Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କଂଗ୍ରେସକୁ ରାଜସ୍ଥାନରୁ ହଟାଇବାର କାଉଣ୍ଟଡାଉନ ଆରମ୍ଭ

Jitendra Dash
Browse all articles by Jitendra Dash
·2 years ago·1 min read
କଂଗ୍ରେସକୁ ରାଜସ୍ଥାନରୁ ହଟାଇବାର କାଉଣ୍ଟଡାଉନ ଆରମ୍ଭ

ଅର୍ଗସ ବ୍ୟୁରୋ : ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ହାଇ ଭୋଲ୍‌ଟେଜ ପ୍ରଚାର । କଂଗ୍ରେସକୁ ରାଜସ୍ଥାନରୁ ହଟାଇବାର କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି । ରାଜସ୍ଥାନ ଲୋକ ମାନଙ୍କୁ  ବିଶ୍ୱାସଘାତକତା ବ୍ୟତୀତ ପାଞ୍ଚ ବର୍ଷ ମଧ୍ୟରେ କଂଗ୍ରେସ ଆଉ କିଛି ଦେଇ ନାହିଁ ବୋଲି କହି କଂଗ୍ରେସକୁ କଡା ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜସ୍ଥାନର କଂଗ୍ରେସ ସରକାର ଦୁର୍ନୀତି ଏବଂ ଘୋଟାଲାର ସରକାର ।  ଏଠାରେ  ସାଧାରଣ ଲୋକଙ୍କ ଜୀବନ ଏବଂ ମହିଳାଙ୍କ ସମ୍ମାନ ସୁରକ୍ଷିତ ନୁହେଁ । ପ୍ରତି ଦିନ ରାଜସ୍ଥାନରେ ମହିଳାଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମ ହେଉଛି । ରାଜସ୍ଥାନକୁ ଏପରି ସ୍ଥିତିରେ ପହଂଚାଇବା ପଛରେ କଂଗ୍ରେସ ସରକାର ଦାୟୀ ବୋଲି ନିର୍ବାଚନୀ ସଭାରେ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜସ୍ଥାନରେ ଆସନ୍ତା ନଭେମ୍ବର ୨୩ରେ ମତଦାନ ହେବାକୁ ଥିବାବେଳେ ତେଲେଙ୍ଗାନାରେ ୩୦ ନଭେମ୍ବରରେ ଭୋଟିଂ ହେବ । ତେଲେଙ୍ଗାନା ନିର୍ବାଚନକୁ ଆଖିରେ ରଖି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ୱାରାଙ୍ଗାଲ ସମେତ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ନିର୍ବାଚନୀ ରାଲିରେ ଯୋଗ ଦେଇଛନ୍ତି ।

Sponsored
Every mafia, rioter considered himself no less than CM in Rajasthan, says PM Modi in Nagaur rally | Argus News