Traffic Challan Rules 2026 / କେତେ ଥର ଚାଲାଣ କଟିଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ ? ଜାଣନ୍ତୁ ଏହି ଜରୁରୀ ଟ୍ରାଫିକ୍ ନିୟମ
·1 month ago·2 min read

Key Points
ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର
ଟ୍ରାଫିକ୍ ନିୟମ ଭାଙ୍ଗିଲେ ବଡ଼ କ୍ଷତି
କେତେ ଚାଲାଣ ପରେ ବାତିଲ ହେବ DL ?
ଟ୍ରାଫିକ୍ ନିୟମ ଭାଙ୍ଗିଲେ ବଡ଼ କ୍ଷତି
କେତେ ଚାଲାଣ ପରେ ବାତିଲ ହେବ DL ?
ଆପଣ ବାରମ୍ବାର ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି କି ? ଭାବୁଛନ୍ତି କେବଳ ଜରିମାନା ଦେଇ ସବୁ ସରିଯିବ ? ତେବେ ଏହି ଖବର ଆପଣଙ୍କ ପାଇଁ । କାରଣ ଏବେ ଆଉ କେବଳ ଇ-ଚାଲାଣ ନୁହେଁ, ବାରମ୍ବାର ନିୟମ ଉଲ୍ଲଂଘନ କଲେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ । AI କ୍ୟାମେରାର କଡ଼ା ନଜର, ଇ-ଚାଲାଣର ଡିଜିଟାଲ ଟ୍ରାକିଂ ଏବଂ ନୂଆ ନିୟମ ସହ ଏବେ ଟ୍ରାଫିକ ଉଲ୍ଲଂଘନକୁ ନେଇ ସରକାର ଆପଣାଇଛନ୍ତି କଠୋର ଆଭିମୁଖ୍ୟ । ତେବେ କ'ଣ ରହିଛି ଏହି ନୂଆ ବ୍ୟବସ୍ଥାରେ ? ଜାଣନ୍ତୁ...
ଚଳିତ ବର୍ଷରୁ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କେବଳ ଜରିମାନା ଦେଇ ରକ୍ଷା ପାଇବେ ନାହିଁ । ଲଗାତାର ନିୟମ ଭଙ୍ଗିଲେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ ।
କେନ୍ଦ୍ରୀୟ ମୋଟର ଯାନ ଆଇନର ନୂଆ ନିୟମ ଅନୁଯାୟୀ, ୧ ଜାନୁଆରୀ ୨୦୨୬ରୁ ୩୧ ଡିସେମ୍ବର ୨୦୨୬ ମଧ୍ୟରେ ଯଦି କୌଣସି ଚାଳକ ୫ ଥର କିମ୍ବା ତାହାଠାରୁ ଅଧିକ ଥର ଟ୍ରାଫିକ ନିୟମ ଉଲ୍ଲଂଘନ କରନ୍ତି, ତାହାକୁ ଗୁରୁତର ଉଲ୍ଲଂଘନ ଭାବେ ଗଣାଯିବ । ଏପରି ମାମଲାରେ ପରିବହନ ବିଭାଗ ଡ୍ରାଇଭିଂ ଲାଇସେନ୍ସ ବାତିଲ ପ୍ରକ୍ରିୟା ଆରମ୍ଭ କରିପାରିବ । ତେବେ ଅନ୍ତିମ ନିଷ୍ପତ୍ତି ସମ୍ପୃକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ନେବ ଏବଂ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଚାଳକଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦିଆଯିବ ।
