Indian Death / ପତ୍ନୀଙ୍କ ସହ କଥା ହେଉଥିବାବେଳେ ବିସ୍ଫୋରଣ; ଇରାନ ଏୟାରଷ୍ଟ୍ରାଇକରେ ଚାଲିଗଲେ ଭାରତୀୟ
·1 week ago·2 min read

Key Points
ଫୋନକଲରେ ଥିଲେ ଜୀବନସାଥୀ
ଏପଟେ ଘଟିଲା ଭୟଙ୍କର ବିସ୍ଫୋରଣ
ଏପଟେ ଘଟିଲା ଭୟଙ୍କର ବିସ୍ଫୋରଣ
ଉତ୍ତରପ୍ରଦେଶର ସିତାପୁର ଜିଲ୍ଲାର ବାଘେନ ଗ୍ରାମରେ ହଠାତ୍ ଛାଇଯାଇଥିଲା ଦୁଃଖର ଲହରୀ । କାରଣ ମଧ୍ୟପ୍ରାଚ୍ୟର ଯୁଦ୍ଧ ମଧ୍ୟରେ ଚାଲିଯାଇଛି ଗ୍ରାମର ୨୬ ବର୍ଷୀୟ ରବି ଗୋପାଲଙ୍କ ଜୀବନ । ରବି ଇରାନର ଏୟାରଷ୍ଟ୍ରାଇକ୍ ଆକ୍ରମଣରେ ସାଉଦି ଆରବରେ ଜୀବନ ହାରିଛନ୍ତି । ଜୀବନ ତ ଚାଲିଯାଇଛି, ହେଲେ ପରିବାରଙ୍କୁ ମିଳିପାରୁନାହିଁ ରବିଙ୍କ ମରଶରୀର । ପରିବାର ଅନେକ ଚେଷ୍ଟା କରିବା ସତ୍ତ୍ଵେ ସେଠାକାର ପ୍ରଶାସନ ଏତେଟା ଦୃଷ୍ଟି ଦେଉନାହିଁ ବୋଲି ପରିବାର ଅଭିଯୋଗ କରିଛି ।
ଗତ ମାର୍ଚ୍ଚ ୧୮ ତାରିଖରେ ଫ୍ୟାକ୍ଟ୍ରି କାମ ସାରିବା ପରେ ରବି ଫୋନରେ ନିଜ ପତ୍ନୀ ରିତୁଙ୍କ ସହିତ କଥା ହେଉଥିଲେ । ଏହି ସମୟରେ ହଠାତ୍ ଏକ ଭଯଙ୍କର ବିସ୍ଫୋରଣ ହୋଇଥିଲା । ଏହି ସମୟରେ ଫୋନ କଟିଯାଇଥିଲା ଏବଂ କିଛି ସମୟ ପରେ ତାଙ୍କ ଫୋନ ମଧ୍ୟ ଡେଡ୍ ହୋଇଯାଇଥିଲା । ପତ୍ନୀ ରିତୁ କହିଛନ୍ତି ଯେ ସେମାନେ ରାତି ପ୍ରାୟ ୮.୨୦ଟାରେ ଫୋନରେ କଥା ଆରମ୍ଭ କରିଥିଲେ ଏବଂ ୯.୫୩ଟାରେ ବିସ୍ଫୋରଣ ଶବ୍ଦ ଶୁଭିଥିଲା ।
ଏହାପରେ ପରିବାର ଯେତେ ଚେଷ୍ଟା କଲେ ମଧ୍ୟ ଆଉ ରବିଙ୍କ ଫୋନ ଲାଗିନଥିଲା । ପରଦିନ ସକାଳୁ ସାଉଦି ଆରବରୁ ଆସିଥିଲା ଆଉ ଏକ କଲ୍ । ଯେଉଁଥିରେ ଇରାନ ଏୟାରଷ୍ଟ୍ରାଇକରେ ରବିର ମୃତ୍ୟୁ ଘଟିଥିବା ତାଙ୍କର ଏକ ବନ୍ଧୁ କହିଥିଲେ । ତେବେ ସାଉଦି ଆରବ ମଧ୍ୟ ଇରାନର ମିସାଇଲ ମାଡ ସମ୍ପର୍କରେ ସ୍ପଷ୍ଟ କରିଛି । ଇରାନ ରିୟାଦ ସହର ଉପରେ ଆକ୍ରମଣ କରିଥିଲା ଏବଂ ବିସ୍ଫୋରଣରେ କିଛି ଭାରତୀୟଙ୍କ ମୃତ୍ୟୁ ଘଟିଛି ।
ପଢନ୍ତୁ ଏହି ଖବର: ଶିଶୁଙ୍କ ପରିସ୍ରାରେ ଫୁଟୁଛି ଅଣ୍ଡା; ସେହି ଅଣ୍ଡାରୁ ତିଆରି କଫି ପିଉଛନ୍ତି ଚୀନ ବାସୀ
ରବି ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲା । ସେ ନିଜ ପିତାାତା, ପତ୍ନୀ ଓ ୪ ବର୍ଷର ପୁଅ ସହିତ ରହୁଥିଲା । ରବି ୨୦୨୦ ସେପ୍ଟେମ୍ବର ମାସରେ ରିତୁକୁ ବିବାହ କରିଥିଲା ଏବଂ ବିବାହ ପରଠାରୁ ସେ ସାଉଦି ଆରବରେ ରହି କାମ କରିଆସୁଛି । ତେବେ ରବିର ମୃତ୍ୟୁ ପରେ ସେଠାକାର ସରକାରଙ୍କ ପକ୍ଷରୁ ପରିବାରକୁ କୌଣସି ଯୋଗାଯୋଗ କରାଯାଇନାହିଁ । ରବିର ପରିବାର ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିଥିଲେ ସୁଦ୍ଧା ଏଯାବତ ରବିଙ୍କ ମରଶରୀର ପାଇନଥିବା ଅଭିଯୋଗ କରିଛନ୍ତି ।
ସୂଚନା ଥାଉ କି, ଭାରତୀୟମାନେ ସାଉଦି ଆରବରେ ନିର୍ମାଣ କାର୍ଯ୍ୟଠୁ ଆରମ୍ଭ କରି ସ୍ଵାସ୍ଥ୍ୟକ୍ଷେତ୍ର, ଆତିଥ୍ୟ କାର୍ଯ୍ୟ ଏବଂ ବାଣିଜ୍ୟ କ୍ଷେତ୍ରରେ କାମ କରୁଛନ୍ତି । ତେବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସାଉଦି ଆରବରେ ପ୍ରାୟ ୬ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିସାରିଛି । ଗତ ମାର୍ଚ୍ଚ ୧୪ ତାରିଖରେ ୨ ଜଣ ଭାରତୀୟଙ୍କ ଡ୍ରୋନ ଷ୍ଟ୍ରାଇକରେ ମୃତ୍ୟୁ ଘଟିଥିଲା । ଏହାର ଗୋଟିଏ ସପ୍ତାହ ପୂର୍ବରୁ ଅଲ୍ ଖର୍ଜଠାରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଥିଲା ।
ଅଧିକ ଖବର ପଢନ୍ତୁ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories