Silent Gas Kills Family / ରାତିସାରା ଅନ୍ ଥିଲା ବାଇକ୍ ଇଞ୍ଜିନ୍, ଘରେ ଭରିଗଲା ବିଷାକ୍ତ ଗ୍ୟାସ୍; ନିଦରେ ଆଖି ବୁଜିଲା ପୁରା ପରିବାର
·6 months ago·3 min read

Key Points
ଗ୍ୟାସ୍ ପୁରା ପରିବାରକୁ ନିଶ୍ଚିହ୍ନ କରି ଦେଇଛନ୍ତି । ରାତିରେ ଶୋଇଥିବା ପରିବାର ସବୁଦିନ ପାଇଁ ଶୋଇ ଯାଇଛି । ବାପାମାଆଙ୍କ କୋଳରେ ୨ କଅଁଳା ଛୁଆ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ।
ବିଶାଖାପାଟଣା: ଗୋଟିଏ ଭୁଲ୍, ପୋଛିଦେଲା ପରିବାର । କୌଣସି ଆକ୍ରମଣ କିମ୍ବା ରୋଗରୁ ନୁହେଁ ବରଂ ଆଖିକୁ ଦେଖା ଯାଉନଥିବା ଗ୍ୟାସ୍, ଯାହାର କୌଣସି ଗନ୍ଧ ନାହିଁ । ସେହି ଗ୍ୟାସ୍ ପୁରା ପରିବାରକୁ ନିଶ୍ଚିହ୍ନ କରି ଦେଇଛନ୍ତି । ଏଭଳି ଘଟିଛି ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାରେ । ଏହି ଘଟଣାରେ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି ।
ରାତିରେ ଶୋଇଥିବା ପରିବାର ସବୁଦିନ ପାଇଁ ଶୋଇ ଯାଇଛି । ବାପାମାଆଙ୍କ କୋଳରେ ୨ କଅଁଳା ଛୁଆ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ପୁଙ୍ଗନପୁର ତ୍ୟାଗରାଜୁ ଲେନ୍ରେ ଏହି ଅଘଟଣ ଘଟିଛି । ସେଠାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ବାଇକ୍ ଇଞ୍ଜିନ୍ର ମରାମତି କରି ଘରକୁ ଆଣିଥିଲେ ।
ବାଇକ୍ ଇଞ୍ଜିନ୍ ସଜାଡ଼ିଥିବା ମେକାନିକ୍ କହିଥିଲେ, "ଇଞ୍ଜିନ୍ରେ ଲାଗିଥିବା ନୂଆ ପାର୍ଟ୍ସ ଠିକ୍ରେ ସେଟ୍ ହେବାକୁ ବାଇକ୍କୁ କିଛି ସମୟ ଚଲାଇବା ଦରକାର ।" ମେକାନିକ୍ଙ୍କ ପରାମର୍ଶ ମାନି ବ୍ୟକ୍ତି ଜଣଙ୍କ ବାଇକ୍କୁ ଆଣି ଘରେ ଛିଡ଼ା କରିଥିଲେ ଏବଂ ଇଞ୍ଜିନ୍କୁ ଅନ୍ କରି ଛାଡ଼ି ଦେଇଥିଲେ ।
ଏଥିସହ ପଢ଼ନ୍ତୁ: ବାହାଘର ଭାଙ୍ଗିବା ପରେ ଯୁବକ କଲେ ଏପରି କାମ ଶୁଣିଲେ ଉଡ଼ିଯିବ ହୋସ୍
ରାତିରେ ଥଣ୍ଡା ପଡ଼ୁଥିବାରୁ ଶୀତରୁ ରକ୍ଷା ପାଇବା ଲାଗି ଶୋଇବା ବେଳେ ଘରର ସମସ୍ତ କବାଟ ଓ ଝରକା ବନ୍ଦ କରି ଦେଇଥିଲେ । କାହାରିକୁ ବି ଜଣାନଥିଲା ଘରେ ଷ୍ଟାର୍ଟ ହୋଇ ରହିଥିବା ବାଇକ୍ ଇଞ୍ଜିନ୍ର ଧୂଆଁ ଧିରେ ଧିରେ ବିପଜ୍ଜନକ ଗ୍ୟାସ୍ ଛାଡ଼ିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାଇକ୍ରୁ ବାହାରୁଥିବା ଧୂଆଁ ଆସ୍ତେ ଆସ୍ତେ ଘରେ ଜମା ହୋଇଗଲା । ସମସ୍ତ କବାଟ, ଝରକା ବନ୍ଦ ଥିବାରୁ ଧୂଆଁ ବାହାରକୁ ଯିବାର କୌଣସି ବାଟ ନଥିଲା । କିଛି ସମୟରେ ପୁରା ଘରେ ଭରି ଯାଇଥିଲା ବିଷାକ୍ତ ଗ୍ୟାସ୍ ।
ବିଶେଷଜ୍ଞଙ୍କ ଅନୁସାରେ, ଏହା କାର୍ବନ ମୋନୋଅକ୍ସାଇଡ୍ ଗ୍ୟାସ୍ ହୋଇପାରେ । ଯାହାକି ରଙ୍ଗହୀନ, ଗନ୍ଧହୀନ ଓ ସ୍ଵାଦହୀନ ଅଟେ । ମଣିଷ ଏହାକୁ ଜାଣିପାରେ ନାହିଁ ଏବଂ ଏହା ଧିରେ ଧିରେ ଅମ୍ଳଜାନ ଅଭାବ ସୃଷ୍ଟି କରେ । ପ୍ରାୟତଃ ଲୋକେ ଏହି ଗ୍ୟାସ୍ ସଂସ୍ପର୍ଶରେ ଆସି ଅଚେତ୍ ହୋଇ ଯାଆନ୍ତି ଏବଂ ନିଶ୍ଵାସ ପ୍ରଶ୍ଵାସ ନେବା କଷ୍ଟକର ହୋଇପଡ଼େ ।
ଏହି ପରିବାର ସହ ସମାନ ଘଟିଛି । ରାତିରେ ଶୋଇଥିବା ସ୍ଵାମୀ, ସ୍ତ୍ରୀ ଓ ଦୁଇ ଛୁଆ ଆଉ ଉଠି ପାରି ନାହାନ୍ତି । ନିଦ ସମୟରେ ବିଷାକ୍ତ ଗ୍ୟାସ୍ ୪ ଜଣଙ୍କ ଜୀବନ ନେଇ ଯାଇଛି । ସକାଳେ ଯେତେବେଳେ ଘରୁ କେହି ଉଠିଲେ ନାହିଁ ତ ପଡ଼ୋଶୀ ସନ୍ଦେହ କରି କବାଟ ବାଡ଼େଇଥିଲେ । ହେଲେ କୌଣସି ଉତ୍ତର ନ ମିଳିବାରୁ ପୋଲିସକୁ ଖବର ଦେଇଥିଲେ ।
ଏଥିସହ ପଢ଼ନ୍ତୁ: ମାଛ ପାଇଁ ମୁଥ ମାରିଲେ, ମୁଣ୍ଡକୁ ପଥରରେ ଛେଚି ସାଙ୍ଗକୁ ମାରିଦେଲେ
ପୋଲିସ ପହଞ୍ଚି ଘର କବାଟ ଭାଙ୍ଗି ଭିତରକୁ ପଶିଥିଲା । ଘର ଭିତର ଦୃଶ୍ୟ ଦେଖି ସମସ୍ତେ ଚକିତ ହୋଇଗଲେ । କାରଣ ପରିବାରର ୪ ସଦସ୍ୟ ଅଚେତ ହୋଇ ପଡ଼ିଥିବା ବେଳେ ନିଶ୍ଵାସ ପ୍ରଶ୍ଵାସ ନେବା କଷ୍ଟକର ଥିଲା । ସଙ୍ଗେ ସଙ୍ଗେ ଡାକ୍ତରୀ ଦଳକୁ ଡକାଯିବା ପରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।
ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି, ରାତି ସାରା ବାଇକ୍ର ଇଞ୍ଜିନ୍ ଚାଲୁ ରହିଥିଲା । ଆଉ ସେଥିରୁ ବାହାରିଥିବା ଗ୍ଯାସ୍ କବାଟ ବନ୍ଦ ଥିବାରୁ ବାହାରକୁ ଯାଇ ପାରିଲାନି । ଫଳରେ ଗ୍ୟାସ୍ ପୁରା ପରିବାରର ଜୀବନ ନେଇଗଲା । ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଦୁଃଖର ବାତାବରଣ ଖେଳି ଯାଇଛି ।
ଏହି ଘଟଣାରୁ ସ୍ପଷ୍ଟ ଯେ, ଗାଡ଼ିର ଇଞ୍ଜିନ୍ ହେଉ ଅବା ଜେନେରେଟର ଭଳି ମେସିନ୍କୁ ଘର ଭିତରେ ଚଲାଇବା ବିପଜ୍ଜନକ ହୋଇପାରେ । ଏବେ ପୋଲିସ ମାମଲା ରୁଜୁ କରି ଛାନଭିନ୍ କରୁଛି ।

Related Topics
Explore more stories