Videos
|
National

Faridabad Slogan Controversy / ଫରିଦାବାଦରେ ପାକିସ୍ତାନ ଓ ISI ସମର୍ଥନରେ ନାରାବାଜି ଅଭିଯୋଗ, ଭାଇରାଲ ଭିଡିଓ ପରେ ଗିରଫ

Subhramjit Ray
Browse all articles by Subhramjit Ray
·19 mins ago·2 min read
ଫରିଦାବାଦରେ ପାକିସ୍ତାନ ଓ ISI ସମର୍ଥନରେ ନାରାବାଜି ଅଭିଯୋଗ, ଭାଇରାଲ ଭିଡିଓ ପରେ ଗିରଫ
Photo Source: Social Media/AI

Key Points

ହରିୟାଣାର ଫରିଦାବାଦରେ ପାକିସ୍ତାନ, ISI, ଅଲ୍‌କାଏଦା ଓ ହାଫିଜ୍ ସଇଦଙ୍କ ସମର୍ଥନରେ ନାରାବାଜି କରିଥିବା ଅଭିଯୋଗରେ ୪୭ ବର୍ଷୀୟ ଅନଜ କୁମାର ଶର୍ମା ଗିରଫ ହୋଇଛନ୍ତି। ଘଟଣାର ଭିଡିଓ ଭାଇରାଲ ପରେ ପୋଲିସ ମାମଲା ରୁଜୁ କରିଥିଲା। କୋର୍ଟରେ ହାଜର ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

ଫରିଦାବାଦ, ହରିୟାଣା: ସଦ୍ୟ ହରିଆଣାର ଫରିଦାବାଦ ସେକ୍ଟର-୩ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ପାକିସ୍ତାନ, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (ISI), ଅଲ୍‌କାଏଦା ଏବଂ ଆତଙ୍କବାଦୀ ହାଫିଜ୍ ସଇଦଙ୍କ ସମର୍ଥନରେ ନାରାବାଜି କରିଥିବାର ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଭିଡି଼ଓ ସୋସିଆଲ ମିଡି଼ଆରେ ଭାଇରାଲ ହେବା ପରେ, ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ଜେଲ ପଠାଇଛି।

ଫରିଦାବାଦ ସେକ୍ଟର-୩ ଅଞ୍ଚଳରେ ପାକିସ୍ତାନ ଏବଂ ଆତଙ୍କବାଦୀ ସଙ୍ଗଠନର ସମର୍ଥନରେ ନାରାବାଜି କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ଏନେଇ ଅଭିଯୋଗ ହୋଇଛି ଯେ ଜଣେ ବ୍ୟକ୍ତି ପାକିସ୍ତାନ, ISI ଏବଂ ଅଲ୍‌କାଏଦା ସମର୍ଥନରେ ନାରାବାଜି କରିଥିଲେ। ଏପରିକି ସେହି ବ୍ୟକ୍ତି ଦେଶ ବିରୋଧି ଅପମାନଜନକ ମନ୍ତବ୍ୟ ମଧ୍ୟ ଦେଇଥିଲେ। ଏହି ଘଟଣାର ଭିଡିଓ ଘଟଣାସ୍ଥଳରେ ଉପସ୍ଥିତ ଲୋକ ସେମାନଙ୍କ ମୋବାଇଲ୍ ଫୋନ୍‌ରେ ରେକର୍ଡ କରିଥିଲେ। ପରେ ଦେଖୁ ଦେଖୁ ସୋସିଆଲ ମିଡିଆରେ ଭାଇରାଲ ହୋବାରେ ଲାଗିଥିଲା।

ଏହି ଭିଡିଓ ଭାଇରାଲ ହେବା ପରେ, ଫରିଦାବାଦ ସେକ୍ଟର-୮ ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କୁ କୋର୍ଟ ଚାାଲାଣ କରିଥିଲା। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଘୃଣା ପ୍ରସାର କରିବା ଏବଂ ସାମାଜିକ ସଦ୍ଭାବନାକୁ ବିପର୍ଯ୍ୟସ୍ତ କରିବା ସହିତ ଜଡିତ ଧାରା ଅନୁଯାୟୀ ମାମଲା ରୁଜୁ କରିଥିଲା। ଅଭିଯୁକ୍ତକୁ ଗିରଫ କରାଯିବା ପରେ ତାଙ୍କୁ କୋର୍ଟ ରେ ହାଜର କରାଯାଇଥିଲା। ଏହା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା।

ଏହା ସହ ପଢନ୍ତୁ: ୨୬/୧୧ ଆକ୍ରମଣର ପୁନରାବୃତ୍ତି ଷଡ଼ଯନ୍ତ୍ର! ନରିମାନ ହାଉସ୍ ଉପରେ ଚାଲିଥିଲା ଗୁଇନ୍ଦାଗିରି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସିନିୟର ସିଟିଜେନ୍ସ କ୍ଲବ୍ ବାହାରେ ହୋଇଥିବା ବିବାଦ
ଥାନାରେ କରିଥିବା ଅଭିଯୋଗରେ ସିନିୟର ସିଟିଜେନ୍ସ କ୍ଲବ୍ ସାଧାରଣ ସମ୍ପାଦକ ଚରଣ ସିଂହ ଯାଦବ କହିଛନ୍ତି ଯେ ଗତ ରବିବାର (୨୨ ନଭେମ୍ବର) ଦିନ ପ୍ରାୟ ଗୋଟାଏ (01:00 PM) ସମୟରେ, ସେ ଏବଂ ତାଙ୍କର କିଛି ବନ୍ଧୁ କ୍ଲବ୍ ବାହାରେ ପାଣି ପାଇପ୍ କାମ କରୁଥିଲେ। ଗିରଫ ଅଭିଯୁକ୍ତ ଅନଜ କୁମାର (ଅନଜ କୁମାର ଶର୍ମା) ସେଠାରେ ପହଞ୍ଚି ସେମାନଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ।

ଅଭିଯୋଗ ଅନୁଯାୟୀ, ଯେତେବେଳେ ଉପସ୍ଥିତ ଲୋକ ତାଙ୍କ (ଅନଜ କୁମାର) ଭାଷା ଏବଂ ଏପରି ବ୍ୟବହାରକୁ ବିରୋଧ କରିଥିଲେ, ସେତେବେଳେ ସେ ସେମାନଙ୍କୁ ଆକ୍ରମଣ କରିବାକୁ ଧମକ ଦେଇଥିଲେ। ଅଭିଯୋଗ ଅନୁଯାୟୀ, ସେ ପରେ ପାକିସ୍ତାନ, ଆଇଏସଆଇ, ଅଲକାଏଦା ଏବଂ ଆତଙ୍କବାଦୀ ହାଫିଜ୍ ସଇଦ ସମର୍ଥନରେ ନାରାବାଜି କରିଥିଲା। ଏପରିକି ସେ ଦେଶ ବିରୋଧି ନାରପା ଦେବାକୁ ମଧ୍ୟ ପଛାଇ ନଥିଲା।

ମୋବାଇଲ୍ ରେ ରେକର୍ଡ଼ ହୋଇଥିଲା ସମ୍ପୂର୍ଣ୍ଣ ଘଟଣାକ୍ରମ
ଘଟଣାସ୍ଥଳରେ ଉପସ୍ଥିତ କ୍ଲବ୍ ସଦସ୍ୟ ସମ୍ପୂର୍ଣ୍ଣ ଘଟଣାକୁ ସେମାନଙ୍କ ମୋବାଇଲ୍ ରେ ରେକର୍ଡ଼ କରିଥିଲେ। ଏହି ଭିଡି଼ଓ ପରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଥିଲା। ଭିଡ଼ିଟି ସାମ୍ନାକୁ ଆସିବା ପରେ, ଅଭିଯୋଗ ଏବଂ ଉପଲବ୍ଧ ରେକର୍ଡିଂ ଆଧାରରେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ କହିବା ଅନୁଯାୟୀ ପ୍ରାଥମିକ ତଦନ୍ତ ପରେ, ଅଭିଯୁକ୍ତଙ୍କ ବିରୋଧରେ ଘୃଣା ପ୍ରସାରଣ ଏବଂ ସାମାଜିକ ସଦ୍ଭାବନାକୁ ବିପର୍ଯ୍ୟସ୍ତ କରିବା ପାଇଁ ଏକ ମାମଲା ରୁଜୁ କରାଯାଇଥିଲା। ଗିରଫ ହେବା ପରେ ତାକୁ କୋର୍ଟରେ ହାଜର କରାଯାଇଥିଲା। ଯେଉଁଠାରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ପୋଲିସ ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ କରୁଛି। ଭାଇରାଲ ଭିଡିଓ ସମେତ ଉପଲବ୍ଧ ପ୍ରମାଣ ଆଧାରରେ ଏହାର ଯାଞ୍ଚ କରାଯାଉଛି।