Videos
|
Politics

Udhayanidhi Stalin Release / ମୁକ୍ତ ହେଲେ ଉଦୟନିଧି ଷ୍ଟାଲିନ; ଗିରଫର ୪ଘଣ୍ଟା ଭିତରେ ଛାଡ଼ିଲା ପୋଲିସ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ମୁକ୍ତ ହେଲେ ଉଦୟନିଧି ଷ୍ଟାଲିନ; ଗିରଫର ୪ଘଣ୍ଟା ଭିତରେ ଛାଡ଼ିଲା ପୋଲିସ
Udhayanidhi Stalin Release

Key Points

ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ଉଦୟନିଧି ଷ୍ଟାଲିନ ମନ୍ତବ୍ୟ ଘଟଣା
ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୁକ୍ତ ହୋଇଛନ୍ତି
ଚେନ୍ନାଇ: ଫିଲ୍ମ ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ଦ୍ବିଅର୍ଥବୋଧକ ମନ୍ତବ୍ୟ ଦେବା ଘଟଣାରେ ଗିରଫ ହୋଇଥିଲେ ତାମିଲନାଡୁର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ । ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ପ୍ରାୟ ୪ ଘଣ୍ଟା ପରେ ପୋଲିସ ମୁକ୍ତ କରିଛି । ଡିଏମକେ ନେତା ଷ୍ଟାଲିନଙ୍କୁ ତଦନ୍ତରେ ସହାୟତା କରିବାକୁ କହିଛନ୍ତି ହାଇକୋର୍ଟ ।

  • ସକାଳୁ ଉଠାଇନେଇଥିଲା ପୋଲିସ
ଅଦାଲତରେ ଶୁଣାଣି ସମୟରେ ତାଞ୍ଜାବୁର ପୋଲିସ ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ୍ ଜେନେରାଲ ବିଜୟ ନାରାୟଣ କହିଛନ୍ତି ଯେ, ଉଦୟନିଧିଙ୍କୁ ତାଞ୍ଜାବୁର ନିଆଯାଇଛି ସତ, କିନ୍ତୁ ପୋଲିସ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ଚାହୁଁନାହିଁ । ତାଙ୍କୁ କେବଳ ପଚରାଉଚରା କରି ଥାନାରୁ ଜାମିନରେ ମୁକ୍ତ କରିବା ହିଁ ସରକାରଙ୍କ ଉଦ୍ଦେଶ୍ୟ । ସୋମବାର ତାଞ୍ଜାବୁରରେ କାବେରୀ ମୁଦ୍ଦାକୁ ନେଇ ଆୟୋଜିତ ପ୍ରତିବାଦ ସଭାରେ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ପଚରାଉଚରା ପାଇଁ ପୋଲିସ ଉଦୟନିଧିଙ୍କ ନୀଲାଙ୍କରାଇ ସ୍ଥିତ ବାସଭବନରେ ପହଞ୍ଚିବା ମାତ୍ରେ ଏକ ଅଗ୍ରିମ ଜାମିନ ଆବେଦନ କରାଯାଇଥିଲା । ତଥାପି, ଡିଏମକେ ନେତାଙ୍କୁ ଗିରଫ କରାଯାଇ ପଚରାଉଚରା ପାଇଁ ତାଞ୍ଜାବୁର ନିଆଯାଇଥିଲା ।

ପଢନ୍ତୁ ଏହି ଖବର: ଷ୍ଟାଲିନଙ୍କ ଅଶ୍ଳୀଳ କମେଣ୍ଟକୁ ନେଇ ରାଗିଗଲେ ସାଉଥ୍ ସେଲିବ୍ରିଟି, କହିଲେ ତୁରନ୍ତ କ୍ଷମା ମାଗ..

  • 'ପ୍ରତିଶୋଧ ନେବା ପାଇଁ ଗିରଫ'

ଗିରଫ ହେବା ପରେ ଉଦୟନିଧି ଷ୍ଟାଲିନ କହିଥିଲେ ଯେ ସେ ଆଇନଗତ ଭାବେ ଏହାର ସାମ୍ନା କରିବେ । ସେ ଏହି ଗିରଫଦାରୀକୁ ତାଙ୍କ ସହ ମଜାମସ୍ତି ବୋଲି କହିଥିଲେ । ସେ କି ତାଙ୍କ ଦଳର କୌଣସି କର୍ମକର୍ତ୍ତା ଏହି ଗିରଫକୁ ନେଇ ଭୟଭୀତ ନୁହେଁ ମଧ୍ୟ କହିଥିଲେ ଉଦୟନିଧି । ସେହିପରି ଉଦୟନିଧିଙ୍କ ଦଳ ଡିଏମକେ ଏହାକୁ କେବଳ 'ପ୍ରତିଶୋଧ'ର ନାଁ ଦେଇଥିଲା ।

  • କଣ ପୂରା ଘଟଣା ?

ଗତକାଲି (ସୋମବାର) ତାଞ୍ଜାବୁରରେ କାବେରୀ ବିବାଦକୁ ନେଇ ଉଦୟନିଧି ବିରୋଧ ପ୍ରଦର୍ଶନ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ତାମିଲନାଡୁକୁ କାବେରୀ ନଦୀର ବୁନ୍ଦାଏ ପାଣି ମଧ୍ୟ ମିଳିନାହିଁ, ଆଉ ସେପଟେ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ଏହି ପ୍ରସଙ୍ଗକୁ ଅଣଦେଖା କରୁଛନ୍ତି । ଏହି ରାଲି ସେତେବେଳେ ବିବାଦ ଘେରକୁ ଆସିଥିଲା ଯେତେବେଳେ ଭିଡ଼ ଭିତରୁ କେହି 'ତ୍ରିଶା..ତ୍ରିଶା' ବୋଲି ନାରା ଦେଇଥିଲେ । ଉଦୟନିଧି ଏତିକି ବେଳେ ନିଜ ଭାଷଣରୁ ସାମାନ୍ୟ ବିରତି ନେଇ ଟିକେ ହସିଦେଇଥିଲେ ଏବଂ ଆପତ୍ତିଜନକ ଓ ଦ୍ଵିଅର୍ଥବୋଧକ ଟିପ୍ପଣୀ ଦେଇଥିଲେ । ଏହି ଅଭଦ୍ର ଟିପ୍ପଣୀକୁ ନେଇ ତାଙ୍କୁ ଆଜି ପୋଲିସ ସକାଳୁ ଉଠାଇନେଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: