Durgapur Rape Case / 'ମୁଖ୍ୟମନ୍ତ୍ରୀ ଫତୱା ଜାରି କରନ୍ତୁ, ନଚେତ୍ ଇସ୍ତଫା ଦିଅନ୍ତୁ'

Key Points
ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡି଼ଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତାଙ୍କୁ ପୀଡ଼ିତା ବାପାଙ୍କ ତାତ୍ସଲ୍ୟ । ନିଜ ରାଜ୍ୟର ଆଇନ ବ୍ୟବସ୍ଥା ସମ୍ଭାଳି ନ ପାରି ଏମିତି ବୟାନ ଦେଉଛନ୍ତି ମମତା ।
ଦୁର୍ଗାପୁରରେ ଓଡ଼ିଆ ଛାତ୍ରୀଙ୍କ ଗଣଦୁଷ୍କର୍ମ ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ପୀଡ଼ିତାଙ୍କ ବାପା । ବାରମ୍ବାର ଏପରି ଘଟଣା ପାଇଁ ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସେ ଦାୟୀ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ସମାଧାନ କରିବା ପରିବର୍ତ୍ତେ ପୀଡ଼ିତାଙ୍କୁ ଦୋଷ ଦେବା ଭଳି ହୋଇଛି ବୋଲି କ୍ରୋଧ ଓ ନିରାଶା ପ୍ରକାଶ କରିଛନ୍ତି ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ପୀଡ଼ିତାଙ୍କ ବାପା ।
ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଝିଅମାନଙ୍କୁ ଘରୁ ବାହାରକୁ ନଯିବା ପାଇଁ ଏକ ଫତୱା ଜାରି କରିବା ଉଚିତ୍ କିମ୍ବା ଯଦି ସେ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିପାରିବେ ନାହିଁ ତେବେ ତାଙ୍କ ପଦବୀରୁ ଇସ୍ତଫା ଦେବା ଉଚିତ୍ । ଏପଟେ ପୀଡ଼ିତା ଓଡ଼ିଆ ଛାତ୍ରୀଙ୍କ ବାପା ମଧ୍ୟ ପଶ୍ଚିମବଙ୍ଗରେ ଝିଅ ଅସୁରକ୍ଷିତ ବୋଲି କହିବା ସହ ମମତାଙ୍କ ଉପରେ ତାଙ୍କର ଭରସା ନଥିବା କହିଛନ୍ତି ।
ଅଧିକ ପଢ଼ନ୍ତୁ: କାର୍ଯ୍ୟାନୁଷ୍ଠାନ ବଦଳରେ ଦୋଷ ଲୁଚାଉଛନ୍ତି ମମତା, ବିଜେପି କଲା ତାତ୍ସଲ୍ୟ
ସେପଟେ ସେପଟେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବୟାନକୁ ନେଇ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । ରାତି ସମୟରେ ଛାତ୍ରୀମାନେ କଲେଜ ବାହାରକୁ ଯିବା ଉଚିତ୍ ନୁହେଁ । ସେମାନେ ନିଜେ ନିଜର ସୁରକ୍ଷା କରିବା ଉଚିତ୍ ବୋଲି ମମତା କହିଥିଲେ । ଏହି ବୟାନକୁ ନେଇ ମମତାଙ୍କୁ ତୀବ୍ର ସମାଲୋଚନା କରାଯାଉଛି ।
📱 Get Argus News App
✨
ଅନ୍ୟପଟେ ପୁଣି ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସବୁଆଡୁ ଲଜ୍ଜିତ ଓ ନିନ୍ଦିତ ହେବା ପରେ ଚାପରେ ପଡ଼ି ଆକ୍ସନ ଆରମ୍ଭ କରିଛି ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର । ଘଟଣାର ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଅପ୍ପୁ ବାଉରୀ (୨୧), ଫିର୍ଦ୍ଦୋସ ଶେଖ୍ (୨୩), ଶେଖ୍ ରିଆଜୁଦ୍ଦିନ (୩୨) ଓ ନସିରୁଦ୍ଦିନ । ପ୍ରଥମ ୩ ଜଣଙ୍କୁ କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ଆହୁରି ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି । ପୀଡ଼ିତା ଏବେ କୋଲକାତା IQ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବାଲେଶ୍ବର ପ୍ରଶାସନର ସ୍ବତନ୍ତ୍ର ଟିମ୍ ମେଡିକାଲରେ ପହଞ୍ଚି ପୀଡ଼ିତା ଓ ପରିବାରକୁ ଭେଟିଛନ୍ତି । ଅନ୍ୟପଟେ ପଶ୍ଚିମବଙ୍ଗ କଂଗ୍ରେସ ଓ ଆମର ଜାଗରଣ ସଂଗଠନ ପକ୍ଷରୁ ସମ୍ପୃକ୍ତ ମେଡିକାଲ କଲେଜ ଘେରାଉ କରାଯାଇଛି । ମମତା ସରକାର ବିରୋଧରେ ବର୍ଷିଛନ୍ତି ସ୍ଥାନୀୟ ନେତା ଓ ବାସିନ୍ଦା ।
ସେପଟେ ଏହି ଘଟଣାର ନିନ୍ଦା କରିବା ସହ ପୀଡ଼ିତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏକ୍ସରେ ଧର୍ମେନ୍ଦ୍ର - ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଏଭଳି ମହିଳା ବିରୋଧୀ ଅପରାଧର ସମାଜରେ କୌଣସି ସ୍ଥାନ ନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାର ନିରପେକ୍ଷ ତଦନ୍ତ କରନ୍ତୁ । ଶୀଘ୍ର କାର୍ଯ୍ୟାନୁଷ୍ଠାନ ସହ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯାଉ ।
Related Topics
Explore more stories