୁ ଓ ବିଜୟ ଅଛନ୍ତି କେଉଁ ସ୍ଥାନରେ...
·1 hour ago·2 min read

Key Points
୧୪୧୩ କୋଟିର ମାଲିକ ଡିକେ ଶିବକୁମାର
ଧନୀ CM ତାଲିକାରେ ନଂ-୧
ଜାଣନ୍ତୁ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି କିଏ ?

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କଂଗ୍ରେସ ନେତା ଡିକେ ଶିବକୁମାର । ତାଙ୍କୁ ଲୋକଭବନରେ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ଡିକେ ଶିବକୁମାରଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ଭାବେ ଜି ପରମେଶ୍ବର ଶପଥ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଡିକେ ଶିବକୁମାର ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୨୦୨୩ ବିଧାନସଭା ନିର୍ବାଚନ ସମୟରେ ସେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କର ମୋଟ ସମ୍ପତ୍ତି ୧୪୧୩.୭୮ କୋଟି ଥିବା ଘୋଷଣା କରିଥିଲେ । ତେବେ ୨୦୧୮ ନିର୍ବାଚନରେ ତାଙ୍କର ଘୋଷିତ ସମ୍ପତ୍ତି ୮୪୦.୦୮ କୋଟି ଥିଲା । ଏହା ବ୍ୟତୀତ, ତାଙ୍କ ଭାଇ ଏବଂ ପୂର୍ବତନ ସାଂସଦ ଡିକେ ସୁରେଶ ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାଙ୍କ ସତ୍ୟପାଠରେ ୫୯୩ କୋଟି ଟଙ୍କାର ମାଲିକ ବୋଲି ଦର୍ଶାଇଥିଲେ ।
କର୍ଣ୍ଣାଟକର ନୂଆ ସିଏମ୍ ଡିକେ ଶିବକୁମାର Myneta.com ରେ ଅପଲୋଡ୍ କରିଥିବା ତାଙ୍କ ନିର୍ବାଚନୀ ସତ୍ୟପାଠରେ କହିଛନ୍ତି ଯେ ତାଙ୍କର ଓ ତାଙ୍କ ପରିବାରର ମୋଟ ସମ୍ପତ୍ତିର ମୂଲ୍ୟ ୧୪୧୩ କୋଟି ଟଙ୍କାରୁ ଅଧିକ । ଯେଉଁଠାରେ ଲୋନ୍ର ପରିମାଣ ୫୦୩ କୋଟି ଟଙ୍କା ବୋଲି ଦର୍ଶାଯାଇଥିଲା ।
ଅଧିକ ପଢ଼ନ୍ତୁ: ଶେଷ ହେଲା ସସ୍ପେନ୍ସ, କର୍ଣ୍ଣାଟକ CM ଭାବେ ଶପଥ ନେଲେ DK ଶିବକୁମାର
ଡିକେ ଶିବକୁମାର ଓ ତାଙ୍କ ପରିବାରର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୧୬ କୋଟି ଟଙ୍କାରୁ ଅଧିକ ଜମା ରାଶି ଥିବା ସତ୍ୟପାଠରେ ଦର୍ଶାଇଛନ୍ତି । ସମସ୍ତ ସମ୍ପତ୍ତି ମିଶାଇ ସେ ନିଜର ଚଳ ସମ୍ପତ୍ତି ୨୪୪ କୋଟି ଟଙ୍କା ଏବଂ ପରିବାରର ସମ୍ପତ୍ତି ୨୭୩ କୋଟି ଟଙ୍କା ବୋଲି ଦର୍ଶାଇଥିଲେ । ଏହାଛଡ଼ା ସ୍ଥାବର ସମ୍ପତ୍ତି ୯୭୦ କୋଟି ଟଙ୍କା ଥିଲା । ଯେତେବେଳେ କି ତାଙ୍କ ପରିବାରର ସମ୍ପତ୍ତି ୧୧୪୦ କୋଟି ଥିଲା ।
ତେବେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ଡିକେ ଶିବକୁମାରଙ୍କ ପରେ ଆନ୍ଧ୍ର ପ୍ରଦେଶର ଚନ୍ଦ୍ରବାବୁ ନାଇଡୁ ରହିଛନ୍ତି । ତାଙ୍କର ମୋଟ୍ ସମ୍ପତ୍ତି ୯୩୧ କୋଟି ବୋଲି ସେ ନିର୍ବାଚନ ସତ୍ୟପାଠରେ ଦେଖାଇଛନ୍ତି । ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ୬୫୮ କୋଟି ସମ୍ପତ୍ତି ସହିତ ତୃତୀୟ ସ୍ଥାନରେ ଅଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories