Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Middle East War Impact / ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ: ହଠାତ୍ ଖସିଲା ଅଣ୍ଡା ଦର

Rashmita Mishra
Browse all articles by Rashmita Mishra
·4 months ago·3 min read
ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ: ହଠାତ୍ ଖସିଲା ଅଣ୍ଡା ଦର
Egg Price Drop

Key Points

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ! ହଠାତ୍ ଖସିଲା ଅଣ୍ଡା ଦର
ଯୁଦ୍ଧ ଯୋଗୁଁ ବନ୍ଦ ରପ୍ତାନି, ଓଡ଼ିଶାରେ ଶସ୍ତା ହେଲା ଅଣ୍ଡା

ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହା କେବେ ଶେଷ ହେବ ତାହାର କୌଣସି ନିଶ୍ଚିତତା ନାହିଁ । ଉଭୟ ପକ୍ଷ ନିରନ୍ତର ଆକ୍ରମଣ କରୁଛନ୍ତି, ଯାହା ସାରା ବିଶ୍ୱର ଲୋକଙ୍କୁ କଷ୍ଟ ଦେଉଛି । ଯୁଦ୍ଧର ପ୍ରଭାବ ଏବେ କେବଳ ବ୍ୟକ୍ତିବିଶେଷଙ୍କୁ ନୁହେଁ ବରଂ ଛୋଟ ଏବଂ ବଡ଼ ବ୍ୟବସାୟକୁ ମଧ୍ୟ ପ୍ରଭାବିତ କରୁଛି । ଯୁଦ୍ଧକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଉପସାଗରୀୟ ଦେଶଗୁଡ଼ିକୁ ଭାରତର ଅଣ୍ଡା ରପ୍ତାନିକୁ ବନ୍ଦ କରିଦେଇଛି, ଯାହା ଫଳରେ ମୂଲ୍ୟରେ ଯଥେଷ୍ଟ ହ୍ରାସ ଘଟିଛି ।

ଜାତୀୟ ଅଣ୍ଡା ସମନ୍ୱୟ କମିଟି (NECC) ଅନୁଯାୟୀ, ଗତ କିଛି ସପ୍ତାହ ମଧ୍ୟରେ ସମଗ୍ର କର୍ଣ୍ଣାଟକରେ ଅଣ୍ଡା ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପ୍ରତି ଅଣ୍ଡାର ମୂଲ୍ୟ ୭.୦୬ ରୁ ହ୍ରାସ ପାଇ ୪.୬୦ ହୋଇଛି । ଏହି କାରଣରୁ ବ୍ୟବସାୟୀମାନେ ସ୍ପଷ୍ଟ ଭାବରେ ଚିନ୍ତା ପ୍ରାକଶ କରିଛନ୍ତି ।

ଆମେରିକା- ଇସ୍ରାଏଲ ଇରାନ ଯୁଦ୍ଧ ଯୋଗୁଁ ଅନେକ ରେଟ୍ ହୁ ହୁ ହୋଇ ବଢିବାରେ ଲାଗିଛି। କିନ୍ତୁ କିଛି ସାମଗ୍ରୀ ଯୁଦ୍ଧ ପାଇଁ ଶସ୍ତା ହୋଇଯାଇଛି। ଯଥା - ନିରନ୍ତର ଉତ୍ପାଦନ ହେଉଥିବା ଅଣ୍ଡା। ବଜାରରେ ଏବେ ଅଣ୍ଡା ଗୋଟା ୪ ଟଙ୍କା ୫୦ ପଇସା। ଟ୍ରେ ୧୪୦ ଟଙ୍କା। ପେଟି ୯୩୪ ଟଙ୍କା ହୋଲସେଲ ଦର ରହିଛି। ବିଧାନ ସଭାରେ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ୍ ଙ୍କ ଉତ୍ତର ଅନୁସାରେ ଆମ ରାଜ୍ୟ ଓଡ଼ିଶା ଅଣ୍ଡା ଉତ୍ପାଦନ ରେ ପଛୁଆ ରାଜ୍ୟ ରହିଛି।

ସାଢ଼େ ଚାରି କୋଟି ଓଡ଼ିଆଙ୍କ ପାଇଁ ପ୍ରତିଦିନ ଓଡ଼ିଶାରେ ୧୩୮.୩୬ ଲକ୍ଷ ଅଣ୍ଡାର ଆବଶ୍ୟକ ରହିଥିବା ବେଳେ ୧୧୭.୪ ଲକ୍ଷ ପରିମାଣର ଅଣ୍ଡା ଉତ୍ପାଦନ କରନ୍ତି ଓଡ଼ିଶା କୁକୁଡ଼ା ଚାଷୀ। ପ୍ରଶ୍ନ ଉଠୁଛି ତଥାପି ଅଣ୍ଡା ଦର ଏତେ ଶସ୍ତା ହେଲା କେମିତି। ଏହାର ଉତ୍ତର ଆସିଛି ଯୁଦ୍ଧ କ୍ଷେତ୍ରରୁ। ଆନ୍ଧ୍ର, ତେଲେଙ୍ଗାନାର ଅଣ୍ଡା ମଧ୍ୟ ପ୍ରାଚ୍ୟ ଦେଶକୁ ରପ୍ତାନୀ ହୋଇ ପାରୁନାହିଁ। ତେଣୁ ଆନ୍ଧ୍ର ଚାଷୀ ଓଡ଼ିଶା କୁ ପ୍ରଚୁର ପରିମାଣରେ ଅଣ୍ଡା ରପ୍ତାନୀ କରୁଛନ୍ତି। ସେଥିପାଇଁ ରାଜ୍ୟରେ କମିଛି ଅଣ୍ଡା ରେଟ୍।

ପଢନ୍ତୁ ଏହି ଖବର: ରମଜାନ ବେଳେ ଚର୍ଚ୍ଚାରେ ତରଭୁଜ ଦର; କଣ ରହିଛି ମଧ୍ୟ ପ୍ରାଚ୍ୟ ସହ ସମ୍ପର୍କ

୧୫ ଦିନ ତଳେ ଅଣ୍ଡା ଗୋଟା ସର୍ବାଧିକ ୯ ଟଙ୍କା ଯାଏ ବିକ୍ରି ହେଉଥଲା। ଆଉ ଆଜି ର ରେଟ୍ ରହିଛି ଅଣ୍ଡା ଗୋଟା ୪ ଟଙ୍କା ୫୦ ପଇସା। ଟ୍ରେ ୧୪୦ ଟଙ୍କା। ପେଟି ୯୩୪ ଟଙ୍କା ହୋଲସେଲ ଦର ରହିଛି। ଇଏ ହେଉଛି ଭୁବନେଶ୍ୱରର ୪ ନମ୍ବର ହାଟ ସମେତ ଅନ୍ୟ ଅଣ୍ଡା ମାର୍କେଟ ର କରେଣ୍ଟ ପ୍ରାଇସ। ହଠାତ ଅଣ୍ଡା ଦର କମିବା ପାଇଁ ଆନ୍ଧ୍ର ପ୍ରଦେଶ ଅଣ୍ଡା କାରଣ ପାଲଟିଛି। ମଧ୍ୟ ପ୍ରାଚ୍ୟ ରେ ଯୁଦ୍ଧ ଯୋଗୁଁ ଆନ୍ଧ୍ର ଅଣ୍ଡା ବିଦେଶ କୁ ରପ୍ତାନି ହୋଇ ପାରୁନି। ତେଣୁ ଆନ୍ଧ୍ର ଅଣ୍ଡା ଚାଷୀ ବାଧ୍ୟ ହୋଇ ଓଡିଶା ମାର୍କେଟ କୁ ଅଣ୍ଡା କମ୍ ରେଟ୍ ରେ ଛାଡୁଛନ୍ତି। ଯାହାର ପରିଣାମ ଅଣ୍ଡା ପୁରା ଶସ୍ତା ହୋଇଯାଇଛି। ଯୁଦ୍ଧ ସଙ୍କଟ ନ ଟଳିଲେ ଅଣ୍ଡା ଆହୁରି ଶସ୍ତା ହେବ କିମ୍ବା ରେଟ୍ ବଢ଼ିବାର ସମ୍ଭାବନା ରହିଛି। ଅଣ୍ଡା ଉତ୍ପାଦନ ଓ ଖାଇବା କୁ ନେଇ ବିଧାନସଭା ଗୃହରେ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ୍ ଉତ୍ତର ରଖିଥିଲେ ।

ଉତ୍ତର ଅନୁଯାୟୀ ଓଡ଼ିଶାରେ ୧୩୮.୩୬ ଲକ୍ଷ ଅଣ୍ଡାର ଆବଶ୍ୟକ ପ୍ରତିଦିନ ରହିଥିବା ବେଳେ ୧୧୭.୪ ଲକ୍ଷ ପରିମାଣର ଅଣ୍ଡା ଓଡ଼ିଶାରେ ଉତ୍ପାଦନ ହୋଇଥାଏ। ମାନେ ଓଡ଼ିଶା ଅଣ୍ଡା ଉତ୍ପାଦନରେ ପଛୁଆ ରାଜ୍ୟ ବୋଲି ମନ୍ତ୍ରୀ ସ୍ୱୀକାର କରିଥିଲେ। ତେବେ ବଡ଼ କଥା ହେଉଛି ଓଡ଼ିଶାକୁ ଅଭାବ ହେଉଥିବା ଅଣ୍ଡା ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ହିଁ ପୂରଣ କରିଥାନ୍ତି। ଆଉ ଏବେ ଖାଲି ଅଭାବ ପୂରଣ କରୁ ନାହାଁନ୍ତି ବରଂ ଅଣ୍ଡା ଓଭର ଫ୍ଲୋ କରୁଛନ୍ତି ।

ଖରା ଦିନେ ତାଙ୍କ ଗୋଦାମରେ ଅଣ୍ଡା ପଚି ସଢ଼ି ନଷ୍ଟ ହେବା ଅପେକ୍ଷା ମୂଳ ପାଇବା ଲକ୍ଷ୍ୟରେ ପ୍ରଚୁର ପରିମାଣରେ ଅଣ୍ଡା ଓଡ଼ିଶା କୁ ରପ୍ତାନୀ କରୁଛନ୍ତି। ରାଜ୍ୟ ନନ୍ ଭେଜ୍ ସପ ଆସୋସିଏସନ୍ ତଥ୍ୟ ଅନୁସାରେ ଏବେ ଆନ୍ଧ୍ର ୫ ହଜାର ପେଟି ଅଣ୍ଡା ଓମାନ, ଇରାକ, ଇରାନ, ସାଉଦି ଭଳି ଅନେକ ଦେଶ କୁ ପଠାଇ ଥାଏ। ଯୁଦ୍ଧ ଯୋଗୁଁ ଆନ୍ଧ୍ର ଓ ତେଲେଙ୍ଗାନା ବେପାର ବନ୍ଦ ହୋଇଯାଇଛି ।

ଏଥିସହ ପଢ଼ନ୍ତୁ:  ୧୨ ଦିନରେ ୧୮ ଜାହାଜ ଉପରେ ଆକ୍ରମଣ; ବାରୁଦ ଗଦାରେ ସାମୁଦ୍ରିକ ମାର୍ଗ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Egg Price Drop | Middle East War Impact: Egg Prices Suddenly Drop in Odisha | Argus News