Videos
|
National

Economic Freedom Index 2026 / ପ୍ରକାଶ ପାଇଲା ଅର୍ଥନୈତିକ ସ୍ୱାଧିନତା ସୂଚକାଙ୍କ ତାଲିକା; ଆଗରେ ଭାରତ, ପଛରେ ପଡ଼ିଗଲେ ପଡ଼ୋଶୀ

Subhramjit Ray
Browse all articles by Subhramjit Ray
·42 mins ago·2 min read
ପ୍ରକାଶ ପାଇଲା ଅର୍ଥନୈତିକ ସ୍ୱାଧିନତା ସୂଚକାଙ୍କ ତାଲିକା; ଆଗରେ ଭାରତ, ପଛରେ ପଡ଼ିଗଲେ ପଡ଼ୋଶୀ
Economic Freedom Index 2026

Key Points

ଭାରତ ୨୦୨୬ ମସିହାର ଅର୍ଥନୈତିକ ସ୍ୱାଧିନତା ସୂଚକାଙ୍କ ତାଲିକାରେ ପଡୋଶୀ ଦେଶଙ୍କ ଠାରୁ ଆଗରେ ରହିଛି। ହଂକଂ, ସ୍ୱୀଜରଲ୍ୟାଣ୍ଡ ଏବଂ ସିଙ୍ଗାପୁର ଶ୍ରେଷ୍ଠ ତିନୋଟି ସ୍ଥାନରେ ଅଛନ୍ତି।
ପ୍ରକାଶ ପାଇଛି ଚଳିତ ବର୍ଷ ଅର୍ଥନୈତିକ ସ୍ୱାଧିନତା ସୂଚକାଙ୍କ ତାଲିକା। ଏହି ତାଲିକାରେ ହଂକଂ, ସ୍ୱୀଜରଲ୍ୟାଣ୍ଡ ଏବଂ ସିଙ୍ଗାପୁର ବିଶ୍ୱର ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ଅଛନ୍ତି। ହଂକଂ ଶୀର୍ଷରେ ରହିଥିବା ବେଳେ, ସ୍ୱୀଜରଲ୍ୟାଣ୍ଡ ଏବଂ ସିଙ୍ଗାପୁର ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ଆମେରିକା ପଞ୍ଚମ ସ୍ଥାନରେ ଅଛି। ସେହିପରି ବ୍ରିଟେନ ଦଶମ, ଜାପାନ ୧୩ତମ ଏବଂ ଜର୍ମାନୀ ୧୯ ତମ ସ୍ଥାନରେ ରହିଛି। ଭାରତ ଏହି ତାଲିକାରେ ୮୮ ତମ ସ୍ଥାନରେ ରହିଛି।

କାନାଡା ସ୍ଥିତ ଫ୍ରେଜର ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରକାଶିତ ଚଳିତ ବର୍ଷର ବାର୍ଷିକ ଅର୍ଥନୈତିକ ସ୍ୱାଧିନତା ସୂଚକାଙ୍କରେ ଭାରତ ୧୦ ରୁ ୬.୬୨ ସ୍କୋର କରିଥିଲା। ଗତ ବର୍ଷ ଭାରତ ୬.୬୬ ସ୍କୋର ସହିତ ୮୨ ତମ ସ୍ଥାନରେ ରହିଥିଲା। ଭାରତରେ ଏହି ସୂଚକାଙ୍କ ଥିଙ୍କଟ୍ୟାଙ୍କ୍ ସେଣ୍ଟର ଫର ସିଭିଲ୍ ସୋସାଇଟି (CCS) ଏବଂ ଫ୍ରେଜର ଇନଷ୍ଟିଚ୍ୟୁଟ୍ ଦ୍ୱାରା ମିଳିତ ଭାବରେ ପ୍ରକାଶିତ ହୋଇଥିଲା।

କ'ଣ ରହିଛି ପଡୋଶୀ ଦେଶର ସ୍ଥିତି?
ଏହି ସୂଚକାଙ୍କରେ ଭାରତର ଅନେକ ପଡ଼ୋଶୀଙ୍କ ପ୍ରଦର୍ଶନ ବେଶ ଖରାପ ରହିଛି। କେବଳ ଜାପାନକୁ ଛାଡ଼ି ଚୀନ୍, ପାକିସ୍ତାନ, ନେପାଳ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଭଳି ଦେଶ ଖରାପ ସ୍ଥିତିରେ ଅଛନ୍ତି। ଏହି ସୂଚକାଙ୍କରେ ଚୀନ୍ ୧୧୦ତମ ସ୍ଥାନରେ ଅଛି। ସେହିପରି ନେପାଳ ୯୦ତମ ସ୍ଥାନରେ ଭାରତ ଠାରୁ ଦୁଇ ସ୍ଥାନ ତଳେ ରହିଛି। ପାକିସ୍ତାନ ୧୩୩ତମ, ବାଂଲାଦେଶ ୧୨୯ତମ ଏବଂ ଶ୍ରୀଲଙ୍କା ୧୧୯ତମ ସ୍ଥାନରେ ଅଛି। ଅନ୍ୟାନ୍ୟ ଦେଶ ମଧ୍ୟରେ ଫ୍ରାନ୍ସ ୩୯ତମ, ଇଟାଲୀ ୪୭ତମ, ଦକ୍ଷିଣ କୋରିଆ ୫୩ତମ, ବ୍ରାଜିଲ୍ ୮୫ତମ ଏବଂ ଋଷିଆ ୧୪୩ତମ ସ୍ଥାନରେ ରହିଛି।

ଏହା ସହ ପଢନ୍ତୁ: ବୈଦେଶିକ ମୁଦ୍ରା ସଂରକ୍ଷଣ ରେକର୍ଡ଼ ଭାଙ୍ଗିଲା ଭାରତ; କେତେ ରହିଛି ବୈଶ୍ୱିକ ରାକିଂ?

ବିଶ୍ୱର ୧୫ ଦେଶରେ ହୋଇଥିଲା ସର୍ଭେ
"ବିଶ୍ୱର ଅର୍ଥନୈତିକ ସ୍ୱାଧୀନତା: ୨୦୨୬ ବାର୍ଷିକ ରିପୋର୍ଟ" (Economic Freedom of the World: 2026 Annual Report) ପ୍ରତିବର୍ଷ ପ୍ରକାଶିତ ହୋଇଥାଏ। ପ୍ରାୟ ପାଞ୍ଚଟି ମାନଦଣ୍ଡ (5 Criterias) ଉପରେ ଆଧାର କରି ବିଶ୍ୱର ୧୬୫ ଦେଶକୁ ଏଥିରେ ସ୍ଥାନିତ କରାଯାଏ। ସରକାରଙ୍କ ଆକାର, ଆଇନଗତ ବ୍ୟବସ୍ଥା ଏବଂ ସମ୍ପତ୍ତି ଅଧିକାର, ବିଶ୍ୱ ବାଣିଜ୍ୟର ସ୍ୱାଧୀନତା, ନିୟନ୍ତ୍ରଣ ଏବଂ ସ୍ଥିର ଏବଂ ନିର୍ଭରଯୋଗ୍ୟ ପାଣ୍ଠିର ପ୍ରବେଶ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାହିଁକି ହ୍ରାସ ପାଇଛି ରାକିଂ?
ରିପୋର୍ଟ ପ୍ରକାଶ କରି ସେଣ୍ଟର ଫର୍ ସିଭିଲ୍ ସୋସାଇଟି (CCR) ସିଇଓ ଡକ୍ଟର ଅମିତ ଚନ୍ଦ୍ର କହିଛନ୍ତି ଯେ ଚଳିତ ବର୍ଷ କେବଳ ଭାରତର ରାଙ୍କିଂ ହ୍ରାସ ପାଇନାହିଁ। ବରଂ ବିଭିନ୍ନ ମାନଦଣ୍ଡ ଆଧାରରେ ସ୍କୋରିଂ କରିବାରେ ଭାରତ ଗତ ବର୍ଷ ଅପେକ୍ଷା ଖରାପ ପ୍ରଦର୍ଶନ କରିଛି। ଫ୍ରେଜର ଇନଷ୍ଟିଚ୍ୟୁଟର ଅର୍ଥନୀତିଜ୍ଞଙ୍କ ଅନୁଯାୟୀ, ବିଶ୍ୱ ନୀତି ନିର୍ଦ୍ଧାରକଙ୍କ ଦ୍ୱାରା ଲାଗୁ କରାଯାଇଥିବା ବିଭିନ୍ନ ନିୟମ, ବାଣିଜ୍ୟରେ ପ୍ରତିବନ୍ଧକ, ସରକାରୀ ଆକାର ବୃଦ୍ଧି ଏବଂ ଖର୍ଚ୍ଚ ପାଇଁ ମୁଦ୍ରାର ଅତ୍ୟଧିକ ମୁଦ୍ରଣ ଯୋଗୁଁ କୋଭିଡ୍ ମହାମାରୀ ସମୟରେ ଆନ୍ତର୍ଜାତୀୟ ସ୍ତରରେ ଆର୍ଥିକ ସ୍ୱାଧୀନତା ହ୍ରାସ ପାଇଛି। ହେଲେ ତଥାପି ପରବର୍ତ୍ତୀ ସରକାରୀ ନୀତି ପରିବର୍ତ୍ତନ ସତ୍ତ୍ୱେ ଦେଶରେ ଆର୍ଥିକ ସ୍ୱାଧିନତା କୋଭିଡ୍-ପୂର୍ବ ସ୍ତରକୁ ଫେରି ନାହିଁ। ଏହି ସୂଚକାଙ୍କ ୨୦୨୪ ବର୍ଷର ତଥ୍ୟ ଉପରେ ଆଧାରିତ।