Videos
|
National

Farm Loan Waiver / ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି; ୨ ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ଛାଡ଼, ହଟାଇଲେ ସର୍ତ୍ତ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି; ୨ ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ଛାଡ଼, ହଟାଇଲେ ସର୍ତ୍ତ
Big Relief for Farmers

Key Points

୫୦ ହଜାର ପରିବର୍ତ୍ତେ ଚାଷୀଙ୍କୁ ମିଳିବ ୨ ଲକ୍ଷ ପର୍ଯ୍ୟନ୍ତ ଲାଭ । କୃଷି ଋଣ ପରିଶୋଧ ପାଇଁ ଥିବା ମୁଖ୍ୟ ସର୍ତ୍ତ ହଟାଇ ଦେଇଛନ୍ତି ସରକାର ।
ମୁମ୍ବାଇ: ଚାଷୀଙ୍କୁ ବଡ଼ ଆଶ୍ଵସ୍ତି । ମୌସୁମୀ ବର୍ଷା ବେଳେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ୫୦ ହଜାର ପରିବର୍ତ୍ତେ ଚାଷୀଙ୍କୁ ମିଳିବ ୨ ଲକ୍ଷ ପର୍ଯ୍ୟନ୍ତ ଲାଭ । କୃଷି ଋଣ ପରିଶୋଧ ପାଇଁ ଥିବା ମୁଖ୍ୟ ସର୍ତ୍ତ ହଟାଇ ଦେଇଛନ୍ତି ସରକାର । କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଧାନସଭାରେ ବଡ଼ ଘୋଷଣା କରିଛନ୍ତି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ କୃଷି ଋଣ ଛାଡ଼ ନେଇ ବଡ଼ ଘୋଷଣା କରିଛନ୍ତି। ମହାତ୍ମା ଫୁଲେ ଋଣ ଛାଡ଼ ଯୋଜନାରେ ଋଣ ସୀମାକୁ ସରକାର ବଢ଼ାଇ ଦେଇଛନ୍ତି । ପୂର୍ବରୁ ଏହି ଯୋଜନାରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ସହାୟତାର ବ୍ୟବସ୍ଥା ଥିଲା । ଏବେ ତାହାକୁ ୨ ଲକ୍ଷ ଟଙ୍କା କରାଯାଇଛି । ଏହା ଚାଷୀମାନଙ୍କ ଲାଗି ବଡ଼ ଆଶ୍ଵସ୍ତିକର ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହ ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ବଡ଼ ଝଟ୍‌କା; TMC ଖାତାରେ ଥିବା ୧ ହଜାର କୋଟିରୁ ଅଧିକ ଟଙ୍କା ଅଚଳ 

ଋଣ ପରିଶୋଧ ସର୍ତ୍ତ ହଟିଲା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୃଷି ଋଣ ଛାଡ଼ ସହ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତକୁ ମଧ୍ୟ ହଟାଇ ଦେଇଛନ୍ତି । ପ୍ରୋତ୍ସାହନ ଅନୁଦାନ ପାଇବା ପାଇଁ ୨୦୨୬-୨୭ ମସିହାର ଫସଲ ଋଣ ପରିଶୋଧ କରିବା ବାଧ୍ୟତାମୂଳକ ଥିଲା । ଏବେ ସେହି ସର୍ତ୍ତ ଆଉ ରହିବ ନାହିଁ । ଏହି ସର୍ତ୍ତ କାରଣରୁ ଯୋଜନାରୁ ବଞ୍ଚିତ ହେବାକୁ ଥିବା ଅନେକ ଚାଷୀ ଏବେ ଉପକୃତ ହୋଇପାରିବେ ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ କହିଛନ୍ତି, "କୃଷି ଋଣ ଛାଡ଼ କୌଣସି ଚାଷୀଙ୍କୁ ଧନୀ କରେ ନାହିଁ, କିନ୍ତୁ କଠିନ ସମୟରେ ସେମାନଙ୍କୁ ସାହୁକାରଙ୍କ ଚକ୍ରବ୍ୟୁହରେ ପଡ଼ିବାରୁ ରକ୍ଷା କରେ ।" ବିଧାନସଭା ନିର୍ବାଚନ ସମୟରେ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଚାଷୀ ଆନ୍ଦୋଳନ ଓ ବଢ଼ୁଥିବା ଚାପର ପ୍ରଭାବ

କୃଷି ଋଣ ଛାଡ଼ ସର୍ତ୍ତ କୋହଳ କରିବାକୁ ମହାୟୁତିର ଅନେକ ବିଧାୟକ ଲଗାତାର ଦାବି କରି ଆସୁଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀମାନେ ମଧ୍ୟ ସର୍ତ୍ତଗୁଡ଼ିକ ବିରୋଧରେ ଆନ୍ଦୋଳନ କରିଥିଲେ । ବିଧାୟକ ରୋହିତ ପାୱାର ମଧ୍ୟ ଚାଷୀଙ୍କ ଦାବିକୁ ନେଇ ହରତାଳ କରିଥିଲେ । ଏହି ଆନ୍ଦୋଳନ ଓ ଲୋକଙ୍କ ଚାପ ପରେ ସରକାର ପୂର୍ବ ସର୍ତ୍ତଗୁଡ଼ିକର ପୁନର୍ବିଚାର ପାଇଁ ବାଧ୍ୟ ହୋଇଥିଲେ ।

ଏଥିସହ ପଢ଼ନ୍ତୁ: ARTO ଅଫିସରଙ୍କ ସମ୍ପତ୍ତି ଦେଖି ଆଖି ଟେରା; ଯୁଆଡେ ଦେଖିଲେ ଖାଲି ସୁନା, ୧.୬୨କୋଟି ଜବତ 

ଉପକୃତ ହେବେ ଲକ୍ଷ ଲକ୍ଷ ଚାଷୀ

ସରକାରଙ୍କ ଅନୁସାରେ, ୨୦୧୯ କୃଷି ଋଣ ଛାଡ଼ ଯୋଜନାର ହିତାଧିକାରୀମାନେ ଏହି ନିଷ୍ପତ୍ତିର ସିଧାସଳଖ ଲାଭ ପାଇବେ । କେବଳ ୨୦୨୬ରେ ଋଣ ପରିଶୋଧ କରିଥିବା ଚାଷୀ ନୁହେଁ, ଗତ ତିନି ବର୍ଷ ମଧ୍ୟରୁ ଅତି କମ୍‌ରେ ଦୁଇ ବର୍ଷ ଋଣ ପରିଶୋଧ କରିଥିବା ଚାଷୀମାନେ ମଧ୍ୟ ଏହି ସୁବିଧା ମିଳିବ ।
Maharashtra Raises Farm Loan Relief to ₹2 Lakh, Fadnavis Announces | Argus News | Argus News