Shocking Incident / ଘରେ ଖାଉଥିବାବେଳେ ୪ବର୍ଷର ଝିଅକୁ ଟେକିନେଲା ଚିତାବାଘ ଆଉ ତା'ପରେ ଘଟିଲା ଏମିତି...
·5 months ago·2 min read

Key Points
ଘର ସାମ୍ନାରୁ ୪ ବର୍ଷର ଝିଅକୁ ଚିତାବାଘ ଟେକିନେଲା
୨ କିମି ଦୂରରେ ମିଳିଲା କୁନି ଝିଅର ମୃତଦେହ, ଗାଁରେ ଭୟ ଓ ଆତଙ୍କ
ପ୍ରଶାସନର ଅବହେଳା ଅଭିଯୋଗରେ ଗ୍ରାମବାସୀଙ୍କ ଭାରି ପ୍ରତିବାଦ

ଉତ୍ତରାଖଣ୍ଡର ପୌଡ଼ି ଅଞ୍ଚଳର ଏକ ଘଟଣା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ। ଜଣେ ୪ବର୍ଷର ଝିଅକୁ ଏକ ବାଘ ଘର ବାହାରୁ ଟେକି ନେଇଛି। ଆଉ ତା'ପରେ କୁନି ଝିଅକୁ ହତ୍ୟା କରି ଫୋପାଡ଼ିଦେଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଭୟ ଏବଂ କ୍ରୋଧର ପରିବେଶ ସୃଷ୍ଟି କରିଛି। ଘଟଣାଟି ପୌଡ଼ିର ପୋଖରା ଅଞ୍ଚଳର ଭାଟକୋଟ ଗାଁରେ ଘଟିଛି। ଗୁରୁବାର ରାତି ପ୍ରାୟ ୯ଟା ସମୟରେ ଚାରି ବର୍ଷର ଝିଅଟି ହସଖୁସିରେ ନିଜ ଘରେ ଭଉଣୀ ଏବଂ ଜେଜେମା'ଙ୍କ ସହିତ ରାତ୍ରୀଭୋଜନ କରୁଥିଲା।
ଏହାସହ ପଢ଼ନ୍ତୁ: ବିରିୟାନିରୁ ଆରମ୍ଭ, ଖଜୁରୀ ପାଇଁ ହଙ୍ଗାମା! ବାହାଘର ହେଲା ରଣକ୍ଷେତ୍ର, ଅତିଥିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ
ଏଜେନ୍ସିର ଏକ ରିପୋର୍ଟ ଅନୁସାରେ ହଠାତ ଅନ୍ଧାରରେ ଏକ ଚିତାବାଘ ଆଖି ପିଛୁଳାକେ ଝିଅଟିକୁ ଉଠାଇ ନେଇ ଜଙ୍ଗଲକୁ ଦୌଡ଼ିଥିଲା। ଆଉ ଏତେଜୋରସେ ଦୌଡ଼ିଥିଲା। ଛୁଆଟିକୁ ଧରିବା ମଧ୍ୟ କଷ୍ଟକର ହୋଇପଡ଼ିଲା। ଦୃଶ୍ୟଟି ଭୟଙ୍କର ଥିଲା। ଝିଅଟିର ଚିତ୍କାର ଶୁଣି ପାଖ ଅଞ୍ଚଳର ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଏବଂ ତୁରନ୍ତ ତାକୁ ଖୋଜିବା ଆରମ୍ଭ କଲେ। ଗାଁ ଲୋକେ ରାତିସାରା ଜଙ୍ଗଲରେ ଖୋଜାଖୋଜି କରିଥିଲେ। ବହୁତ ଖୋଜିବାପରେ ଝିଅଟିର ବିକୃତ ମୃତଦେହ ତାଙ୍କ ଘରଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ମିଳିଥିଲା। ଏହି ଦୃଶ୍ୟ ଯିଏ ଦେଖୁଥିଲେ ସେ ଭୟଭୀତ ହୋଇପଡ଼ିଥିଲେ।
ସୂଚନା ପାଇବାପରେ ପୋଲିସ ଏବଂ ବନବିଭାଗ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଗ୍ରାମବାସୀ କ୍ରୋଧିତ ହୋଇ ପ୍ରଶାସନ ବିରୋଧରେ ପ୍ରତିବାଦ କରିବା ଆରମ୍ଭ କରିଥିଲେ। ସେମାନେ ଦାବି କରିଥିଲେ ଯେ, ଦୀର୍ଘଦିନ ଧରି ଅଞ୍ଚଳରେ ଚିତାବାଘ ଆତଙ୍କ ଦେଖାଦେଇଥିଲା। ତଥାପି ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିଲା। କ୍ରୋଧିତ ଗ୍ରାମବାସୀ ପ୍ରଥମେ ଅଧିକାରୀମାନଙ୍କୁ ମୃତଦେହ ନେବାକୁ ବାରଣ କରିଥିଲେ। ଏବଂ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଆସିବାକୁ ଦାବି କରିଥିଲେ। କାରଣ ଅନେକ ଦିନରୁ ବାଘ ବୁଲୁଥିବାର ଅଭିଯୋଗ ହୋଇଥିଲେ ମଧ୍ୟ କେହି ଚେତୁ ନ ଥିଲେ। ପ୍ରଶାସନର ଅବହେଳା ପାଇଁ ଜଣେ କୁନି ଶିଶୁର ଜୀବନ ଚାଲିଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚୌବଟ୍ଟାଖାଲ ଉପ-ଜିଲ୍ଲାପାଳ ରେଖା ଆର୍ଯ୍ୟ ଏବଂ ବନ ବିଭାଗର ଡିଏଫଓ ମହାତିମ ଯାଦବ ଶୁକ୍ରବାର ସକାଳେ ଗାଁରେ ପହଞ୍ଚିଥିଲେ। ସେମାନେ ଗାଁ ଲୋକଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ଏବଂ ସମସ୍ତ ପ୍ରକାରର ସାହାଯ୍ୟର ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ, ଝିଅଟିର ଘର ନିକଟରେ ପୋଷ୍ଟମର୍ଟମ କରାଯାଇଥିଲା ଏବଂ ମୃତଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା।
ଏହାସହ ପଢ଼ନ୍ତୁ: କୋଟାରେ ଗୋଟିଏ ପରିବାରରୁ ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ; ଅପରାଧ କଣ ଥିଲା ?
ଏହି ଘଟଣା ପରେ, ବନ ବିଭାଗ ଚିତାବାଘ ପାଇଁ ଏକ ନିରୀକ୍ଷଣ ଅଭିଯାନ ଆରମ୍ଭ କରିଛି। ଅଧିକାରୀମାନେ କହିଛନ୍ତି ଯେ ଅଞ୍ଚଳରେ ପାଟ୍ରୋଲିଂ ବୃଦ୍ଧି କରାଯାଇଛି ଏବଂ ସମାନ ଘଟଣା ରୋକିବା ସହ ଚିତାବାଘକୁ ଧରିବାପାଇଁ ଖୁବଶୀଘ୍ର ଜୋରଦାର ପ୍ରୟାସ କରାଯିବ। ଏଭଳି ଘଟଣା ପରେ ପ୍ରଶାସନ ପୋଖରା ଏବଂ ବିରୋନଖାଲ ଅଞ୍ଚଳର ସ୍କୁଲ ଗୁଡ଼ିକୁ ଦୁଇ ଦିନ ଛୁଟି ଘୋଷଣା କରିଛି। ଗ୍ରାମବାସୀ ଭୟଭୀତ ଥିବାବେଳେ ପିଲାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି।

Related Topics
Explore more stories