Videos
|
National

Viral Video / ମୋବାଇଲ୍‌ରେ ଆସୁନଥିଲା ନେଟୱର୍କ; ଟେଲିକମ୍ ଇଞ୍ଜିନିୟରଙ୍କୁ ଟାୱାର ଖୁଣ୍ଟରେ ବାନ୍ଧିଦେଲେ ଗ୍ରାମବାସୀ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମୋବାଇଲ୍‌ରେ ଆସୁନଥିଲା ନେଟୱର୍କ; ଟେଲିକମ୍ ଇଞ୍ଜିନିୟରଙ୍କୁ ଟାୱାର ଖୁଣ୍ଟରେ ବାନ୍ଧିଦେଲେ ଗ୍ରାମବାସୀ
Telecom Technician Tied to Mobile Tower in UP

Key Points

ମୋବାଇଲ୍ ଟାୱାରକୁ ନେଇ ବାରମ୍ବାର ସମସ୍ୟାର ସମ୍ମୁଖିନ ହେବା ପରେ ଗ୍ରାମବାସୀଙ୍କ କ୍ଷୋଭ ଦେଖିବାକୁ ମିଳିଛି । ଜଣେ ଟେଲିକମ୍ ଟେକ୍ନିସିଆନ୍‌ଙ୍କୁ ଗାଁ ଲୋକେ ମୋବାଇଲ୍ ଟାୱାରରେ ବାନ୍ଧି ଦେଇଛନ୍ତି ।
ନୂଆଦିଲ୍ଲୀ: ଦେଶରେ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ବଢ଼ୁଛି । ଟେଲିକମ୍ କମ୍ପାନୀଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵିତା କମିଛି । ସିମ୍ କାର୍ଡ ଚଲାଇବାକୁ ଉଦ୍ଦିଷ୍ଟ ରିଚାର୍ଜ ପ୍ଲାନ୍ ଦର ମଧ୍ୟ ବଢ଼ି ଚାଲିଛି । ଲୋକେ ମାସିକ ରିଚାର୍ଜ କରୁଛନ୍ତି । କିନ୍ତୁ, ମୋବାଇଲ୍‌ରେ ଇଣ୍ଟରନେଟ ଚାଲିବା ତ ଦୂରର କଥା କଲ୍ କରିବାକୁ ବି ନେଟୱର୍କ ଆସୁନି ।

ମୋବାଇଲ୍ ଟାୱାରକୁ ନେଇ ବାରମ୍ବାର ସମସ୍ୟାର ସମ୍ମୁଖିନ ହେବା ପରେ ଗ୍ରାମବାସୀଙ୍କ କ୍ଷୋଭ ଦେଖିବାକୁ ମିଳିଛି । ଜଣେ ଟେଲିକମ୍ ଟେକ୍ନିସିଆନ୍‌ଙ୍କୁ ଗାଁ ଲୋକେ ମୋବାଇଲ୍ ଟାୱାରରେ ବାନ୍ଧି ଦେଇଛନ୍ତି । ଦୀର୍ଘଦିନ 5G ନେଟୱର୍କରେ ସମସ୍ୟା ଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ଗାଁ ଲୋକେ ।

ଏଥିସହ ପଢ଼ନ୍ତୁ: ହାତରେ ହାତ ଆଉ ମୁହଁରେ ହସ… BRICSରୁ ଆସିଲା ପିଏମ୍ ମୋଦି, ପୁଟିନ୍ ଓ ଜିନପିଙ୍ଗଙ୍କ ଫଟୋ 

ଉତ୍ତରପ୍ରଦେଶର ଫତେପୁର ଜିଲ୍ଲାର ଏହି ମାମଲାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଟେଲିକମ୍ ଟେକ୍ନିସିଆନ୍‌ଙ୍କୁ ଗାଁ ଲୋକେ ମୋବାଇଲ୍ ଟାୱାରରେ ବାନ୍ଧି ଦେବା ମାମଲାରେ ପୋଲିସ ୬ ଜଣଙ୍କୁ ଗିରଫ କରି ଜେଲ୍ ପଠାଇଛି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ଦେଖା ଯାଉଛି, ଲୋକେ ମୋବାଇଲ୍ ଟାୱାରରେ ହିଁ ଟେଲିକମ୍ ଟେକ୍ନିସିଆନ୍‌ଙ୍କ ହାତଗୋଡ଼କୁ ବାନ୍ଧି ଦେଇଛନ୍ତି । ଟାୱାର ଚାରିପାଖରେ ଏକାଧିକ ଲୋକ ଛିଡ଼ା ହୋଇଛନ୍ତି । ବନ୍ଧା ହୋଇଥିବା ଯୁବକଙ୍କ ନାଁ ଆଦିତ୍ୟ ଭାନ ସିଂହ ବୋଲି ଜଣାପଡ଼ିଛି ।


ଏହି ଘଟଣା ଫତେପୁର ଜିଲ୍ଲା ବିନ୍ଦକି ଅଞ୍ଚଳ ହର୍ଦାଉଲି ଗାଁର ବୋଲି ଜଣାପଡ଼ିଛି । ଗୁରୁବାର ଗାଁରେ ଥିବା ନେଟୱର୍କ ସମସ୍ୟା ଯାଞ୍ଚ ପାଇଁ ଆଦିତ୍ୟ ଭାନ ଆସିଥିଲେ । ସେହି ସମୟରେ ଗାଁର କିଛି ଲୋକେ ଆଦିତ୍ୟଙ୍କୁ ଭିଡ଼ି ନେଇ ସେହି ଟାୱାରରେ ବାନ୍ଧି ଦେଇଥିଲେ ।

ଲୋକଙ୍କ ଦାବି ଥିଲା, ତୁରନ୍ତ ନେଟୱର୍କ ସମସ୍ୟାର ସମାଧାନ କରାଯାଉ । ଗାଁ ଲୋକଙ୍କ ଅନୁସାରେ, "ବହୁଦିନ ନେଟୱର୍କ ସମସ୍ୟା ଲାଗି ରହିଛି । ବିଶେଷ କରି ଦୁଇ ବର୍ଷ ହେଲା ଘରୋଇ କମ୍ପାନୀର 5G ନେଟୱର୍କରେ ସମସ୍ୟା ଦେଖା ଦେଇଛି । ନେଟୱର୍କ ଆସୁନାହିଁ ।"

ଏଥିସହ ପଢ଼ନ୍ତୁ: PAଙ୍କ ଘରୁ ମିଳିଲା ନଗଦ ୩୨ ଲକ୍ଷ; କଂଗ୍ରେସରୁ ପଦ ଛାଡ଼ିବାକୁ ଚାହୁଁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ? 

ଭିଡିଓରେ ଦେଖା ଯାଉଛି, ଗ୍ରାମବାସୀ କହୁଛନ୍ତି ଉଚ୍ଚ ଅଧିକାରୀ ନ ଆସିବା ପର୍ଯ୍ୟନ୍ତ ଟେକ୍ନିସିଆନ୍‌ଙ୍କୁ ଛଡ଼ାଯିବ ନାହିଁ । ଏପରିକି ବିଦ୍ୟୁତ୍ କଟିବା ସମୟରେ ଟାୱାର ଅଚଳ ହୋଇ ଯାଉଥିବା ଗ୍ରାମବାସୀ କହିଛନ୍ତି । ଫଳରେ କଲ୍ ଏବଂ ଇଣ୍ଟରନେଟ ବ୍ୟବହାର କରିପାରୁ ନାହାନ୍ତି ଗ୍ରାମବାସୀ ।

ଏନେଇ ପୋଲିସ ଆଦିତ୍ୟଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରିବା ସହ ୬ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ସେମାନଙ୍କୁ ଜାମିନ୍‌ରେ ଛାଡ଼ି ଦିଆଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: