Videos
|
National

DMK Delimitation Bill / କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ DMK ସାଂସଦଙ୍କ ଟିମ୍, ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ DMKର ଗ୍ରୀନ୍ ସିଗନାଲ୍

Santosh Kumar Sahoo
Browse all articles by Santosh Kumar Sahoo
·Published on: 29 Nov 2026, 08:17:14 IST·3 min read
କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ DMK ସାଂସଦଙ୍କ ଟିମ୍, ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ DMKର ଗ୍ରୀନ୍ ସିଗନାଲ୍
DMK Delimitation Bill

Key Points

ସୀମା ପୁନଃନିର୍ଦ୍ଧାରଣ ବିଲ୍ ନେଇ ଜାତୀୟ ରାଜନୀତିରେ ବଡ଼ ହଲଚଲ
କେନ୍ଦ୍ର ସରକାରଙ୍କୁ DMKର ସମର୍ଥନ
ଅମିତ ଶାହଙ୍କୁ ଭେଟି କ'ଣ କହିଲେ କନିମୋଝୀ?
ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ଜାତୀୟ ରାଜନୀତିରେ ବଡ଼ ହଲଚଲ ଦେଖିବାକୁ ମିଳିଛି । ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଡିଏମକେ ସାଂସଦମାନଙ୍କ ଏକ ପ୍ରତିନିଧି ଦଳର ସାକ୍ଷାତ ପରେ ସାଂସଦ କନିମୋଝୀ କରୁଣାନିଧି ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏହି ବୈଠକରେ କନିମୋଝୀଙ୍କ ସହ ବରିଷ୍ଠ ସାଂସଦ ଏ. ରାଜା, ଦୟାନିଧି ମାରନ ଏବଂ ଟି.ଆର. ବାଲୁ ସାମିଲ ଥିଲେ ।



ସଂସଦର ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ଆସିବାକୁ ଥିବା ସଂଶୋଧିତ ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ଡିଏମକେ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି । ଅମିତ ଶାହଙ୍କ ସହ ସାକ୍ଷାତ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କନିମୋଝୀ କହିଛନ୍ତି, "ଡିଏମକେ ନିଜର ଆଭିମୁଖ୍ୟ ବଦଳାଇ ନାହିଁ । ଆମେ ସବୁବେଳେ ଏକ ନିରପେକ୍ଷ ସୀମା ପୁନଃନିର୍ଦ୍ଧାରଣ ଦାବି କରିଆସିଛୁ । ଆମେ ସୀମା ପୁନଃନିର୍ଦ୍ଧାରଣକୁ ରୋକିବା ପକ୍ଷରେ ନଥିଲୁ, ବରଂ ଏହା ଦ୍ୱାରା ଯେପରି ତାମିଲନାଡୁର ସ୍ୱାର୍ଥ କ୍ଷୁଣ୍ଣ ନହୁଏ ତାହା ଚାହୁଁଥିଲୁ ।
ସେ ଆହୁରି କହିଛନ୍ତି ଯେ ସଂସଦରେ ଡିଏମକେ ଯାହା ଦାବି ଉଠାଇଥିଲା ଏବଂ ସଂଶୋଧିତ ବିଲ୍‌ରେ ଯାହା ଚାହୁଁଥିଲା, ତାହା କେନ୍ଦ୍ର ସରକାର ମାନିନେଇଛନ୍ତି ।

କନିମୋଝୀଙ୍କ ସୂଚନା ଅନୁଯାୟୀ, ୧୯୭୧ ଜନଗଣନା ଆଧାରରେ ଆସନ ବୃଦ୍ଧି ଏବଂ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଏହାକୁ ସ୍ଥିର ରଖିବା ଦାବିକୁ ସରକାର ଗ୍ରହଣ କରିଛନ୍ତି । ଫଳରେ ତାମିଲନାଡୁର ଲୋକସଭା ଆସନ ସଂଖ୍ୟା ୩୯ରୁ ବଢ଼ି ୫୯ ହେବ ।



ଏହି ବିଲ୍ ପାସ୍ ହେବା ପରେ ମହିଳା ସଂରକ୍ଷଣ ବିଲ୍ ମଧ୍ୟ ଲାଗୁ ହେବ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ଡିଏମକେ ମୁଖ୍ୟ ଏମ.କେ. ଷ୍ଟାଲିନ କହିଥିଲେ ଯେ, ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ସମର୍ଥନ କରି ଦଳ ଆଗାମୀ ୨୫ ବର୍ଷ ପାଇଁ ତାମିଲନାଡୁର ସଂସଦୀୟ ପ୍ରତିନିଧିତ୍ୱକୁ ସୁରକ୍ଷିତ ରଖିବାରେ ସଫଳ ହୋଇଛି । କେନ୍ଦ୍ର ସରକାରଙ୍କ ବିଲ୍‌କୁ ଡିଏମକେ ସମର୍ଥନ ଘୋଷଣା କରିବା ପରେ ଲୋକସଭାରେ କଂଗ୍ରେସଠାରୁ ଅଲଗା ହୋଇ ଡିଏମକେ ସାଂସଦମାନଙ୍କ ପାଇଁ ସ୍ୱତନ୍ତ୍ର ବସିବା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

ପଢନ୍ତୁ ଏହି ଖବର: ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ! ଥିରୁପ୍ପରନକୁନ୍ଦ୍ରମ୍ ପାହାଡ଼ରେ ଜଳିଲା କାର୍ତ୍ତିଗାଇ ଦୀପମ୍

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: