Mumbai Nariman House / ୨୬/୧୧ ଆକ୍ରମଣର ପୁନରାବୃତ୍ତି ଷଡ଼ଯନ୍ତ୍ର! ନରିମାନ ହାଉସ୍ ଉପରେ ଚାଲିଥିଲା ଗୁଇନ୍ଦାଗିରି
·1 hour ago·3 min read

Key Points
ମୁମ୍ବାଇ ଓ ନଭି ମୁମ୍ବାଇରେ ସନ୍ଦେହଜନକ ଗୁଇନ୍ଦାଗିରି ଅଭିଯୋଗରେ ୨୦ ବର୍ଷୀୟ ଯଶ ସିଂହ ଗିରଫ ହୋଇଛନ୍ତି। ବିଦେଶୀ ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ ସେ ନରିମାନ ହାଉସ୍ ସମେତ ସମ୍ବେଦନଶୀଳ ସ୍ଥାନର ଫଟୋ, ଗାଡ଼ି ଓ ଅବସ୍ଥିତି ସମ୍ପର୍କିତ ସୂଚନା ସଂଗ୍ରହ କରୁଥିବା ଅଭିଯୋଗ ରହିଛି। ମହାରାଷ୍ଟ୍ର ଓ କେରଳ ପୋଲିସର ମିଳିତ ତଦନ୍ତ ଜାରି ରହିଛି।
ମୁମ୍ବାଇ ଏବଂ ନଭି ମୁମ୍ବାଇ ଅଞ୍ଚଳରେ ହେଉଥିବା ଏକ ସନ୍ଦେହ ଜନକ କାର୍ଯ୍ୟକଳାପର ପର୍ଦ୍ଦାଫାସ କରିଛି ସୁରକ୍ଷା ଏଜେନ୍ସି। ଯାହା ୨୬/୧୧ ଆକ୍ରମଣ ଘଟଣାକୁ ପୁନର୍ବାର ତାଜା କରିଦେଇଛି। ନଭି ମୁମ୍ବାଇ ସ୍ଥିତ ଏରୋଲି ଅଞ୍ଚଳରେ ଯଶ ସିଂହ ନାମକ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି। ପୋଲିସ କହିବା ଅନୁଯାୟୀ, ସେ ବିଦେଶୀ ହ୍ୟାଣ୍ଡଲର୍ ନିର୍ଦ୍ଦେଶରେ ନରିମାନ ହାଉସ୍ ସମେତ ଅନେକ ସମ୍ବେଦନଶୀଳ ସ୍ଥାନ ଉପରେ ନଜର ରଖିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ସଂଗ୍ରହ କରୁଥିଲେ। ଯାହାକୁ ସେ ତାଙ୍କ ହ୍ୟାଣ୍ଡଲର ପାଖକୁ ପଠାଉଥିଲେ।
ଏହି ଘଟଣାରେ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା ଯେ ସେ ଫଟୋ ଉଠାଉଥିଲେ, ଗାଡ଼ି ମଟର ସମ୍ପର୍କରେ ସୂଚନା ସଂଗ୍ରହ କରୁଥିଲେ ଏବଂ ନିର୍ଦ୍ଦିଷ୍ଟ ସ୍ଥାନର ସଠିକ୍ ଅବସ୍ଥିତି ସମ୍ପର୍କରେ ଖବର ନେଉଥିଲେ। ଏହି ସୂଚନାରେ ଇହୁଦୀ ନାଗରିକ, ବିଦେଶୀ ନାଗରିକ ଏବଂ ସେମାନଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ସହିତ ଜଡି଼ତ ସୂଚନା ଅନ୍ତର୍ଭୂକ୍ତ ରହିଥିଲା।
ସୋସିଆଲ ମିଡିଆ ମାଧ୍ୟମରେ ହେଉଥିଲା ଯୋଗାଯୋଗ
ନଭି ମୁମ୍ବାଇ ଆତଙ୍କବାଦ ବିରୋଧୀ ସ୍କ୍ୱାଡ୍ (ATS) ଖବର ପାଇଥିଲା ଯେ ଯଶ ସିଂହଙ୍କ ଏକ ଅନ୍ତର୍ଜାତୀୟ ଅପରାଧ ନେଟୱାର୍କ ସହିତ ଲିଙ୍କ୍ ଥାଇପାରେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ କିଛି ବିଦେଶୀଙ୍କ ସହିତ ସମ୍ପର୍କରେ ରହିଥିଲେ। ତଦନ୍ତ ଆଗେଇବା ସହିତ, ଏହାକୁ କେରଳମ୍ ର ତ୍ରିସୁର ଅଞ୍ଚଳରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅଧିନରେ ପଞ୍ଜିକୃତ ଏକ ମାମଲା ସହିତ ମଧ୍ୟ ଯୋଡା ଯାଇଛି। ଏହା ପରେ, କେରଳ ପୋଲିସ ଟିମ୍ ମୁମ୍ବାଇରେ ପହଞ୍ଚିଥିଲା। ଉଭୟ ମହାରାଷ୍ଟ୍ର-କେରଳ ପୋଲିସ ଦ୍ୱାରା ହୋଇଥିବା ମିଳିତ ତଦନ୍ତ ପରେ ଯଶ ସିଂହଙ୍କୁ ଗିରଫ କରିଥିଲା।
