Agni Prime Missile Test / ଇତିହାସ ରଚିଲା DRDO, ଟ୍ରେନରୁ ଉତକ୍ଷେପଣ ହେଲା ଅଗ୍ନି-ପ୍ରାଇମ୍ ମିଜାଇଲ

Key Points
ଇତିହାସ ରଚିଲା DRDO; ଟ୍ରେନ୍ରୁ ଉତ୍କ୍ଷେପଣ ହେଲା 'ଅଗ୍ନି' । ପ୍ରଥମ ଥର ଟ୍ରେନ୍ରୁ ଉତ୍କ୍ଷେପଣ ହେଲା ମିଜାଇଲ୍ ଅଗ୍ନି ପ୍ରାଇମ୍ । ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିଜାଇଲ୍ ଅଗ୍ନି ପ୍ରାଇମ୍ର ସଫଳ ଉତ୍କ୍ଷେପଣ।
ପ୍ରତିରକ୍ଷା କ୍ଷେତ୍ରରେ ଭାରତ ହାସଲ କରିଛି ଐତିହାସିକ ସଫଳତା । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିଜାଇଲ୍ ଅଗ୍ନି-ପ୍ରାଇମର ସଫଳ ପରୀକ୍ଷଣ କରିଛି । ତେବେ ସବୁଠୁ ବଡ଼ କଥା ହେଉଛି ଏହି କ୍ଷେପଣାସ୍ତ୍ରକୁ ଏକ ଟ୍ରେନରୁ ଉତକ୍ଷେପଣ କରାଯାଇଥିଲା । ଅଗ୍ନି-ପ୍ରାଇମ୍ ମିଜାଇଲ ଏକ ରେଳ-ଭିତ୍ତିକ ମୋବାଇଲ୍ ଲଞ୍ଚରରୁ ଉତକ୍ଷେପଣ କରାଯାଇଥିଲା । ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
India has carried out the successful launch of Intermediate Range Agni-Prime Missile from a Rail based Mobile launcher system. This next generation missile is designed to cover a range up to 2000 km and is equipped with various advanced features.
— Rajnath Singh (@rajnathsingh) September 25, 2025
The first-of-its-kind launch… pic.twitter.com/00GpGSNOeE
📱 Get Argus News App
✨ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଅଗ୍ନି-ପ୍ରାଇମର ସଫଳ ପରୀକ୍ଷଣ ନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, 'ଭାରତ ରେଳ-ଭିତ୍ତିକ ମୋବାଇଲ୍ ଲଞ୍ଚର୍ ସିଷ୍ଟମରୁ ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳତାର ସହିତ ପରୀକ୍ଷଣ କରିଛି । ଏହି ପରବର୍ତ୍ତୀ ପିଢ଼ିର କ୍ଷେପଣାସ୍ତ୍ରର ରେଞ୍ଜ ପ୍ରାୟ ୨ ହଜାର କିଲୋମିଟର ରହିଛି । ଏହା ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଥିବା ରେଳ-ଭିତ୍ତିକ ମୋବାଇଲ୍ ଲଞ୍ଚରରୁ ଏପରି ପରୀକ୍ଷଣ କରାଯାଇଛି।"
ରାଜନାଥ ସିଂହ DRDOକୁ ଅଭିନନ୍ଦନ ଜଣାଇଛନ୍ତି
ଅଗ୍ନି-ପ୍ରାଇମର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ DRDOକୁ ଅଭିନନ୍ଦନ ଜଣାଇଛନ୍ତି । ସେ 'X' ପୋଷ୍ଟ ମାଧ୍ୟମରେ କହିଛନ୍ତି, "ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ DRDO, ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (SFC) ଏବଂ ସଶସ୍ତ୍ର ବାହିନୀକୁ ହାର୍ଦ୍ଦିକ ଅଭିନନ୍ଦନ। "
ଅଧିକ ପଢ଼ନ୍ତୁ: ଲଦାଖରେ କର୍ଫ୍ୟୁ ଜାରି, 50 ଗିରଫ
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଅଗ୍ନି-ପ୍ରାଇମ୍ ଲକ୍ଷ୍ୟଭେଦ କ୍ଷମତା ୨ ହଜାର କିଲୋମିଟର ରହିଛି । ଏହା ରେଳ ନେଟୱାର୍କରେ ଯାତ୍ରା କରିବାର କ୍ଷମତା ରଖିଛି। ଏହାକୁ ଅତି କମ ସମୟ ମଧ୍ୟରେ ଦେଶର ଯେକୌଣସି ସୀମାକୁ ସହଜରେ ପରିବହନ କରାଯାଇପାରିବ । ଶତ୍ରୁ ଦେଶର ରାଡାରକୁ ମଧ୍ୟ ଏହି ମିଜାଇଲ ଚକମା ଦେବାରେ ଅତ୍ୟନ୍ତ ସକ୍ଷମ ଅଟେ । ସେହିପରି ଏହାର ନାଭିଗେସନ୍ ସିଷ୍ଟମ ବହୁତ ଭଲ । ଯାହାଫଳରେ ଏହା ଶତ୍ରୁ ପକ୍ଷକୁ ସଠିକ୍ ଭାବରେ ଟାର୍ଗେଟ କରିଥାଏ ।
Related Topics
Explore more stories