Durgapur Gang Rape / ଦୁର୍ଗାପୁର ଗଣଦୁଷ୍କର୍ମ ମାମଲା: ୭ ଦିନିଆ ରିମାଣ୍ଡରେ ଗଲା ପୀଡ଼ିତାଙ୍କ ପୁରୁଷ ବନ୍ଧୁ

Key Points
ଦୁର୍ଗାପୁରରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ରିମାଣ୍ଡରେ ନେଲା ପୋଲିସ । ୭ ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ପୁରୁଷ ବନ୍ଧୁ ।
ଦୁର୍ଗାପୁରରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ରିମାଣ୍ଡରେ ନେଲା ପୋଲିସ । ୭ ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ପୁରୁଷ ବନ୍ଧୁ । ୧୦ ଦିନିଆ ରିମାଣ୍ଡ ଆବେଦନ ପୋଲିସ କରିଥିବା ବେଳେ ୭ ଦିନ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ତେବେ ଗତକାଲି ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧିଥିଲା ପୋଲିସ।
ପଶ୍ଚିମବଙ୍ଗ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲା ପୁରୁଷ ବନ୍ଧୁ
ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ପୀଡିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଥିଲା । ଗଣଦୁଷ୍କର୍ମ ଘଟଣାରେ ପୁରୁଷବନ୍ଧୁଙ୍କ ସମେତ ୬ ଜଣଙ୍କୁ ରିମାଣ୍ଡରେ ନେଇ ଖୋଳତାଡ କରୁଛି ଦୁର୍ଗାପୁର ପୋଲିସ । ଶୁକ୍ରବାର ରାତିରେ ପ୍ରକୃତରେ କଣ ଘଟିଥିଲା ତାର ସମ୍ପୂର୍ଣ୍ଣ ତଥ୍ୟ ହାସଲ ପାଇଁ ପଚରାଉଚରା କରିବ ପୋଲିସ । ଏଥିସହ ଅଭିଯୁକ୍ତ ଓ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କର ମଧ୍ୟ ମିଛ ଧରା ପରୀକ୍ଷା କରିବାକୁ ଯୋଜନା କରାଯାଇଛି । ଦିନ ଗଡିବା ସହ ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି ।
📱 Get Argus News App
✨
ପଶ୍ଚିମବଙ୍ଗ ଦୁର୍ଗାପୁର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା
ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ସମେତ ଏପର୍ଯ୍ୟନ୍ତ ୬ ଜଣଙ୍କୁ ପୋଲିସ ବାନ୍ଧିବା ପରେ ବି ଛାତ୍ରୀଙ୍କ ସହ କଣ ଘଟିଥିଲା ତା ଉପରୁ ସମ୍ପୂର୍ଣ୍ଣ ପରଦା ଉଠାଇ ପାରିନି ଦୁର୍ଗାପୁର ପୋଲିସ। ତେବେ ଆଜି ପୁରୁଷ ବନ୍ଧୁ ୱାସିଫ୍ ଅଲ୍ଲୀକୁ ୭ଦିନିଆ ରିମାଣ୍ଡରେ ନିଆଯିବା ପରେ ଘଟଣାର ରହସ୍ୟ ଫିଟିପାରେ ତାସହ ରିମାଣ୍ଡ ସମୟରେ ସମସ୍ତ ଅଭିଯୁକ୍ତଙ୍କର ମିଛ ଧରା ପରୀକ୍ଷା କରାଯିବ। ତା'ପରେ ପୁରା ଘଟଣା ସାମନାକୁ ଆସିବ। ପୀଡିତା ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଯେତେ ଶୀଘ୍ର ଡାକ୍ତର ଡିସଚାର୍ଜ କରିଦେବେ ସେତେଶୀଘ୍ର ଝିଅକୁ ଘରକୁ ନେଇ ଯିବେ ବୋଲି କହିଛନ୍ତି ବାପା।
Related Topics
Explore more stories