Baba Death Sparks Protest / 'ଫାର୍ସା ୱାଲା ବାବା'ଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା; କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
·3 months ago·2 min read

Key Points
ବାବାଙ୍କ ମୃତ୍ୟୁ ଓ ଉତ୍ତେଜନା ଭିତରେ ଏସଏସପି ଶ୍ଲୋକ କୁମାର ଗୋ-ଚାଲାଣକାରୀ, ବାବାଙ୍କୁ ଟ୍ରକ୍ ଚଢ଼ାଇଥିବା କଥାକୁ ଅଗ୍ରାହ୍ୟ କରିଛନ୍ତି । ସେ କହିଛନ୍ତି, "ଏହା ଏକ ସଡ଼କ ଦୁର୍ଘଟଣା ।"
ଲକ୍ଷ୍ନୌ: ଗୋ-ରକ୍ଷକ ଫାର୍ସା ୱାଲା ବାବା ନାମରେ ପ୍ରସିଦ୍ଧ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ହୋଇଛି । ଶନିବାର ଭୋର୍ ପ୍ରାୟ ୪ଟା ସମୟରେ ଉତ୍ତରପ୍ରଦେଶର ମଥୁରାରୁ ବାବାଙ୍କୁ ଚାପି ଦେଇଛି ଟ୍ରକ୍ । ଗୋ-ରକ୍ଷକ ବାବାଙ୍କ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି ।
ଅନେକ ଗୋ-ରକ୍ଷକ ଓ ହିନ୍ଦୁ ସଂଗଠନ ଅନୁସାରେ, "ବାବା ଗୋରୁ ଭର୍ତ୍ତି କଣ୍ଟେନରର ପିଛା କରୁଥିଲେ । ସେହି ସମୟରେ ଗୋ-ଚାଲାଣକାରୀ ବାବାଙ୍କୁ ଟ୍ରକ୍ ଚଢ଼ାଇ ହତ୍ୟା କରାଯାଇଛି ।" ଏହି ବ୍ୟାପିବା କ୍ଷଣି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଆଗ୍ରା-ଦିଲ୍ଲୀ ଜାତୀୟ ରାଜପଥକୁ ବନ୍ଦ କରି ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଦିନରେ ଖୁଆନ୍ତି ଖାଦ୍ୟ, ରାତିରେ କରନ୍ତି ଚୋରି; କେମିତି ଚୋରକୁ ଧରିଲା ପୋଲିସ ?
ବାବାଙ୍କ ମୃତ୍ୟୁ ଓ ଉତ୍ତେଜନା ଭିତରେ ଏସଏସପି ଶ୍ଲୋକ କୁମାର ଗୋ-ଚାଲାଣକାରୀ, ବାବାଙ୍କୁ ଟ୍ରକ୍ ଚଢ଼ାଇଥିବା କଥାକୁ ଅଗ୍ରାହ୍ୟ କରିଛନ୍ତି । ସେ କହିଛନ୍ତି, "ଏହା ଏକ ସଡ଼କ ଦୁର୍ଘଟଣା । ଭୋର୍ ସମୟରେ ବାବା ଏକ ବାହାନକୁ ସନ୍ଦିଗ୍ଧ ଭାବେ ପିଛା କରି ଅଟକାଇଥିଲେ । ସେହି ସମୟରେ କୁହୁଡ଼ି ଯୋଗୁଁ ପଛରୁ ଆସୁଥିବା ଆଉ ଏକ ଟ୍ରକ୍ ବାବାଙ୍କୁ ଧକ୍କା ଦେବାରୁ ମୃତ୍ୟୁ ହୋଇଛି ।"
ଏସଏସପି ଶ୍ଲୋକ କୁମାରଙ୍କ ଅନୁସାରେ, "ବାବା ଅଟକାଇଥିବା ଟ୍ରକ୍ରେ ଗ୍ରସରୀ ସାମାନ ମିଳିଛି । ବାବାଙ୍କୁ ଧକ୍କା ଦେଇଥିବା ଟ୍ରକ୍ଟି ରାଜସ୍ଥାନ ନମ୍ବର ବିଶିଷ୍ଟ ହୋଇଥିବା ବେଳେ ସେଥିରେ ତାର ଲୋଡ୍ ହୋଇଛି । ଟ୍ରକ୍ ଚାଳକ ଓ ସହଯୋଗୀ ଉଭୟ ରାଜସ୍ଥାନ ଅଲୱରର ।"
ପୋଲିସ ଆହୁରି କହିଛି, ବାବାଙ୍କ ଦୁର୍ଘଟଣା ସହିତ ଗୋ-ଚାଲାଣର କୌଣସି ସମ୍ପର୍କ ନାହିଁ । ସକାଳେ ଲୋକେ ରାଜପଥ ଜାମ କରିବା ସହ ଢେଲା ପଥର ମାଡ଼ କରିଥିଲେ । ପୋଲିସ ଆବଶ୍ୟକ ବଳ ପ୍ରୟୋଗ କରି ଅବରୋଧ ହଠାଇଛି ।
ଏଥିସହ ପଢ଼ନ୍ତୁ: ସ୍ୱଘୋଷିତ ଧର୍ମଗୁରୁ ଅଶୋକ ଖରାତ ଗିରଫ; କାରନାମା ଶୁଣିଲେ ହୋଇଯିବେ ଚକିତ
ଏହି ମାମଲାରେ ଆଗ୍ରା ରେଞ୍ଜ ଡିଆଇଜି ଶୈଳେଶ କୁମାର ପାଣ୍ଡେ ପ୍ରତିକ୍ରିୟା ରଖିଛନ୍ତି । ସେ ମଧ୍ୟ ବାବାଙ୍କ ମୃତ୍ୟୁକୁ ସଡ଼କ ଦୁର୍ଘଟଣା କହିବା ସହ ଗୋ-ଚାଲାଣକାରୀଙ୍କ ସମ୍ପୃକ୍ତିକୁ ଖଣ୍ଡନ କରିଛନ୍ତି । ଉତ୍ତେଜନାକୁ ପୋଲିସ କାବୁ କରିବା ସହ ଏକାଧିକ ଲୋକଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ।
ସେପଟେ ଏହି ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, "ଅଭିଯୁକ୍ତଙ୍କୁ କୌଣସି ପରିସ୍ଥିତିରେ ବି ଛଡ଼ା ଯିବନାହିଁ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories