Delhi NCR Earthquake Today / ବିଳମ୍ବିତ ରାତ୍ରୀରେ ରାଷ୍ଟ୍ରୀୟ ରାଜଧାନୀରେ ଭୂକମ୍ପ ଝଟକା ଅନୁଭୂତ; ଦୋହଲି ଉଠିଲା ଉତ୍ତର ଭାରତ
·1 hour ago·2 min read

Key Points
ମଙ୍ଗଳବାର ବିଳମ୍ବିତ ରାତିରେ, ଦିଲ୍ଲୀ-ଏନସିଆର ଠାରେ ହଠାତ୍ ପୃଥିବୀ ଥରିବାକୁ ଲାଗିଲା। କିଛି ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିବା ଝଟକା ଲୋକଙ୍କ ନିଦ ଭାଙ୍ଗିଦେଲା।
ମଙ୍ଗଳବାର (୬ ଅକ୍ଟୋବର) ରାତିରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଅନୁଭୂତ ହୋଇଥିଲା ଭୂକମ୍ପ ଝଟକା। କମ୍ପନ ଅନୁଭବ କରିବା ମାତ୍ରେ ଅନେକ ଲୋକ ସେମାନଙ୍କ ଘରୁ ବାହାରକୁ ଦୌଡ଼ି ଆସିଥିଲେ। ହେଲେ ତଥାପି ଭୂକମ୍ପ ଯୋଗୁଁ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଧନ ଜୀବନ ହାନି ହୋଇଥିବାର ରିପୋର୍ଟ ଆସିନାହିଁ। ଭୂମିକମ୍ପ ଝଟକା ଅନୁଭୂତ ହେବା ପରେ ଲୋକେ ସୋସିଆଲ ମିଡିଆରେ ସେମାନଙ୍କ ପ୍ରତିକ୍ରିୟା ରଖିଥିଲେ।
ଖବର ଅନୁଯାୟୀ ମଙ୍ଗଳବାର ରାତିରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ମଙ୍ଗଳବାର ରାତି ୧୦ ଘଣ୍ଟା ୨୩ ମିନିଟ୍ ୧୩ ସେକେଣ୍ଡ ସମୟରେ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ୪.୯ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିବାର ରେକର୍ଡ଼ କରାଯାଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୩ କିଲୋମିଟର ଗଭୀରତାରେ ରହିଥିଲା। ଉତ୍ତରାଖଣ୍ଡ ସହିତ ଦିଲ୍ଲୀ-ଏନସିଆର ଏବଂ ଉତ୍ତର ଭାରତର ଅନେକ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।
ଭୂମିକମ୍ପ ଝଟକା ଅନୁଭୂତ ହେବା ପରେ ସୋସିଆଲ ମିଡିଆରେ ମୀମ୍ସ ବନ୍ୟା ଭଳି ମାଡ଼ି ଆସିଥିଲା। ଲୋକେ ଭୂକମ୍ପ ସମ୍ପର୍କରେ ସେମାନଙ୍କର ପ୍ରତିକ୍ରିୟା ରଖିବା ପାଇଁ ମଜାଦାର ପୋଷ୍ଟ ଏବଂ ଭାଇରାଲ ମିମ୍ସ ସେୟାର କରିଥିଲେ। ଭୂମିକମ୍ପ ଝଟକା ଅନୁଭୂତ ହେବା ପରେ ଅନେକ ସେମାନଙ୍କ ମତାମତ ଦେଇଥିଲେ।
ଏହା ସହ ପଢନ୍ତୁ: ୧୬ ଦିନରେ ୨୯ ଥର ଅନୁଭୂତ ହେଲା ଭୂକମ୍ପ! ଆଗକୁ ଆସୁଛି କି ବଡ଼ ବିପଦ? କ'ଣ କହିଲେ ବିଶେଷଜ୍ଞ?
କାହିଁକି ଅନୁଭୂତ ହୋଇଥାଏ ଭୂମିକମ୍ପ?
ଏହାକୁ ବୁଝିବାକୁ ହେଲେ, ଆମକୁ ପ୍ରଥମେ ପୃଥିବୀର ଗଠନ ବୁଝିବାକୁ ପଡିବ। ପୃଥିବୀର ବାହ୍ୟ ପୃଷ୍ଠ (ଯାହାରେ ଭୂତଳ ଏବଂ ଉପର ଆବରଣ ଅନ୍ତର୍ଭୁକ୍ତ) ଉଭୟ ଛୋଟ ବଡ଼ "ଟେକଟୋନିକ୍ ପ୍ଲେଟ୍" (Tectonic Plate) କୁ ନେଇ ଗଠିତ। ହେଲେ ଏହି ପ୍ଲେଟ ସ୍ଥିର ନୁହଁନ୍ତି। ସେମାନେ ଗତିଶୀଳ ଅବସ୍ଥାରେ ରହିଥାନ୍ତି। ସେମାନେ ବହୁତ ଧିରେ ଧିରେ ଗତି କରିଥାନ୍ତି। ଯେତେବେଳେ ଏହି ପ୍ଲେଟ୍ ପରସ୍ପର ସହ ମୁହାଁମୁହିଁ ଘଷି (ଧକ୍କା) ହୋଇଥାନ୍ତି, ସେତେବେଳେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥାଏ।

EQ of M: 4.9, On: 06/10/2026 22:23:13 IST, Lat: 30.103 N, Long: 79.561 E, Depth: 13 Km, Location: Chamoli, Uttarakhand. For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @tummalasrini @GSuresh_NCS @ndmaindia https://t.co/58BGGnvY1V
— National Center for Seismology (@NCS_Earthquake) October 6, 2026
ଭୂମିକମ୍ପ ଝଟକା ଅନୁଭୂତ ହେବା ପରେ ସୋସିଆଲ ମିଡିଆରେ ମୀମ୍ସ ବନ୍ୟା ଭଳି ମାଡ଼ି ଆସିଥିଲା। ଲୋକେ ଭୂକମ୍ପ ସମ୍ପର୍କରେ ସେମାନଙ୍କର ପ୍ରତିକ୍ରିୟା ରଖିବା ପାଇଁ ମଜାଦାର ପୋଷ୍ଟ ଏବଂ ଭାଇରାଲ ମିମ୍ସ ସେୟାର କରିଥିଲେ। ଭୂମିକମ୍ପ ଝଟକା ଅନୁଭୂତ ହେବା ପରେ ଅନେକ ସେମାନଙ୍କ ମତାମତ ଦେଇଥିଲେ।
ଏହା ସହ ପଢନ୍ତୁ: ୧୬ ଦିନରେ ୨୯ ଥର ଅନୁଭୂତ ହେଲା ଭୂକମ୍ପ! ଆଗକୁ ଆସୁଛି କି ବଡ଼ ବିପଦ? କ'ଣ କହିଲେ ବିଶେଷଜ୍ଞ?
କାହିଁକି ଅନୁଭୂତ ହୋଇଥାଏ ଭୂମିକମ୍ପ?
ଏହାକୁ ବୁଝିବାକୁ ହେଲେ, ଆମକୁ ପ୍ରଥମେ ପୃଥିବୀର ଗଠନ ବୁଝିବାକୁ ପଡିବ। ପୃଥିବୀର ବାହ୍ୟ ପୃଷ୍ଠ (ଯାହାରେ ଭୂତଳ ଏବଂ ଉପର ଆବରଣ ଅନ୍ତର୍ଭୁକ୍ତ) ଉଭୟ ଛୋଟ ବଡ଼ "ଟେକଟୋନିକ୍ ପ୍ଲେଟ୍" (Tectonic Plate) କୁ ନେଇ ଗଠିତ। ହେଲେ ଏହି ପ୍ଲେଟ ସ୍ଥିର ନୁହଁନ୍ତି। ସେମାନେ ଗତିଶୀଳ ଅବସ୍ଥାରେ ରହିଥାନ୍ତି। ସେମାନେ ବହୁତ ଧିରେ ଧିରେ ଗତି କରିଥାନ୍ତି। ଯେତେବେଳେ ଏହି ପ୍ଲେଟ୍ ପରସ୍ପର ସହ ମୁହାଁମୁହିଁ ଘଷି (ଧକ୍କା) ହୋଇଥାନ୍ତି, ସେତେବେଳେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥାଏ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories