Namaz For Khamenei / ଇଦରେ ଖାମେନେଇଙ୍କ ପାଇଁ ନମାଜ ପାଠ; ଶୋକବ୍ୟକ୍ତ କଲେ ଭାରତୀୟ ମୁସଲିମ
·5 months ago·2 min read

Key Points
ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଘଟିଛି ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ
ଇଦରେ ଶୋକବ୍ୟକ୍ତ କଲେ ଭାରତୀୟ ମୁସଲିମ ଭାଇ ଭଉଣୀ
ସାଥୀରେ ବସି ଖାମେନେଇଙ୍କ ପାଇଁ କଲେ ନମାଜ ପାଠ
ଇଦରେ ଶୋକବ୍ୟକ୍ତ କଲେ ଭାରତୀୟ ମୁସଲିମ ଭାଇ ଭଉଣୀ
ସାଥୀରେ ବସି ଖାମେନେଇଙ୍କ ପାଇଁ କଲେ ନମାଜ ପାଠ
ଆଜି ପୁରା ଦେଶରେ ଇଦର ମାହୋଲ । ଉତ୍ତର ପ୍ରଦେଶର ଅନେକ ସହର ମଧ୍ୟରେ ବି ଧୁମଧାମରେ ମୁସଲିମ ଧର୍ମାବଲମ୍ବୀ ଇଦ୍ ପାଳୁଛନ୍ତି । କିନ୍ତୁ ବରେଲିର ନବାବଗଞ୍ଜରୁ ଆସିଛି ଏକ ଭିନ୍ନ ଚିତ୍ର । ଏଠାକାର ଅଧିବାସୀମାନେ ଇଦ୍-ଉଲ୍-ଫିତରର ଉତ୍ସବକୁ ଦୁଃଖରେ ପାଳିଛନ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧରେ ନିକଟରେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ଘଟିଥିଲା । ଏଥିଲାଗି ବରେଲିର ଏହି ଅଞ୍ଚଳରେ ପାରମ୍ପରିକ ଯୁଦ୍ଧ ବଦଳରେ ଶୋକ ପାଳୁଥିବା କହିଛନ୍ତି ସ୍ଥାନୀୟ ବାସୀ ।
ବରେଲିର ନବାବଗଞ୍ଜର କସବେରେ ଏଥର ଇଦ୍-ଉଲ-ଫିତରରେ ନମାଜ ପାଠ କରିବା ପରେ ଯେତେବେଳେ ଲୋକେ ପରସ୍ପରକୁ ଆଲିଙ୍ଗନ କରନ୍ତି, କିନ୍ତୁ ଏଥର ସେପରି କିଛି ଘଟିନଥିଲା । ଲୋକମାନେ ନୂଆ କପଡ଼ା ମଧ୍ୟ ପିନ୍ଧିନଥିଲେ । ହାତରେ କଳା ଫିତା ବାନ୍ଧି ଖାମେନେଇଙ୍କ ଲାଗି ଶୋକବ୍ୟକ୍ତ କରିଥିଲେ ।
ଅନ୍ୟପଟେ ଉତ୍ତରପ୍ରଦେଶର ଗୋରଖପୁରରେ ଇଦ ଉତ୍ସବ ଧୁମଧାମରେ ପାଳନ କରାଯାଇଥିଲା । ମୁସଲମାନ ଧର୍ମାବଲମ୍ବୀମାନେ ମସଜିଦରେ ଇଦ ପାଇଁ ନମାଜ ପଢିଥିଲେ ଓ ଦେଶର ଶାନ୍ତି ଲାଗି ପ୍ରାର୍ଥନା କରିଥିଲେ । କୁନି କୁନି ପିଲାଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା ।

- ଖାମେନେଇଙ୍କ ମୃତ୍ୟୁ ପାଇଁ ଶୋକରେ ବରେଲି
ଅନ୍ୟପଟେ ଉତ୍ତରପ୍ରଦେଶର ଗୋରଖପୁରରେ ଇଦ ଉତ୍ସବ ଧୁମଧାମରେ ପାଳନ କରାଯାଇଥିଲା । ମୁସଲମାନ ଧର୍ମାବଲମ୍ବୀମାନେ ମସଜିଦରେ ଇଦ ପାଇଁ ନମାଜ ପଢିଥିଲେ ଓ ଦେଶର ଶାନ୍ତି ଲାଗି ପ୍ରାର୍ଥନା କରିଥିଲେ । କୁନି କୁନି ପିଲାଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କେମିତି ହେଲା ଖାମେନେଇଙ୍କ ମୃତ୍ୟୁ ?
ଅଧିକ ଖବର ପଢନ୍ତୁ...
Related Topics
Explore more stories