Crime News / ଏନରିକ୍ ଇଗ୍ଲେସିଆସ୍ଙ୍କ ମୁମ୍ବାଇ କନସର୍ଟରେ ୨୪ ଲକ୍ଷ ଟଙ୍କାର ମୋବାଇଲ୍ ଫୋନ୍ ଚୋରି
·10 months ago·2 min read

Key Points
ମୁମ୍ବାଇରେ ପପ୍ ସୁପରଷ୍ଟାର ଏନରିକ ଇଗ୍ଲେସିଆସଙ୍କ ଧମାକେଦାର କନସର୍ଟ୍ରେ ଭିଡ଼ ମଧ୍ୟରେ ୨୩.୮୫ ଲକ୍ଷ ଟଙ୍କା ମୂଲ୍ୟର ୭୩ଟି ମୋବାଇଲ୍ ଫୋନ୍ ଚୋରି ହୋଇଥିବା ଖବର ପୋଲିସ ଶୁକ୍ରବାର ଜଣାଇଛି।
ମୁମ୍ବାଇରେ ପପ୍ ସୁପରଷ୍ଟାର ଏନରିକ ଇଗ୍ଲେସିଆସଙ୍କ ଧମାକେଦାର କନସର୍ଟ୍ରେ ଭିଡ଼ ମଧ୍ୟରେ ୨୩.୮୫ ଲକ୍ଷ ଟଙ୍କା ମୂଲ୍ୟର ୭୩ଟି ମୋବାଇଲ୍ ଫୋନ୍ ଚୋରି ହୋଇଥିବା ଖବର ପୋଲିସ ଶୁକ୍ରବାର ଜଣାଇଛି। ଏହି ଘଟଣା ବୁଧବାର ସନ୍ଧ୍ୟାରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି)ର ଏମଏମଆରଡିଏ ଗ୍ରାଉଣ୍ଡରେ ଆୟୋଜିତ ଏହି ହାଇ-ପ୍ରୋଫାଇଲ୍ କନସର୍ଟ ସମୟରେ ଘଟିଛି।
ଏହାସହ ପଢ଼ନ୍ତୁ: କମିଲା ସୁନା ଦର, ଏତିକିରେ କିଣିପାରିବେ ୧୦ ଗ୍ରାମ ସୁନା !
ପୋଲିସ ଏ ପର୍ଯ୍ୟନ୍ତ ଏହି ଚୋରି ସମ୍ପର୍କରେ ସାତୋଟି ଏଫଆଇଆର ଦାଖଲ କରିଛି। ଘଟଣାରେ ଯେଉଁମାନେ ଅଭିଯୋଗ କରିଛନ୍ତି ସେମାନଙ୍କ ମଧ୍ୟରେ ଜଣେ ମେକଅପ୍ କଳାକାର, ଜଣେ ହୋଟେଲ ମାଲିକ, ଛାତ୍ର, ସାମ୍ବାଦିକ ଓ ଜଣେ ବ୍ୟବସାୟୀ ମଧ୍ୟ ରହିଛନ୍ତି। ଆଉ ଅଧିକ ମୋବାଇଲ ଚୋରି ହୋଇଥିବା ମାମଲା ଆସିପାରେ ବୋଲି ସନ୍ଦେହ କରି ତଦନ୍ତ ଜାରି ରଖିଛି।
ଏହାସହ ପଢ଼ନ୍ତୁ: କିଏ ଏହି ବଙ୍କିମ ବ୍ରହ୍ମଭଟ୍ଟ ? ଯାହାଙ୍କ ନାଁରେ ଏବେ ଆମେରିକା ଉଠୁଛି ପଡ଼ୁଛି !

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି କନସର୍ଟ ପାଇଁ ସର୍ବନିମ୍ନ ଟିକେଟ୍ ମୂଲ୍ୟ ଥିଲା 7,000 ଟଙ୍କା ଥିଲା। ଯାହାକୁ ଦେଖିବାକୁ ଉଚ୍ଚ ଆର୍ଥିକ ଶ୍ରେଣୀର ଦର୍ଶକମାନେ ଯୋଗ ଦେଇଥିଲେ। କନସର୍ଟରେ ଖଚାଖଚ ଗହଳି ହୋଇଥିଲା। ପ୍ରଥମଥର ପାଇଁ ମୁମ୍ବାଇରେ ପରିଚାଳନା କରିଥିବା ଗ୍ରାମୀ ପୁରସ୍କାର ବିଜେତା ଦୁନିଆବ୍ୟାପୀ ସଙ୍ଗୀତ ଆଇକନ୍ ଏନ୍ରିକି ଇଗ୍ଲେସିଆସ୍ ସେହି ରାତିରେ ପ୍ରଶଂସକମାନଙ୍କୁ ପୁରୁଣା ଅତୀତକୁ ଫେରାଇ ନେଇଥିଲେ। ତାଙ୍କ ଗୀତରେ ଦର୍ଶକ ହଜିଯାଇଥିଲେ।
'ହିରୋ', 'ବୈଲାମୋସ୍' ପରି ତାଙ୍କର ଏଭରଗ୍ରିନ୍ ହିଟ୍ ଗୀତ ସହିତ 90 ମିନିଟ୍ର ଗୀତ ଗାଇ ସେ 25,000 ଦର୍ଶକଙ୍କୁ ବିମୋହିତ କରିଥିଲେ। ମୁମ୍ବାଇରେ ଏହି କନସର୍ଟ ଏକ ବଡ଼ ଧରଣର ବ୍ୟବସାୟ କରିଥିଲା ଭୁଲ ହେବନାହିଁ। କିନ୍ତୁ ଏହି ହାଇପ୍ରୋଫାଇଲ କନସର୍ଟରେ ଏତେ ସଂଖ୍ୟକ ମୋବାଇଲ ଚୋରି ମୁମ୍ବାଇ ପୋଲିସ ପାଇଁ ସତରେ ଚିନ୍ତାର କାରଣ ପାଲଟିଛି।
ଏହାସହ ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଭେଙ୍କେଟେଶ୍ବର ମନ୍ଦିରରେ ଦଳାଚକଟା: ୯ ଶ୍ରଦ୍ଧାଳୁ ମୃତ
ଘଟଣା ପରେ, ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି ଏବଂ ଚୋରି ହୋଇଥିବା ମୋବାଇଲ୍ର IMEI ଟ୍ରାକ୍ କରିବାରେ ଲାଗିଛି। ପୋଲିସର ଧାରଣା, ଏହା ପଛରେ ପ୍ରଫେସନାଲ୍ ଚୋର ଗ୍ୟାଙ୍ଗର ହାତ ଥାଇପାରେ। ନହେଲେ ଏତେ ସଂଖ୍ୟାରେ ଫୋନ ଚୋରି ହେବା ଛୋଟ କଥା ନୁହେଁ। ଚୋରକୁ ଧରିବାକୁ ମୁମ୍ବାଇ ପୋଲିସ ତଦନ୍ତ ଜାରି ରଖିଛି। ଖୁବଶୀଘ୍ର ଚୋର ଧରିବାରେ ସଫଳ ହେବ ବୋଲି ମୁମ୍ବାଇ ପୋଲିସ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛି।

Related Topics
Explore more stories