Strait of Hormuz / ୧୨ ଦିନରେ ୧୮ ଜାହାଜ ଉପରେ ଆକ୍ରମଣ; ବାରୁଦ ଗଦାରେ ସାମୁଦ୍ରିକ ମାର୍ଗ
·4 months ago·3 min read

Key Points
ଇସ୍ରାଏଲ-ଆମେରିକା ଦ୍ୱାରା ଇରାନ ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ୧୨ ଦିନ ପୂରଣ ହେବାକୁ ଯାଉଥିବା ବେଳେ ଏହା ମଧ୍ୟରେ ୧୮ ଜାହାଜ ଉପରେ ଆକ୍ରମଣ ହୋଇଥିବାର ଖବର ଆସିଛି।
Strait of Hormuz Crisis: ମଧ୍ୟ ପ୍ରାଚ୍ୟ ସଂକଟର ପ୍ରଭାବ ଏବେ ସମଗ୍ର ବିଶ୍ୱରେ ଅନୁଭୂତ ହେବାରେ ଲାଗିଲାଣି। ଯଦିଓ ପ୍ରଥମେ ଆମେରିକା ପକ୍ଷରୁ ଆକ୍ରମଣ ହୋଇଥିଲା ହେଲେ ଇରାନ ଏହାର ପାଲଟା ଜବାବ ଦେବାରୁ ପଛକୁ ହଟିନଥିଲା। ଆଉ ଏବେ ଇରାନ ସମଗ୍ର ବିଶ୍ୱକୁ ତୈଳ ଏବଂ ଗ୍ୟାସ୍ ଯୋଗାଉଥିବା ହର୍ମୁଜ ପ୍ରଣାଳୀ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥକୁ ଅବରୋଧ କରିଦେଇଛି। ବିଶ୍ୱର ପ୍ରାୟ ୨୦ ପ୍ରତିଶତରୁ ଅଧିକ ତେଲ ଏବଂ ଗ୍ୟାସ ବହନ କରୁଥିବା ଏହି ସଂକୀର୍ଣ୍ଣ ସାମୁଦ୍ରିକ ମାର୍ଗ ଦେଇ ଜାହାଜ ଚଳାଚଳ ଏବେ ପ୍ରାୟତଃ ବନ୍ଦ ହୋଇଯାଇଛି। ଉପସାଗର ଅଞ୍ଚଳରେ ଯାତ୍ରା କରୁଥିବା ଜାହାଜ ଉପରେ ଆକ୍ରମଣ କରାଯାଉଛି। ଇସ୍ରାଏଲ-ଆମେରିକା ଦ୍ୱାରା ଇରାନ ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ୧୨ ଦିନ ପୂରଣ ହେବାକୁ ଯାଉଥିବା ବେଳେ ଏହା ମଧ୍ୟରେ ୧୮ ଜାହାଜ ଉପରେ ଆକ୍ରମଣ ହୋଇଥିବାର ଖବର ଆସିଛି।
୪୮ ଘଣ୍ଟାରେ ୬ ଜାହାଜ ଉପରେ ଆକ୍ରମଣ; ଜଣେ ଭାରତୀୟ ମୃତ
ବ୍ରିଟେନ ଭିତ୍ତିକ ସାମୁଦ୍ରିକ ଏଜେନ୍ସି, ୟୁକେ ମ୍ୟାରିଟାଇମ୍ ଟ୍ରେଡ୍ ଅପରେସନ୍ ଏବଂ ସାମୁଦ୍ରିକ ଗୁପ୍ତଚର କମ୍ପାନୀ ବେନଗାର୍ଡ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଉପସାଗର ଅଞ୍ଚଳରେ ୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ପ୍ରାୟ ୬ ଜାହାଜ ଉପରେ ଆକ୍ରମଣ ହୋଇସାରିଛି। ଏହା ସହିତ ଯୁଦ୍ଧ ଆରମ୍ଭ ହେବା ପର ଠାରୁ ମୋଟ ୧୮ ଜାହାଜ ଉପରେ ଆକ୍ରମଣ ହୋଇସାରିଛି। ବୁଧବାର ବିଳମ୍ବିତ ରାତିରେ ଉପସାଗରର ଉତ୍ତର ଭାଗରେ ଅବସ୍ଥିତ ଇରାକୀ ଜଳସୀମାରେ ଦୁଇଟି ଟ୍ୟାଙ୍କର୍ ରେ ନିଆଁ ଲାଗିଥିଲା। ଏହି ଘଟଣାର ଭିଡିଓ ଏବେ ଯାଞ୍ଚ ପରିସରରେ ରହିଛି। ବ୍ରିଟିଶ ଏଜେନ୍ସି ରିପୋର୍ଟ ଅନୁସାରେ ଅଜ୍ଞାତ ଆକ୍ରମଣକାରୀଙ୍କ ହତିଆରର ଶୀକାର ହେଉଛନ୍ତି ହର୍ମୁଜ ପ୍ରଣାଳୀ ଦେଇ ଯାତାୟତ କରୁଥିବା ଜାହାଜ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ବଡ଼ ଦାବି: ଜି-୭ ଦେଶଙ୍କ ନିକଟରେ ସର୍ତ୍ତ ରଖିଲେ ରାଷ୍ଟ୍ରପତି, କହିଲେ ଆତ୍ମସମର୍ପଣ କର...
ଲାଗାତାର ହେବାରେ ଲାଗିଛି ଆକ୍ରମଣ
ୟୁକେ ମ୍ୟାରିଟାଇମ୍ ଟ୍ରେଡ୍ ଅପରେସନ୍ କହିବା ଅନୁସାରେ ଆରବ ସାଗର, ହର୍ମୁଜ୍ ପ୍ରଣାଳୀ ଏବଂ ଓମାନ ଉପସାଗରରେ ସାମୁଦ୍ରିକ ସୁରକ୍ଷା ବିପଦପୂର୍ଣ୍ଣ ରହିଛି। ଗତ ୧ ମାର୍ଚ୍ଚ ପର ଠାରୁ ଆରବ ଉପସାଗର, ହର୍ମୁଜ୍ ପ୍ରଣାଳୀ ଏବଂ ଓମାନ ଉପସାଗରରେ ବାଣିଜ୍ୟିକ ଜାହାଜ ଉପରେ ପ୍ରାୟ ୨୦ ରୁ ଅଧିକ ଆକ୍ରମଣ ହୋଇଥିବାର ଘଟଣା ସାମ୍ନାକୁ ଆସିଛି।
ବିଭିନ୍ନ ଦେଶର ପତାକା ରହିଥିବା ଭିନ୍ନ ଭିନ୍ନ ଧରଣର ଜାହାଜ ଉପରେ ଆକ୍ରମଣ ହୋଇସାରିଛି। କେବଳ ପାଶ୍ଚାତ୍ୟ ଦେଶର ମାଲିକାନା ରହିଥି୍ବା ଜାହାଜ ଉପରେ ଆକ୍ରମଣ ହେଉନାହିଁ। ବରଂ ବର୍ତ୍ତମାନ ହେଉଥିବା ଆକ୍ରମଣ ଏକ ନିର୍ଦ୍ଦିଷ୍ଟ ଜାହାଜକୁ ଟାର୍ଗେଟ କରିବା ପରିବର୍ତ୍ତେ ବ୍ୟାପକ ସାମୁଦ୍ରିକ ବିଭ୍ରାଟ ସୃଷ୍ଟି କରିବା ପାଇଁ ହେଉଥିବା ଏକ ଅଭିଯାନର ଅଂଶ। ପ୍ରତିଦିନ ପ୍ରାୟ ୧୩୮ ଜାହାଜ ହର୍ମୁଜ୍ ଜଳ ମାର୍ଗ ଦେଇ ସାମାନଙ୍କର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥାନ୍ତି।
ହର୍ମୁଜ ଜଳମାର୍ଗରୁ ହଟିବ ନାହିଁ ଅବରୋଧ: ଇରାନ
ହର୍ମୁଜ ଜଳମାର୍ଗରୁ ଅବରୋଧ ହଟାଇବାକୁ ନେଇ ପ୍ରତିକ୍ରିୟା ରଖିଛି ଇରାନ। ଦେଶର ନବନିଯୁକ୍ତ ସର୍ବୋଚ୍ଚ ନେତା ମୁଜତୱା ଖାମେନେଇ ଗୁରୁବାର (୧୨ ମାର୍ଚ୍ଚ) ତାଙ୍କର ପ୍ରଥମ ସାର୍ବଜନୀନ ବିବୃତ୍ତିରେ ହର୍ମୁଜର ପ୍ରଣାଳୀକୁ ବନ୍ଦ ରଖିବାକୁ କହିଥିଲେ। ଯହା ପରେ ଏବେ ଇରାନ ସେଠାରେ ଅବରୋଧ ଜାରି ରଖିଛି। ହର୍ମୁଜ ପ୍ରଣାଳୀକୁ ଅବରୋଧ କରିବା ପାଇଁ ତାଙ୍କର ନିରନ୍ତର ସମର୍ଥନ ମଧ୍ୟ ପ୍ରାଚ୍ୟ ସଂକଟକୁ ଆହୁରୀ ଘନୀଭୂତ କରିପାରେ। ଏନେଇ ସେ କହିଛନ୍ତି ଯେ, "ପ୍ରିୟ ଯୋଦ୍ଧା ଭାଇମାନେ! ଅଧିକାଂଶ ଲୋକ ଚାହୁଁଛନ୍ତି ଯେ ଶତ୍ରୁ ପକ୍ଷକୁ ପଲଟା ଜବାବ ଜାରି ରଖ। ଏହା ସହିତ ହର୍ମୁଜ ପ୍ରଣାଳୀ ଅବରୋଧ ନିଶ୍ଚିତ ଭାବରେ ଜାରି ରହୁ।
ପଢନ୍ତୁ ଏହି ଖବର: ଇରାନ୍ ଯୁଦ୍ଧରେ ଖସିଲା ଆମେରିକାର ଚତୁର୍ଥ ବିମାନ, ୪ ଜଣଙ୍କ ମୃତ୍ୟୁ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories