Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୁଣି ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ

National

ପୁଣି ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ

ଅର୍ଗସ ବ୍ୟୁରୋ : ଦିଲ୍ଲୀ ଅବାକରୀ ନୀତି ଦୁର୍ନୀତି ମାମଲାରେ ବଢ଼ିପାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ । ହାଜର ନହେବାରୁ ତୃତୀୟ ସମନ ଜାରି କଲା ଇଡି । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ଥରେ କେଜ୍ରିୱାଲଙ୍କୁ ସମନ ପଠାଇବା ସହ ଜାନୁଆରି ୩ରେ ହାଜର ହେବାକୁ କହିଛି । ଏହାପୂର୍ବରୁ ଡିସେମ୍ବର ୧୮ରେ ଇଡି କେଜ୍ରିୱାଲଙ୍କୁ ଦ୍ବିତୀୟ ସମନ ପଠାଇ ଡିସେମ୍ବର ୨୧ରେ ପଚରାଉଚରା ପାଇଁ ହାଜର ହେବାକୁ କହିଥିଲା । 

ଅଧିକ ପଢନ୍ତୁ ଭାରତ ଖବର

ହେଲେ ସେ ଅଧିକାରୀଙ୍କ ନିକଟରେ ହାଜର ନହେବାକୁ ସ୍ଥିର କରି ୧୦ ଦିନିଆ ବିପାସନା ଧ୍ୟାନ ଶିବିରକୁ ଯାଇଥିଲେ । ଦ୍ବିତୀୟ ସମନ ପାଇ ହାଜର ନହେବା ପରେ ଇଡି ପୁଣି ତୃତୀୟ ସମନ ଜାରି କରିଛି । ନଭେମ୍ବର ୨ରେ କେଜ୍ରିୱାଲଙ୍କୁ ପ୍ରଥମ ସମନ ପଠାଇଥିଲା ଇଡି । ଏହି ମାମଲାରେ ଆପ୍‌ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ସାଂସଦ ସଂଜୟ ସିଂହ ଜେଲ୍‌ରେ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
ED issues third summons to Kejriwal in Delhi excise policy case | Argus News