ଏହା ସହ ପଢନ୍ତୁ: AI ପାଇଁ ବିହାରୀ ଯୁବକଙ୍କୁ ବାନ୍ଧିଲା ବେଙ୍ଗାଲୁରୁ ପୋଲିସ; କାରନାମା ଶୁଣିଲେ ହୋଇଯିବେ ତାଜୁବ
ନରିମାନ ହାଉସ୍ ଉପରେ ରହିଥିଲା ସତର୍କ ନଜର
ପୋଲିସ କହିବା ଅନୁଯାୟୀ, ଅଭିଯୁକ୍ତକୁ ଦକ୍ଷିଣ ମୁମ୍ବାଇ ସ୍ଥିତ କୋଲାବା ଅଞ୍ଚଳରେ ଅବସ୍ଥିତ ନରିମାନ ହାଉସ୍ ଉପରେ ନଜର ରଖିବା ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟ ଦିଆଯାଇଥିଲା। ଏହି କୋଠା, ଯାହାକୁ ଚାବାଦ ହାଉସ୍ ମଧ୍ୟ କୁହାଯାଏ, ଯାହା ଏକ ଇହୁଦୀ ଧାର୍ମିକ ଏବଂ ସାଂସ୍କୃତିକ କେନ୍ଦ୍ର। ଅଭିଯୋଗ ହୋଇଛି ଯେ ଅଭିଯୁକ୍ତକୁ ଇହୁଦୀ ନାଗରିକ, ସେମାନଙ୍କ ପ୍ରତିଷ୍ଠାନ, ବିଦେଶୀ ନାଗରିକ ଏବଂ ସେମାନଙ୍କ ବ୍ୟବସାୟ ସହିତ ଜଡି଼ତ ବିସ୍ତୃତ ସୂଚନା ସଂଗ୍ରହ କରିବାକୁ କୁହାଯାଇଥିଲା। ସେ ଫଟୋଗ୍ରାଫ୍, ଗାଡ଼ି ନମ୍ବର ଏବଂ ବିଭିନ୍ନ ସ୍ଥାନର ଅବସ୍ଥିତି ଭଳି ସୂଚନା ସଂଗ୍ରହ କରୁଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବେକାର ଯୁବକଙ୍କୁ କରୁଥିଲେ ଟାର୍ଗେଟ
ATS ଅନୁଯାୟୀ, ପାକିସ୍ତାନ ସହିତ ଜଡି଼ତ ଆତଙ୍କବାଦୀ ଏବଂ ଅପରାଧିକ ନେଟୱାର୍କ ଟେଲିଗ୍ରାମ, ଇନଷ୍ଟାଗ୍ରାମ୍ ଏବଂ ହ୍ୱାଟ୍ସଆପ୍ ଭଳି ପ୍ଲାଟଫର୍ମ ବ୍ୟବହାର କରି ବେକାର ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଯୁବକଙ୍କୁ ଟାର୍ଗେଟ କରୁଛନ୍ତି। ସେମାନଙ୍କୁ ଟଙ୍କା ଦେଇ ପ୍ରଲୋଭିତ କରାଯାଉଛି ଏବଂ ଗୁଇନ୍ଦାଗିରି, ଗୁପ୍ତଚର ସଂଗ୍ରହ ଏବଂ ଅନ୍ୟାନ୍ୟ ସନ୍ଦେହଜନକ କାର୍ଯ୍ୟ ପାଇଁ ପ୍ରସ୍ତୁତ କରୁଥିଲେ।
କାହିଁକି ଗୁରୁତ୍ୱପୂର୍ଣ୍ଣ ନରିମାନ ହାଉସ୍?
ଗତ ୨୦୦୮ ନଭେମ୍ବର ୨୬ ତାରିଖରେ, ପାକିସ୍ତାନୀ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଏବା ସହ ଜଡ଼ିତ ୧୦ ଜଣ ଆତଙ୍କବାଦୀ ସମୁଦ୍ର ପଥରେ ମାୟାନଗରୀରେ ପହଞ୍ଚି ଅନେକ ସ୍ଥାନରେ ଆକ୍ରମଣ କରିଥିଲେ। ପ୍ରାୟ ୩ ଦିନ ଧରି ଚାଲିଥିବା ଏହି ଆକ୍ରମଣରେ ୧୬୬ ଜଣ ଲୋକ ପ୍ରାଣ ହରାଇଥିବା ବେଳେ, ପ୍ରାୟ ୩୦୦ ଜଣ ଆହତ ହୋଇଥିଲେ।
ତାଜ ହୋଟେଲ, ଓବେରଏ-ଟ୍ରାଇଡେଣ୍ଟ ଏବଂ ଛତ୍ରପତି ଶିବାଜୀ ଟର୍ମିନସ୍ ସହିତ ନରିମାନ ହାଉସ୍ ଆତଙ୍କବାଦୀଙ୍କ ମୁଖ୍ୟ ଟାର୍ଗେଟ୍ ମଧ୍ୟରୁ ଗୋଟିଏ ଥିଲା। ଇହୁଦୀ କେନ୍ଦ୍ରର ମୁଖ୍ୟ ରବାଇ ଗାବ୍ରିଏଲ୍ ହୋଲଟଜବର୍ଗ ଏବଂ ତାଙ୍କ ଗର୍ଭବତୀ ପତ୍ନୀ ରିୱାକାଙ୍କ ସମେତ ଅନେକ ଲୋକ ସେଠାରେ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ, ବିଶ୍ୱର ଧ୍ୟାନ ନରିମାନ ହାଉସ୍ ଉପରେ କେନ୍ଦ୍ରୀତ ହୋଇଥିଲା। ଏହି କାରଣରୁ ସୁରକ୍ଷା ଏଜେନ୍ସି ଏବେ ଏହି ସ୍ଥାନର କଥିତ ଗୁଇନ୍ଦାଗିରିକୁ ଗମ୍ଭୀରତାର ସହ ନେଉଛନ୍ତି ଏବଂ ଏହାର ତଦନ୍ତ କରୁଛନ୍ତି।