E20 Petrol Myth Busted / E20 ପେଟ୍ରୋଲ୍ ପାଇଁ କାର୍-ବାଇକ୍ ଇଞ୍ଜିନ୍ ଖରାପ ହେଲେ ମିଳିବନି ଇନ୍ସୁରାନ୍ସ ! ଜାଣନ୍ତୁ ସତ...
·1 hour ago·2 min read

Key Points
ଲୋକଙ୍କ ମନରେ ପ୍ରଶ୍ନ କ'ଣ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ ପକାଇଲ ଖରାପ ହୋଇଯିବ କାର୍ ଓ ବାଇକ୍ ଇଞ୍ଜିନ୍ । ଇନ୍ସୁରାନ୍ସ କ୍ଳେମ୍ କଲେ ମିଳିବ ତ ?
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଅସ୍ଥିରତା, ଇରାନ ଯୁଦ୍ଧ ପରେ ଭାରତ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍କୁ ପ୍ରୋତ୍ସାହିତ କରୁଛି । ଉଦ୍ଦେଶ୍ୟ ପେଟ୍ରୋଲ୍-ଡିଜେଲ୍ ଉପରୁ ନିର୍ଭରତା କମ୍ କରିବା । ଏହି ସମୟରେ ଲୋକଙ୍କ ମନରେ ପ୍ରଶ୍ନ କ'ଣ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ ପକାଇଲ ଖରାପ ହୋଇଯିବ କାର୍ ଓ ବାଇକ୍ ଇଞ୍ଜିନ୍ । ଇନ୍ସୁରାନ୍ସ କ୍ଳେମ୍ କଲେ ମିଳିବ ତ ?
ଏହାକୁ ନେଇ ସୋସିଆଲ୍ ମିଡିଆରେ ଏକାଧିକ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ପୋଷ୍ଟ ଲୋକଙ୍କ ଚିନ୍ତା ବଢ଼ାଇବା ସହ ଦ୍ଵନ୍ଦ୍ଵ ସୃଷ୍ଟି କରୁଛି । ଯେଉଁଥିରେ ଲେଖା ଯାଇଛି, ଏଭଳି ସ୍ଥିତିରେ ଇନ୍ସୁରାନ୍ସ କ୍ଳେମ୍ ମିଳିବ ନାହିଁ । ଯାହା ଉପରେ ଫ୍ୟାକ୍ଟଚେକ୍ କରି ସତ ସାମ୍ନାକୁ ଆଣିଛି PIB ।
ଏଥିସହ ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ୍ରୁ ନେଇ LPG ପର୍ଯ୍ୟନ୍ତ; ଆମେରିକା-ଇରାନ ଡିଲ୍ରୁ ଭାରତକୁ ମିଳିବ ୫ ବଡ଼ ଲାଭ
PIB ଫ୍ୟାକ୍ଟଚେକ୍ରେ ସତ
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନରେ ଆସୁଥିବା PIB ଫ୍ୟାକ୍ଟଚେକ୍ ୟୁନିଟ୍ ସୋସିଆଲ୍ ମିଡିଆରେ ହେଉଥିବା ଦାବିକୁ ଅଗ୍ରାହ୍ୟ କରିଛି । ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖା ଯାଇଛି, ଇ-୨୦ ତୈଳ ବ୍ୟବହାର କଲେ ଗାଡ଼ିର ଇନ୍ସୁରାନ୍ସ କ୍ଲେମ୍ ବାତିଲ୍ ହୋଇଯାଇ ପାରେ ।
ସୋସିଆଲ୍ ମିଡିଆରେ କରାଯାଉଥିବା ଏଭଳି ଦାବି ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ । ଇ-୨୦ ତୈଳ ବ୍ୟବହାର ପରେ ବି ଆପଣଙ୍କ ଗାଡ଼ିର ଇନ୍ସୁରାନ୍ସ ସମ୍ପୂର୍ଣ୍ଣ ବୈଧ ଅଟେ । ଅର୍ଥାତ୍ ଇ-୨୦ ତୈଳ ପାଇଁ କାର୍ କିମ୍ବା ବାଇକ୍ର ଇଞ୍ଜିନ୍ରେ କିଛି ତ୍ରୁଟି ହେଲେ ଆପଣ ଇନ୍ସୁରାନ୍ସ କ୍ଳେମ୍ କରିପାରିବେ ।
ବିଶ୍ଵାସ କରିବା ଆଗରୁ ପରଖନ୍ତୁ
ସୋସିଆଲ୍ ମିଡିଆରେ ଏଭଳି ଅନେକ ଦାବି କରାଯାଉଛି । ଯାହାକୁ ନେଇ ପିଆଇବି କହିଛି, ଏଭଳି ଦାବିକୁ ବିଶ୍ଵାସ କରି ସେୟାର୍ କରିବା ପୂର୍ବରୁ ପ୍ରଥମେ ଅଧିକାରିକ ସୂତ୍ରକୁ ପରଖନ୍ତୁ । କୌଣସି ଭାଇରାଲ୍ ଦାବିକୁ ନେଇ ବିବ୍ରତ ହୁଅନ୍ତୁ ନାହିଁ ।
ଏଥିସହ ପଢ଼ନ୍ତୁ: ବଜାରରେ ସଜ ଅଣ୍ଡାଠୁ ଅଧିକ ଦରରେ ବିକ୍ରି ହେଉଛି ସଢ଼ା ଅଣ୍ଡା; ଜାଣନ୍ତୁ କାହିଁକି ?