ଅଧିକ ପଢ଼ନ୍ତୁ: ମୁକ୍ତ ହେଲେ ଉଦୟନିଧି ଷ୍ଟାଲିନ; ଗିରଫର ୪ଘଣ୍ଟା ଭିତରେ ଛାଡ଼ିଲା ପୋଲିସ
ପୂର୍ବରୁ ଅନେକ ଲୋକ ଭିନ୍ନ ଭିନ୍ନ ସହରରେ ଚାଲାଣ କଟିଲେ ମଧ୍ୟ ସହଜରେ ବଞ୍ଚିଯାଉଥିଲେ । କିନ୍ତୁ ବର୍ତ୍ତମାନ ତାହା ଆଉ ସମ୍ଭବ ହେବ ନାହିଁ। ଡ୍ରାଇଭିଂ ଲାଇସେନ୍ସ ଆଧାର ସହ ସଂଯୁକ୍ତ ଥିବାରୁ ଦେଶର କେଉଁଠି ବି ଟ୍ରାଫିକ ନିୟମ ଭାଙ୍ଗିଲେ ମଧ୍ୟ ତାହାର ରେକର୍ଡ ସିଧାସଳଖ ଆପଣଙ୍କ ପ୍ରୋଫାଇଲରେ ଯୋଡ଼ାଯିବ । ଇ-ଚାଲାଣ ବ୍ୟବସ୍ଥା ବର୍ତ୍ତମାନ ବାହାନ ଏବଂ ସାରଥୀ ପୋର୍ଟାଲ ସହ ସମ୍ପୂର୍ଣ୍ଣ ଭାବେ ସଂଯୁକ୍ତ ଥିବାରୁ ପ୍ରତ୍ୟେକ ନିୟମ ଉଲ୍ଲଂଘନର ରେକର୍ଡ ଗୋଟିଏ ସ୍ଥାନରେ ସଂରକ୍ଷିତ ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏବେ ଏଆଇ କ୍ୟାମେରା କାଟୁଛି ଇ-ଚାଲାଣ
ଚାଲାଣ କାଟିବା ପାଇଁ ଏବେ ସବୁଠାରେ ଟ୍ରାଫିକ ପୋଲିସଙ୍କ ଉପସ୍ଥିତି ଆବଶ୍ୟକ ନୁହେଁ । ଅନେକ ସ୍ଥାନରେ ଏଆଇ କ୍ୟାମେରା ଲଗାଯାଇଛି, ଯାହା ୨୪ ଘଣ୍ଟା ସଡ଼କ ଉପରେ ନଜର ରଖୁଛି। ନିୟମ ଉଲ୍ଲଂଘନ ହେବାମାତ୍ରେ ଏହି କ୍ୟାମେରା ସ୍ୱୟଂଚାଳିତ ଭାବେ ଇ-ଚାଲାଣ ଜାରି କରୁଛି । ତେଣୁ ଟ୍ରାଫିକ୍ ପୋଲିସ୍ ନାହାନ୍ତି ବୋଲି ଭାବି ନିୟମ ଭାଙ୍ଗିବା ଏବେ ଆପଣଙ୍କ ପାଇଁ ଭାରି ପଡ଼ିପାରେ ।
ସରକାରୀ ତଥ୍ୟ ଅନୁସାରେ, ପ୍ରାୟ ୭୦ ପ୍ରତିଶତ ଟ୍ରାଫିକ ନିୟମ ଉଲ୍ଲଂଘନ କେବଳ ୨୦ ପ୍ରତିଶତ ଚାଳକଙ୍କ ଦ୍ୱାରା ହୋଇଥାଏ, ଯେଉଁମାନେ ବାରମ୍ବାର ସମାନ ଭୁଲ କରନ୍ତି। ସରକାରଙ୍କ ମତରେ କେବଳ ଜରିମାନା ଆଦାୟ କଲେ ଲୋକଙ୍କ ଅଭ୍ୟାସ ବଦଳେ ନାହିଁ। ସେଥିପାଇଁ ଲାଇସେନ୍ସ ବାତିଲ ପରି କଠୋର ପଦକ୍ଷେପ ନେଇ ଟ୍ରାଫିକ ନିୟମ ପାଳନକୁ ଅଧିକ ସୁନିଶ୍ଚିତ କରାଯିବ ।
ଯଦି କୌଣସି ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଯାଇଛି ଏବଂ ଏହା ପରେ ମଧ୍ୟ ସେ ଗାଡ଼ି ଚଳାଉଥିବା ବେଳେ ଧରାପଡ଼ନ୍ତି, ତେବେ ମୋଟର ଯାନ (ସଂଶୋଧନ) ଅଧିନିୟମ, ୨୦୧୯ ଅନୁସାରେ ତାଙ୍କ ଉପରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ ।

Related Topics
Explore more stories