Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରମଜାନ ବେଳେ ଚର୍ଚ୍ଚାରେ ତରଭୁଜ ଦର; କଣ ରହିଛି ମଧ୍ୟ ପ୍ରାଚ୍ୟ ସହ ସମ୍ପର୍କ

National

Watermelon Price on Ramadan / ରମଜାନ ବେଳେ ଚର୍ଚ୍ଚାରେ ତରଭୁଜ ଦର; କଣ ରହିଛି ମଧ୍ୟ ପ୍ରାଚ୍ୟ ସହ ସମ୍ପର୍କ

Subhramjit Ray
Browse all articles by Subhramjit Ray
·1 month ago·2 min read
ରମଜାନ ବେଳେ ଚର୍ଚ୍ଚାରେ ତରଭୁଜ ଦର; କଣ ରହିଛି ମଧ୍ୟ ପ୍ରାଚ୍ୟ ସହ ସମ୍ପର୍କ
Watermelon Price in India

Key Points

ଗୋଟିଏ ପଟେ ମଧ୍ୟ ପ୍ରାଚ୍ୟ ସଂକଟ ଜାରି ରହିଥିବା ବେଳେ ଅନ୍ୟପଟେ ରମଜାନ ସମୟରେ ତରଭୁଜ ଦର ଦେଶରେ ଏବେ ଚହଳ ସୃଷ୍ଟି କରିଛି।
ରମଜାନ ବେଳେ ଚର୍ଚ୍ଚାର ପରିସରକୁ ଆସିଛି ତରଭୁଜ ଦର। ବର୍ତ୍ତମାନ ଏହାର ମୂଲ୍ୟ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରିବାରେ ଲାଗିଛି। ମଧ୍ୟ ପ୍ରାଚ୍ୟରେ ଜାରି ରହିଥିବା ସଂଘର୍ଷର ପ୍ରଭାବ ଏବେ ଭାରତୀୟ ଫଳ ବଜାର ଉପରେ ଅନୁଭୂତ ହେବାରେ ଲାଗିଲାଣି। ବିଦେଶ ଯିବାକୁ ଥିବା ତରଭୁଜ ଏବେ ଦେଶରେ ଫସି ରହିଛି।  ତରଭୁଜ ମୂଲ୍ୟ "କିଲୋ ପିଛା ୭ ଟଙ୍କା" ସୋସିଆଲ ମିଡିଆରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଇରାନ-ଇସ୍ରାଏଲ ବିବାଦ କାରଣରୁ ମଧ୍ୟ ପ୍ରାଚ୍ୟ ତଥା ଆରବ ଦେଶକୁ ରପ୍ତାନୀ ହେବାକୁ ଥିବା ତରଭୁଜ ଏବେ ସ୍ୱଦେଶରେ ପଡ଼ିରହଛି। ଯାହାର ପ୍ରଭାବ ଦେଶର ଫଳ ବଜାରରେ ଦେଖିବାକୁ ମିଳିଲାଣି। ଚାହିଦା ତୁଳନାରେ ଯୋଗାଣ ଅଧିକ ହୋଇଥିବାରୁ ଦେଶରେ ଏବେ ତରଭୁଜ ଦର କିଲୋଗ୍ରାମ ପିଛା ୬-୭ ଟଙ୍କାକୁ ହ୍ରାସ ପାଇଛି।

ଇସ୍ରାଏଲ ସହ ଚାଲିଥିବା ଯୁଦ୍ଧ ଏବଂ ଉପସାଗରୀୟ ଦେଶ ସହିତ ଇରାନର ବଢୁଥିବା ବିବାଦ କାରଣରୁ ବିଦେଶ ଖାସ କରି ଆରବ ଦେଶକୁ ଭାରତରୁ ହେଉଥିବା ତରଭୁଜ ରପ୍ତାନୀ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି। ଯାହା ଦ୍ୱାରା ବିଦେଶକୁ ହେଉଥିବା ଫଳ ରପ୍ତାନୀ ସିଧାସଳଖ ପ୍ରଭାବିତ ହୋଇଛି। ବିଶେଷକରି ରମଜାନ ସମୟରେ ଯେତେବେଳେ ଆରବ ଦେଶରେ ତରଭୁଜ ସମେତ କଦଳୀ, ଅମୃତଭଣ୍ଡା ଆଦି ଫଳର ଚାହିଦା ସର୍ବାଧିକ ରହିଥାଏ।

ପଢନ୍ତୁ ଏହି ଖବର: ଜାରି ରହିଛି ମଧ୍ୟ ପ୍ରାଚ୍ୟ ସଂକଟ; ବନ୍ଦରରେ ଫସି ରହିଛି ହଜାର ହଜାର କଣ୍ଟେନର

ଭାରତରୁ କେଉଁ ଦେଶ ଆମଦାନୀ କରିଥାନ୍ତି ଫଳ?
ରମଜାନ ମାସରେ ସଂଯୁକ୍ତ ଆରବ ଅମିରାତ, ସାଉଦି ଆରବ, ଜୋର୍ଡାନ୍, ଓମାନ, କାତାର ବାହାରୀନ୍ ଆଦି ଆରବ ଦେଶ ଭାରତରୁ ପର୍ଯ୍ୟାପ୍ତ ପରିମାଣରେ ତରଭୁଜ ଆମଦାନୀ କରିଥାନ୍ତି। ହେଲେ ଚଳିତ ବର୍ଷ ମଧ୍ୟ ପ୍ରାଚ୍ୟ ସଂକଟ କାରଣରୁ ଆରବ ଦେଶକୁ ଭାରତରୁ ହେଉଥିବା ଫଳ ରପ୍ତାନୀ ବନ୍ଦ ହୋଇଯାଇଛି। ଯେଉଁ ଫଳ ବିଦେଶୀକୁ ରପ୍ତାନୀ ହୋଇଥାନ୍ତା ତାହାର ବ୍ୟାପକ ଯୋଗାଣ ଦେଶର ଫଳ ବଜାରକୁ ହୋଇଯାଇଛି। ଯାହା ଦ୍ୱାରା ଏହାର ମୂଲ୍ୟ ଅନେକ ମାତ୍ରାରେ ହ୍ରାସ ପାଇଛି।

ବର୍ତ୍ତମାନ ରମଜାନ ମାସ ଚାଲୁଥିବା ବେଳେ ଏବେ ଗ୍ରୀଷ୍ମ ଋତୁ ଆସିବାକୁ ଯାଉଛି। ବର୍ତ୍ତମାନ ସମୟରେ ତରଭୁଜ ଭଳି ଫଳ ଦର ବଢିବା ବଦଳରେ ହ୍ରାସ ପାଇବା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ବଜାରରେ ଏହାର ମୂଲ୍ୟ ବହୁତ ହ୍ରାସ ପାଇଛି। ଏହାକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ଦାବି କରୁଛନ୍ତି। ଏନେଇ ମତ ରଖି କର୍ଣ୍ଣାଟକର କୃଷି ଉଦ୍ୟମୀ ଅରୁଣା ଉର୍ସ କହିଛନ୍ତି ଯେ, କିଛି ସ୍ଥାନରେ ତରଭୁଜ ମାତ୍ର କିଲୋଗ୍ରାମ ପିଛା ୭ ଟଙ୍କା ଦରରେ ବିକ୍ରି ହେଉଛି। ଏହାର କାରଣ ହେଉଛି ଆରବ ଦେଶଙ୍କ ପାଇଁ ଉଦ୍ଦିଷ୍ଟ ସମାନ ସାମଗ୍ରୀ ଏବେ ଭାରତୀୟ ବଜାରରେ ଭରି ଯାଇଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Watermelon Price in India: Why Ramadan Demand Links to Middle East | Argus News