Uttarkashi Earthquake Today / ପୁଣି ଭୂକମ୍ପ ଝଟକାରେ ଦୋହଲି ଉଠିଲା ଉତ୍ତରକାଶୀ; କ୍ଷୟକ୍ଷତି ସମ୍ପର୍କରେ ମିଳିନାହିଁ ସୂଚନା
·3 hours ago·2 min read

Key Points
ଶନିବାର ରାତି ୮ ଘଣ୍ଟା ୮ ମିନିଟ୍ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।
ପୁଣି ଥରେ ଭୂକମ୍ପ ଝଟକାରେ ଥରି ଉଠିଛି ଦେବଭୂମି ଉତ୍ତରାଖଣ୍ଡ। ଶନିବାର (ଅକ୍ଟୋବର ୧୦) ରାଜ୍ୟର ଉତ୍ତରକାଶୀ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଶନିବାର ରାତି ୮ ଘଣ୍ଟା ୮ ମିନିଟ୍ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ ଅନୁରେ ଭୂକମ୍ପ ତୀବ୍ରତା ୪.୨ ମପା ଯାଇଥିଲା। ହେଲେ ତଥାପି ଭୂକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ମିଳିନାହିଁ।
ବିଗତ ୪ ଦିନ ମଧ୍ୟରେ ଏହା ଉତ୍ତରାଖଣ୍ଡରେ ଦ୍ୱିତୀୟ ଥର ପାଇଁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହା ପୂର୍ବରୁ ଗତ ମଙ୍ଗଳବାର (ଅକ୍ଟୋବର ୬) ଦେବଭୂମି ଭୂମିକମ୍ପ କାରଣରୁ ଥରି ଉଠିଥିଲା। ରିପୋର୍ଟ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ରାଜ୍ୟର ଚାମୋଲି ଜିଲ୍ଲା ରହିଥିଲା। ଗତ ମଙ୍ଗଳବାର ଚାମୋଲି, ପୌଡ଼ି, ରୁଦ୍ରପ୍ରୟାଗ, ଆଲମୋରା, ଉଦ୍ଧମ ସିଂହ ନଗର ସମେତ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।
ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଲେ ଲୋକେ
ଶନିବାର ରାତିରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଝଟକା ଅନୁଭୂତ ହେବା ମାତ୍ରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟ ରାତି ପ୍ରାୟ ରାତି ୮ ଘଣ୍ଟା ୮ ମିନିଟ୍ ସମୟରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ ଅନୁସାରେ ୪.୨ ରହିଥିଲା।
ଏହ ସହ ପଢନ୍ତୁ: ବିଳମ୍ବିତ ରାତ୍ରୀରେ ରାଷ୍ଟ୍ରୀୟ ରାଜଧାନୀରେ ଭୂକମ୍ପ ଝଟକା ଅନୁଭୂତ; ଦୋହଲି ଉଠିଲା ଉତ୍ତର ଭାରତ
ଯମୁନୋତ୍ରୀ ଉପତ୍ୟକାରେ ମଧ୍ୟ ଅନୁଭୂତ ହୋଇଥିଲା ଭୂକମ୍ପ ଝଟକା
ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତରକାଶୀ ଠାରୁ ୨ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଦିଗରେ ରହିଥିଲା। ଯାହାର ଗଭୀରତା ଭୃପୃଷ୍ଠରୁ ୧୧ କିଲୋମିଟର ରହିଥିଲା। ଉତ୍ତରକାଶୀ ସହର ଏବଂ ଯମୁନୋତ୍ରୀ ଉପତ୍ୟକାରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯମୁନୋତ୍ରୀ ପାଇଁ ଶୀତକାଳୀନ ପ୍ରବାସସ୍ଥଳ, ଖରସାଲି ଗ୍ରାମର ପୁରୋହିତ ପୁରୁଷୋତ୍ତମ ଉନିଆଲ୍ କହିଛନ୍ତି ଯେ ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଘରେ ରହିଥିବା ଟିଭି ଥରି ଉଠିଥିଲା। ସେ କହିଛନ୍ତି ଯେ ହଠାତ୍ ଭୂମିକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇ ବାହାରକୁ ଦୌଡ଼ି ଆସିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭୂକମ୍ପ କାରଣରୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ମିଳିନାହିଁ କୌଣସି ରିପୋର୍ଟ
ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (USDMA) ଅଧିକାରୀ କହିଛନ୍ତି ଯେ ଭୂକମ୍ପ କାରଣରୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ରିପୋର୍ଟ ମିଳିନାହିଁ। ବିଗତ ୪ ଦିନ ମଧ୍ୟରେ ରାଜ୍ୟରେ ରିକ୍ଟର ସ୍କେଲ ଅନୁସାରେ ୪ ଠାରୁ ଅଧିକ ତୀବ୍ରତା ବିଶିଷ୍ଟ ଦ୍ୱିତୀୟ ଭୂକମ୍ପ ଅନୁଭୂତ ହୋଇଛି। ଗତ ମଙ୍ଗଳବାର (ଅକ୍ଟୋବର ୬) ରାଜ୍ୟର ଚାମୋଲି ଜିଲ୍ଲାରେ ମଧ୍ୟ ୪.୯ ତୀବ୍ରତା ବିଶିଷ୍ଟ ଅନ୍ୟ ଏକ ଭୂକମ୍ପ ଅନୁଭୂତ ହୋଇଥିଲା।

Related Topics
Explore more stories