Videos
|
National

Delimitation Bill / ଇଣ୍ଡି ମେଣ୍ଟକୁ ଝଟ୍‌କା; ମୋଦି ସରକାରଙ୍କ ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ DMKର ସମର୍ଥନ

Sushanta Sahoo
Browse all articles by Sushanta Sahoo
·54 mins ago·2 min read
ଇଣ୍ଡି ମେଣ୍ଟକୁ ଝଟ୍‌କା; ମୋଦି ସରକାରଙ୍କ ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ DMKର ସମର୍ଥନ
DMK supports Delimitation Bill

Key Points

ଇଣ୍ଡି ମେଣ୍ଟକୁ ସାଥ୍ ଦେବନି DMK । ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ଘୋଷଣା କଲା ଦଳ । 
ନୂଆଦିଲ୍ଲୀ: ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ଦେବ ଡିଏମ୍‌କେ । ଦଳର ନେତା ଦୟାନିଧି ମାରନ ଘୋଷଣା କରିଛନ୍ତି ଯେ, ସଂସଦରେ ଡିଏମ୍‌କେ ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ସମର୍ଥନ କରିବ । ସୀମା ପୁନଃନିର୍ଦ୍ଧାରଣ ବିଲ୍‌ରେ ଲୋକସଭା ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧିର ପ୍ରସ୍ତାବ ରହିଛି ।

ତେବେ ଏଥିପାଇଁ ସମ୍ବିଧାନରେ ଏକ ସଂଶୋଧନ ଆବଶ୍ୟକ । ମିଳିଥିବା ସୂଚନା ଅନୁସାରେ, ସୀମା ପୁନଃନିର୍ଦ୍ଧାରଣ ବିଲ୍ ପାଇଁ ଡିଏମ୍‌କେର ମୁଖ୍ୟତଃ ୨ଟି ଦାବି ରହିଛି । ପ୍ରଥମଟି ହେଲା- ଲୋକସଭା ଆସନରେ ତାମିଲନାଡ଼ୁର ବର୍ତ୍ତମାନ ଅଂଶ ୭.୨ ପ୍ରତିଶତ ସୁରକ୍ଷିତ ରଖିବା । ଦ୍ଵିତୀୟଟି ହେଲା- ୧୯୭୧ର ଜନଗଣନା ଆଧାରରେ ରାଜ୍ୟକୁ ଆବଣ୍ଟନ କରାଯାଇଥିବା ସିଟ୍ ଅନୁପାତ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ସ୍ଥିର ରଖିବା ।

ଏଥିସହ ପଢ଼ନ୍ତୁ: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି; ଲୋକସଭା ସହ ବିଧାନସଭାରେ ବଢ଼ିବ ୫୦% ଆସନ 

କିନ୍ତୁ, DMKର ମୁଖ୍ୟ ସର୍ତ୍ତ ହେଲା ଏହି ସୁରକ୍ଷା ଉପାୟକୁ ସମ୍ବିଧାନରେ ଏକ ସଂଶୋଧନ ଜରିଆରେ ସାମିଲ୍ କରାଯାଉ । ଦଳ ଏହା ସୁନିଶ୍ଚିତ କରିବାକୁ ଚାହୁଁଛି ଯେଭଳି ପ୍ରସ୍ତାବିତ ବ୍ୟବସ୍ଥାକୁ ପରେ ବଦଳା ନ ଯିବ । ଏଥିସହ ୨୦୨୭ ଜନଗଣନା ଆଧାରରେ ଜନସଂଖ୍ୟା ହିସାବରେ ସୀମା ପୁନଃନିର୍ଦ୍ଧାରଣ ସ୍ଵୟଂ ଲାଗୁ କରାନଯାଉ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
DMK ମୁଖ୍ୟ ତଥା ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ଅଧ୍ୟକ୍ଷତାରେ ଲୋକସଭା ସାଂସଦଙ୍କ ବୈଠକ ବସିଥିଲା । ଯାହାପରେ ଦଳ ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ଘୋଷଣା କରିଛି ।

ଡିଏମ୍‌କେ ସାଂସଦ କହିଛନ୍ତି, "ସଂସଦରେ ସାଂସଦଙ୍କ ସଂଖ୍ୟା ବୃଦ୍ଧି କୌଣସି ସମସ୍ୟା ନାହିଁ । କିନ୍ତୁ ଆମ ଚିନ୍ତା ହେଉଛି ଏହି ପ୍ରକ୍ରିୟାରେ ଯେଭଳି ତାମିଲନାଡ଼ୁର ପ୍ରତିନିଧିତ୍ଵ ହ୍ରାସ ନ ପାଉ । ସଂସଦର ଆକାର ବଢ଼ିବା ସହ ଆମ ଅନୁପାତ ସୁରକ୍ଷିତ ରହିବା ଦରକାର ।"

ଏଥିସହ ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ପରେ ଓଡ଼ିଶାରେ ବଢ଼ିବ କେତେ ଆସନ ? 

ମିଳିବ ୨୨ ସାଂସଦଙ୍କ ସମର୍ଥନ

ଏବେ ଲୋକସଭାରେ ଡିଏମ୍‌କେ ପାଖରେ ୨୨ ସାଂସଦ ଅଛନ୍ତି । ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍ ସଂସଦରେ ପାରିତ କରିବାକୁ ଦୁଇ ତୃତୀୟାଂଶ ବହୁମତ ଆବଶ୍ୟକ । ୫୪୩ଟି ଆସନ ବିଶିଷ୍ଟ ଲୋକସଭାରେ ଏବେ ୫୪୦ ସଦସ୍ୟ ଅଛନ୍ତି । ୫୪୦ ଆସନ ଅନୁସାରେ ଦୁଇ ତୃତୀୟାଂଶ ହେଉଛି ୩୬୦ ଆସନ । ଅର୍ଥାତ୍ ବହୁମତ ପାଇଁ ୩୬୦ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଏଭଳି କ୍ଷେତ୍ରରେ ଡିଏମ୍‌କେର ୨୨ ସାଂସଦଙ୍କ ସମର୍ଥନ ଏନଡିଏକୁ ମିଳିବ ।