ଏଥାନଲ୍ ମିଶ୍ରିତ ପେଟ୍ରୋଲ୍କୁ ପ୍ରୋତ୍ସାହନ
ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରତା କମାଇବା, ତୈଳ ସୁରକ୍ଷା ବୃଦ୍ଧି ଓ ପରିବେଶ ସ୍ଥିରତାକୁ ପ୍ରୋତ୍ସାହନ କରି ସରକାର ଏଥାନଲ୍ ମିଶ୍ରିତ ପେଟ୍ରୋଲ୍ ବ୍ୟବହାରକୁ ବୃଦ୍ଧି କରୁଛନ୍ତି ।
ବିଶ୍ଵ ପରିବେଶ ଦିବସରେ ଇଣ୍ଡିଆନ୍ ଅଏଲ୍ର ଏକ ପମ୍ପରେ ଇ-୮୫ ଫୁଏଲ୍ର ଶୁଭାରମ୍ଭ କରାଯାଇଛି । ଏହା ମାଧ୍ୟମରେ ସରକାର ଏଥାନଲ୍ର ଉପଯୋଗ ବଢ଼ାଇବାକୁ ଚାହୁଁଛନ୍ତି ।

Some social media posts are claiming that using E20 fuel could lead to rejection of vehicle insurance claims.#PIBFactCheck
— PIB Fact Check (@PIBFactCheck) June 16, 2026
❌ This claim is #FAKE
✅ Motor insurance policies remain valid with the use of E20 fuel.
🔎 Always verify such claims through official sources before… pic.twitter.com/XufhIQ7xI2
ସୋସିଆଲ୍ ମିଡିଆରେ କରାଯାଉଥିବା ଏଭଳି ଦାବି ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ । ଇ-୨୦ ତୈଳ ବ୍ୟବହାର ପରେ ବି ଆପଣଙ୍କ ଗାଡ଼ିର ଇନ୍ସୁରାନ୍ସ ସମ୍ପୂର୍ଣ୍ଣ ବୈଧ ଅଟେ । ଅର୍ଥାତ୍ ଇ-୨୦ ତୈଳ ପାଇଁ କାର୍ କିମ୍ବା ବାଇକ୍ର ଇଞ୍ଜିନ୍ରେ କିଛି ତ୍ରୁଟି ହେଲେ ଆପଣ ଇନ୍ସୁରାନ୍ସ କ୍ଳେମ୍ କରିପାରିବେ ।
ବିଶ୍ଵାସ କରିବା ଆଗରୁ ପରଖନ୍ତୁ
ସୋସିଆଲ୍ ମିଡିଆରେ ଏଭଳି ଅନେକ ଦାବି କରାଯାଉଛି । ଯାହାକୁ ନେଇ ପିଆଇବି କହିଛି, ଏଭଳି ଦାବିକୁ ବିଶ୍ଵାସ କରି ସେୟାର୍ କରିବା ପୂର୍ବରୁ ପ୍ରଥମେ ଅଧିକାରିକ ସୂତ୍ରକୁ ପରଖନ୍ତୁ । କୌଣସି ଭାଇରାଲ୍ ଦାବିକୁ ନେଇ ବିବ୍ରତ ହୁଅନ୍ତୁ ନାହିଁ ।
ଏଥିସହ ପଢ଼ନ୍ତୁ: ବଜାରରେ ସଜ ଅଣ୍ଡାଠୁ ଅଧିକ ଦରରେ ବିକ୍ରି ହେଉଛି ସଢ଼ା ଅଣ୍ଡା; ଜାଣନ୍ତୁ କାହିଁକି ?
ଏଥାନଲ୍ ମିଶ୍ରିତ ପେଟ୍ରୋଲ୍କୁ ପ୍ରୋତ୍ସାହନ
ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରତା କମାଇବା, ତୈଳ ସୁରକ୍ଷା ବୃଦ୍ଧି ଓ ପରିବେଶ ସ୍ଥିରତାକୁ ପ୍ରୋତ୍ସାହନ କରି ସରକାର ଏଥାନଲ୍ ମିଶ୍ରିତ ପେଟ୍ରୋଲ୍ ବ୍ୟବହାରକୁ ବୃଦ୍ଧି କରୁଛନ୍ତି ।
ବିଶ୍ଵ ପରିବେଶ ଦିବସରେ ଇଣ୍ଡିଆନ୍ ଅଏଲ୍ର ଏକ ପମ୍ପରେ ଇ-୮୫ ଫୁଏଲ୍ର ଶୁଭାରମ୍ଭ କରାଯାଇଛି । ଏହା ମାଧ୍ୟମରେ ସରକାର ଏଥାନଲ୍ର ଉପଯୋଗ ବଢ଼ାଇବାକୁ ଚାହୁଁଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories