Videos
|
National

Earthquake Series 2026 Nashik Palghar / ୧୬ ଦିନରେ ୨୯ ଥର ଅନୁଭୂତ ହେଲା ଭୂକମ୍ପ! ଆଗକୁ ଆସୁଛି କି ବଡ଼ ବିପଦ? କ'ଣ କହିଲେ ବିଶେଷଜ୍ଞ?

Subhramjit Ray
Browse all articles by Subhramjit Ray
·2 weeks ago·3 min read
୧୬ ଦିନରେ ୨୯ ଥର ଅନୁଭୂତ ହେଲା ଭୂକମ୍ପ! ଆଗକୁ ଆସୁଛି କି ବଡ଼ ବିପଦ? କ'ଣ କହିଲେ ବିଶେଷଜ୍ଞ?
2026 Earthquake Series

Key Points

ଚଳିତ ବର୍ଷ ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୧୪ ମଧ୍ୟରେ ମହାରାଷ୍ଟ୍ରରେ ୨୯ ଥ ଭୂମିକମ୍ପ ଅନୁଭୂତ ହୋଇଛି। ଏହା ମଧ୍ୟରୁ ୨୪ ନାସିକ, ୪ ପାଲଘର ଏବଂ ଗୋଟିଏ ନାଗପୁର ଠାରେ ରେକର୍ଡ଼ କରାଯାଇଛି।
What is Earthquake Swarm: ବିଗତ ୨ ସପ୍ତାହ ଧରି ମହାରାଷ୍ଟ୍ରରେ ଅନୁଭୂତ ହେବାରେ ଲାଗିଛି ସିରିଜ୍ ମୃଦୁ ଭୂମିକମ୍ପ। କମ୍ ତୀବ୍ରତା ବିଶିଷ୍ଟ ଏହି ଛୋଟ ଛୋଟ ଭୂମିକମ୍ପ ରାଜ୍ୟର ନାସିକ ଏବଂ ପାଲଘର ଜିଲ୍ଲାରେ ଅନୁଭୂତ ହେବାରେ ଲାଗିଛି। ବିଶେଷଜ୍ଞ ଏହାକୁ "Earthquake Swarm" ନାମରେ ନାମିତ କରିଛନ୍ତି। ମହାରାଷ୍ଟ୍ରରେ ବିଗତ ୧୬ ଦିନରେ ୨୯ ଥର ଭୂକମ୍ପ ଅନୁଭୂତ ହୋଇଥିବାର କୁହାଯାଉଛି।

କେତେ ଥର ଅନୁଭୂତ ହୋଇଥିଲା ଭୂମିକମ୍ପ?

ଚଳିତ ବର୍ଷ ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୧୪ ମଧ୍ୟରେ ମହାରାଷ୍ଟ୍ରରେ ୨୯ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହା ମଧ୍ୟରୁ ନାସିକରେ ୨୪ ଥର, ପାଲଘରରେ ୪ ଥର ଏବଂ ନାଗପୁରରେ ଥରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ୨ ରୁ ୪.୩ ପର୍ଯ୍ୟନ୍ତ ରହିଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୫ ରୁ ୮ କିଲୋମିଟର ଗଭୀରତାରେ ରହିଥିଲା। ଏହି ସମୟରେ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ଗତ ୮ ତାରିଖରେ ନାସିକ ଠାରେ ଅନୁଭୂତ ହୋଇଥି୍ଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଥିଲା। ଏହି ଭୂମିକମ୍ପ ୫ କିଲୋମିଟର ଗଭୀରତାରେ ରେକର୍ଡ଼ ହୋଇଥିଲା।

ବିଗତ କିଛି ଦିନ ଧରି ନାସିକ ଏବଂ ଏହାର ଆଖପାଖ ଅଞ୍ଚଳରେ ସମାନ ଧରଣର ଭୂମିକମ୍ପ ଅନୁଭୂତ ହେଉଛି। ବାରମ୍ବାର ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଗତ ୬ ତାରିଖରେ ନାସିକରେ ୬ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ସେହିପରି ଗତ ୮ ତାରିଖରେ ୪ ଏବଂ ୧୦ ତାରିଖରେ ୪ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।

ଏହା ସହ ପଢନ୍ତୁ:  ଭୂକମ୍ପ ତାଣ୍ଡବରେ ଦୋହଲି ଉଠିଲା ଇଣ୍ଡୋନେସିଆ; ୩୮ ମୃତ

"Earthquake Swarm" କ'ଣ?
ଯେତେବେଳେ କୌଣସି ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ କିଛି ସମୟ ମଧ୍ୟରେ ବାରମ୍ବାର ଛୋଟ ଛୋଟ ଭୂକମ୍ପ ଅନୁଭୂତ ହୋଇତାଏ, ସେତେବେଳେ ଏହାକୁ "Earthquake Swarm" କୁହାଯାଏ। ହେଲେ ଯେତେବେଳେ କୌଣସି ବଡ଼ ଭୂକମ୍ପ (Major Earthquake) ଅନୁଭୂତ ହୋଇଥାଏ, ସେତେବେଳେ ଏହା ପରେ ଛୋଟ ଛୋଟ କମ୍ପନ (Aftershock) ଅନୁଭୂତ ହୋଇଥାଏ। ହେଲେ "Earthquake Swarm", "Aftershock" ଅପେକ୍ଷା ଭିନ୍ନ ହୋଇଥାଏ। "Aftershock" ମାମଲାରେ ପ୍ରଥମେ ଏକ ବଡ଼ ଭୂକମ୍ପ ଅନୁଭୂତ ହେବ ଏବଂ ଏହା ପରେ ଯାଇ ଛୋଟ ଛୋଟ କମ୍ପନ ଅନୁଭୂତ ହୋଇଥାଏ। ହେଲେ "Earthquake Swarm" କ୍ଷେତ୍ରରେ, କମ୍ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅଳ୍ପ ସମୟ ବ୍ୟବଧାନରେ ନିରନ୍ତର ଅନୁଭୂତ ହେବାରେ ଲାଗିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନାସିକରେ କାହିଁକି ବାରମ୍ବାର ଅନୁଭୂତ ହେଉଛି କମ୍ପନ?
ନାସିକରେ କାହିଁକି ବାରମ୍ବାର ଅନୁଭୂତ ହେବାରେ ଲାଗିଛି କମ୍ପନ? ଏନେଇ ପ୍ରତିକ୍ରିୟା ରଖି ଆଇଆଇଟି ବମ୍ବେ ଭୂମିକମ୍ପ ବିଶେଷଜ୍ଞ ପ୍ରଫେସର ଦୀପଙ୍କର ଚୌଧୁରୀ କହିଛନ୍ତି ଯେ ଏପରି ଧରଣର ପ୍ରାକୃତିକ କାର୍ଯ୍ୟକଳାପ ମୌସୁମୀ ମାସରେ ସାଧାରଣତଃ ଅଧିକ ହୋଇଥାଏ। ନାସିକ୍, ଡେକାନ୍ ମାଳଭୂମି ଅଞ୍ଚଳରେ ଅବସ୍ଥିତ। ଯେଉଁଠାରେ ଭୂଗର୍ଭରେ ବିରାଟ ପଥର ରହିଛି। ଏହି ପଥରରେ ଛୋଟ ଛୋଟ ଫାଟ ମଧ୍ୟ ରହିଛି। ଯେତେବେଳେ ଏହି ପାଟ ବର୍ଷା ପାଣିରେ ଭରିଯାଏ, ସେତେବେଳେ ଚାପ ବୃଦ୍ଧି ପାଇଥାଏ। ଏହି ଚାପ ଶକ୍ତି ଆକାରରେ ନିର୍ଗତ ହୋଇଥାଏ। ଯାହା ଛୋଟ ଛୋଟ ଭୂମିକମ୍ପ ସୃଷ୍ଟି କରିଥାଏ। ଏହି ଭୂଜଳ ଚାପ ଦ୍ୱାରା ସୃଷ୍ଟି ହେଉଥିବା ଭୂକମ୍ପକୁ "Hydro-Seismicity" କୁହାଯାଏ।

ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ ନାସିକ୍ ଏବଂ ପାଲଘର ଅଞ୍ଚଳରେ ଲୋକେ ଏପରି ଭୂମିକମ୍ପ ଅନୁଭବ କରିଛନ୍ତି। ଏହି ଘଟଣା ସେମାନଙ୍କ ପାଇଁ ନୂଆ ନୁହେଁ। ଗତ ୨୦୨୩ ରେ ପାଲଘରରେ ସମାନ ଧରଣର କମ୍ପନ ଅନୁଭୂତ ହୋଇଥିଲା। ଗତ ୨୦୧୯ ରେ ମଧ୍ୟ ଛୋଟ ଧରଣର ସିରିଜ ଭୂମିକମ୍ପ ଅନୁଭୂତ ହୋଇଥିଲା।

ଏହା ସହ ପଡନ୍ତୁ:  ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଲା କଲମ୍ବିଆ; ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଆଶଙ୍କା

ମୁମ୍ବାଇ ପାଇଁ ଅଛି କି କୌଣସି ବଡ଼ ବିପଦ?
ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି କମ୍ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ମାୟାନଗରୀ ମୁମ୍ବାଇ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ବର୍ତ୍ତମାନ ନାସିକ ଠାରେ ଅନୁଭୂତ ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ବହୁ କମ ଦୂରତାରେ ରହିଛି। ଏପରି ଭୂମିକମ୍ପରୁ ଶକ୍ତି ବହୁତ ଦୂର ପର୍ଯ୍ୟନ୍ତ ଯାଇ ପାରେ ନାହିଁ। ବିଶେଷଜ୍ଞ ଏକଥା ନିଶ୍ଚିତ ଭାବରେ କହୁଛନ୍ତି ଯେ ଭୂମିକମ୍ପ-ପ୍ରତିରୋଧୀ କୋଠାର ଆବଶ୍ୟକତା ପୂର୍ବ ଅପେକ୍ଷା ଅଧିକ ବଢିଯାଇଛି। ଭବିଷ୍ୟତର ଯେକୌଣସି ଭୂମିକମ୍ପକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବା ପାଇଁ ଭିତ୍ତିଭୂମି ମଧ୍ୟ ଦୃଢ଼ ହେବା ଆବଶ୍ୟକ।
29 Earthquakes in 16 Days: Is Maharashtra Facing a Major Threat? | Argus News