Videos
|
National

Everest Hing Ban / ହେଙ୍ଗୁ ନାଁରେ ଚାଲିଥିଲା ଠକେଇ, ଏହି କମ୍ପାନୀର ପ୍ରଡକ୍ଟକୁ ବ୍ୟାନ୍ କଲା FSSAI

Debashree Debasmita Sahoo
Browse all articles by Debashree Debasmita Sahoo
·47 mins ago·2 min read
ହେଙ୍ଗୁ ନାଁରେ ଚାଲିଥିଲା ଠକେଇ, ଏହି କମ୍ପାନୀର ପ୍ରଡକ୍ଟକୁ ବ୍ୟାନ୍ କଲା FSSAI
Everest Hing Ban

Key Points

ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାରେ ବିଫଳ ଏଭରେଷ୍ଟର ହିଙ୍ଗ୍
FSSAI ଏହାର ବିକ୍ରୟ ଉପରେ ଲଗାଇଲା ରୋକ
ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ବା ଏଫଏସଏସଏଆଇ ଏଭରେଷ୍ଟ ଏବଂ LG ବ୍ରାଣ୍ଡ ହିଙ୍ଗ୍ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି । ଜଣେ ଗ୍ରାହକ ହିଙ୍ଗର ଗୁଣବତ୍ତାକୁ ନେଇ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ FSSAI ବିଭିନ୍ନ ପ୍ରମୁଖ କମ୍ପାନୀର ହିଙ୍ଗର ଗୁଣବତ୍ତା ପରୀକ୍ଷା କରିଥିଲା । ଏହି ପରୀକ୍ଷାରେ ଏଭରେଷ୍ଟ ଏବଂ LG ବ୍ରାଣ୍ଡର ମିଶ୍ରିତ ହିଙ୍ଗର ଗୁଣବତ୍ତା ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି ।

  • ସ୍ଥଗିତ ରହିଲା ବିକ୍ରି
ଏହି ତଦନ୍ତ ପରେ, FSSAI ମୁମ୍ବାଇର ଏଭରେଷ୍ଟ ଏବଂ LG ୟୁନିଟରୁ ହିଙ୍ଗର ଅନେକ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇଥିଲା । ଗୁଜରାଟ ଏଫଡିଏ ସହଯୋଗରେ ସେଠାକାର ଏଭରେଷ୍ଟ ୟୁନିଟରୁ ମଧ୍ୟ କିଛି ନମୁନା ସଂଗ୍ରହ କରାଯାଇଥିଲା । ଏହି ସମସ୍ତ ନମୁନା ପ୍ରତିଷ୍ଠିତ ଗୁଣବତ୍ତା ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଥିଲା । ଫଳରେ ଏହି ଦୁଇଟି କମ୍ପାନୀରୁ ମିଶ୍ରିତ ହିଙ୍ଗ୍ ବିକ୍ରୟକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି ।

  • 'ତୁରନ୍ତ ନିଜ ଭୁଲ୍ ସୁଧାର'
ଏଠାରେ କହିରଖୁଛୁ କି, ଏଭରେଷ୍ଟ ଏକ ବଡ଼ ଏବଂ ଲୋକପ୍ରିୟ ମସଲା କମ୍ପାନୀ । ଏହାର ହିଙ୍ଗ ସାରା ଦେଶରେ ପ୍ରଚୁର ପରିମାଣରେ ବିକ୍ରି ହୁଏ । ତେଣୁ ଗ୍ରାହକଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଉଭୟ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ସେମାନଙ୍କର ଭୁଲଗୁଡ଼ିକୁ କିପରି ସଂଶୋଧନ କରିବେ ଏବଂ ଆଗକୁ ହୀଙ୍ଗର ଗୁଣବତ୍ତା ପ୍ରତିଷ୍ଠିତ ମାନଦଣ୍ଡ ପୂରଣ କରିବ ତାହା ତୁରନ୍ତ ସଠିକ୍ କରନ୍ତୁ । FSSAI ଉଭୟ କମ୍ପାନୀକୁ ବର୍ତ୍ତମାନ ପାଇଁ ବଜାରରୁ ନିମ୍ନମାନର ହିଙ୍ଗକୁ ଫେରାଇ ନେବାକୁ ପରାମର୍ଶ ଦେଇଛି ।

ପଢନ୍ତୁ ଏହି ଖବର: ଆଉ ମିଳିବନି ପନିର: ସରକାରଙ୍କ ବଡ଼ ଘୋଷଣା, ଦେଶରେ ପନିର ବ୍ୟାନ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • କମ୍ପାନୀରେ ହିଙ୍ଗରେ କଣ ନିମ୍ନମାନର ଥିଲା ?
ନିୟମ ଅନୁଯାୟୀ, ହିଙ୍ଗ ତିଆରି କରିବାକୁ ଶୁଦ୍ଧ ହିଙ୍ଗକୁ ଷ୍ଟାର୍ଚ୍ଚ ଏବଂ ମଇଦା ସହିତ ମିଶ୍ରିତ କରାଯାଏ, କିନ୍ତୁ ଏଥିରେ ଅତି କମରେ ୫ ପ୍ରତିଶତ ଆଲକୋହଲ-ଦ୍ରବଣୀୟ ପଦାର୍ଥ ରହିବା ଜରୁରୀ । ମାତ୍ର ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ କମ୍ପାନୀର ପ୍ରଡକ୍ଟରେ ଏହି ପରିମାଣ ମାତ୍ର ୦ରୁ ୩ ପ୍ରତିଶତ ଥିଲା । ଏହାସହିତ ନିୟମ ଅନୁସାରେ ଅସଲି ହିଙ୍ଗରେ ଷ୍ଟାର୍ଚ୍ଚର ପରିମାଣ ୧ ପ୍ରତିଶତରୁ ଅଧିକ ହେବା ଅନୁଚିତ । ମାତ୍ର ଏଥିରେ ଷ୍ଟାର୍ଚ୍ଚର ପରିମାଣ ୧୫ରୁ ୩୨ ପ୍ରତିଶତ ଥିଲା । ଏହାକୁ ଆଖି ଆଗରେ ରଖି FSSAI ଏହାର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି ।