Videos
|
National

Egg prices Hike / ଚିନି-ପିଆଜ ପରେ ରେକର୍ଡ଼ ଭାଙ୍ଗିଲା ଅଣ୍ଡା ଦର; ବଜାରରେ କେତେ ମହଙ୍ଗା ହେଲା କ'ଣ?

Subhramjit Ray
Browse all articles by Subhramjit Ray
·1 hour ago·3 min read
ଚିନି-ପିଆଜ ପରେ ରେକର୍ଡ଼ ଭାଙ୍ଗିଲା ଅଣ୍ଡା ଦର; ବଜାରରେ କେତେ ମହଙ୍ଗା ହେଲା କ'ଣ?
Egg prices Hike

Key Points

ଚିନି ଏବଂ ପିଆଜ ପରେ, ଅଣ୍ଡା ଦର ଏବେ ୪୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଖୁଚୁରା ବଜାରରେ ଗୋଟିଏ ଅଣ୍ଡା ୯ ଟଙ୍କାରୁ ୧୦ ଟଙ୍କାରେ ବିକ୍ରି ହେଉଛି। ହେଲେ କାହିଁକି ଅଣ୍ଡା ମହଙ୍ଗା ହେଉଛି ଏବଂ ଡିସେମ୍ବର ସୁଦ୍ଧା ଏହାର ମୂଲ୍ୟ କେତେ ବୃଦ୍ଧି ପାଇବ।
ବର୍ତ୍ତମାନ ଚିନି-ପିଆଜ ପରେ ଅଣ୍ଡା ମୂଲ୍ୟ ବୃଦ୍ଧିର ପ୍ରଭାବ ସବୁଠି ଅନୁଭୂତ ହେଉଛି। ପ୍ରଥମେ ଚିନି, ପରେ ପିଆଜ ଆଉ ଏବେ ଅଣ୍ଡା ମୂଲ୍ୟରେ ମଧ୍ୟ ପ୍ରବଳ ବୃଦ୍ଧି ହୋଇଛି। ବିଗତ ୧ ବର୍ଷ ସମଗ୍ର ଦେଶରେ ଅଣ୍ଡା ମୂଲ୍ୟ ପ୍ରାୟ ୪୦% ବୃଦ୍ଧି ପାଇଛି। ଅନେକ ସହରରେ, ଖୁଚୁରା ବଜାରରେ ଗୋଟିଏ ଅଣ୍ଡା ୯ ଟଙ୍କାରୁ ୧୦ ଟଙ୍କାରେ ବିକ୍ରି ହେଉଛି। ଚିନି ଏବଂ ପିଆଜ ମୂଲ୍ୟ ବୃଦ୍ଧିର ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡୁଛି।

ବର୍ତ୍ତମାନର ଅଣ୍ଡାର ମୂଲ୍ୟ କେତେ?
National Egg Coordination Committee (NECC) ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଦିଲ୍ଲୀରେ ଗୋଟିଏ ଅଣ୍ଡାର ମୂଲ୍ୟ ୬ ଟଙ୍କା ରହିଛି। ସେହିପରି କୋଲକାତାରେ ଏହାର ମୂଲ୍ୟ ପ୍ରାୟ ୬.୦୨ ଟଙ୍କା ରହିଛି। ହେଲେ ତଥାପି ଗ୍ରାହକ ସ୍ଥାନୀୟ ବଜାରରେ ଅଧିକ ମୂଲ୍ୟ ଦେଉଛନ୍ତି। ଅନେକ ସ୍ଥାନରେ ଗୋଟିଏ ଅଣ୍ଡାର ମୂଲ୍ୟ ୯ ଟଙ୍କାରୁ ୧୦ ଟଙ୍କା ବିକ୍ରି ହେଉଛି।

୪ ସେପ୍ଟେମ୍ବର ୨୦୨୬ ସୁଦ୍ଧା ବଜାର ତଥ୍ୟ ଅନୁଯାୟୀ, ଦେଶରେ ଅଣ୍ଡାର ପାଇକାରୀ ଏବଂ NECC ସୁପାରିଶ ମୂଲ୍ୟ ପ୍ରତି ଅଣ୍ଡା ପିଛା ୪ ଟଙ୍କା ୯୦ ପଇସା ରହିଥିଲା। ୩୦ ପିସ୍ ରହିଥିବା ଏକ ଅଣ୍ଡା ଟ୍ରେ ମୂଲ୍ୟ ₹୧୪୭ ଏବଂ ୨୧୦ ପିସ୍ ରହିଥିବା ଏକ ଅଣ୍ଡା ଏକ ବାକ୍ସର ମୂଲ୍ୟ ୧୦୨୯ ଟଙ୍କା ରହିଥିଲା। ସୁପର ମାର୍କେଟ୍‌ ଠାରେ ଗୋଟିଏ ଅଣ୍ଡାର ମୂଲ୍ୟ ପ୍ରାୟ ୫ ଟଙ୍କା ୩୯ ପଇସା ଥିଲା। ହେଲେ ତଥାପି ଅଣ୍ଡାର ମୂଲ୍ୟ ସହର ଅନୁସାରେ ଭିନ୍ନ ହୋଇପାରେ।

ଏହା ସହ ପଢନ୍ତୁ: ଚିନି ଦର ହ୍ରାସ ପାଇଁ ବଡ଼ ପ୍ରୟାସ; ହ୍ରାସ ପାଇଛି ପଇକାରୀ ମୂଲ୍ୟ, ଖୁବ୍ର ଶୀଘ୍ର ହ୍ରାସ ପାଇବ ଖୁଚୁରା ଦାମ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଣ୍ଡାର ମୂଲ୍ୟ ବୃଦ୍ଧି ପାଇବାର କାରଣ କ’ଣ?
ଅଣ୍ଡାର ମୂଲ୍ୟ ବୃଦ୍ଧି ପାଇଁ ଅନେକ କାରଣ ଦର୍ଶାଯାଉଛି। କୁକୁଡ଼ା ଖାଦ୍ୟ ଖର୍ଚ୍ଚ ବୃଦ୍ଧି, ଚାହିଦା ବୃଦ୍ଧି ଏବଂ ଉତ୍ପାଦନ ହ୍ରାସ ମୁଖ୍ୟ କାରଣ। ମକା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। କେତେତ ବଜାରରେ ମକା ପ୍ରତି କିଲୋଗ୍ରାମ ପିଛା ୨୨ ଟଙ୍କାରୁ ୩୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଦେଶରେ ହେଉଥିବା ମୋଟ କୁକୁଡ଼ା ଉତ୍ପାଦନର ପ୍ରାୟ ୬୫ ପ୍ରତିଶତରୁ ୭୦% ଖାଦ୍ୟ ଭାବରେ ବ୍ୟବହୃତ ହୋଇଥାଏ। ମକା ମୂଲ୍ୟରେ ବୃଦ୍ଧି ସିଧାସଳଖ ଅଣ୍ଡା ଉତ୍ପାଦନ ଖର୍ଚ୍ଚକୁ ପ୍ରଭାବିତ କରିଥାଏ। ସାମ୍ପ୍ରତିକ ତଥ୍ୟ ଅନୁଯାୟୀ ମକା ମୂଲ୍ୟ ପ୍ରତି ଟନ୍ ପିଛା ପ୍ରାୟ ୨୬,୫୦୦ ଟଙ୍କା ରହିଛି। ପ୍ରାୟ ୩ ବର୍ଷ ପୂର୍ବେ ଏହାର ମୂଲ୍ୟ ପ୍ରତି ଟନ୍ ପିଛା ପ୍ରାୟ ୧୪,୦୦୦ ଟଙ୍କା ରହିଥିଲା।

୬୦ ଟଙ୍କା ପାର ହେଲା ଚିନି ମୂଲ୍ୟ
ଅଣ୍ଡା ପୂର୍ବରୁ, ଚିନି ମୂଲ୍ୟରେ ମଧ୍ୟ ତୀବ୍ର ବୃଦ୍ଧି ଦେଖାଯାଇଥିଲା। ୨୦୨୬ ଜୁଲାଇ ୪ ତାରିଖରେ ଦେଶର ପ୍ରମୁଖ ବଜାରରେ ଚିନିର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୪୮ ଟଙ୍କା ରହିଥିଲା। ବର୍ତ୍ତମାନ ଏହାର ମୂଲ୍ୟ ପ୍ରତି କିଲୋଗ୍ରାମ ପିଛା ୬୦ ଟଙ୍କା ପାର କରିସାରିଛି। ଯାହାର ଅର୍ଥ ହେଉଛି ପ୍ରାୟ ୨ ମାସ ମଧ୍ୟରେ ଚିନି ମୂଲ୍ୟ ପ୍ରାୟ ୨୫% ବୃଦ୍ଧି ପାଇଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ହାଇଦ୍ରାବାଦ ଠାରେ ଚିନିର ଖୁଚୁରା ମୂଲ୍ୟ ପ୍ରାୟ ୬୦ ଟଙ୍କା ରହିଥିବାର କୁହାଯାଉଛି। ଚେନ୍ନାଇ ଠାରେ ଏହାର ମୂଲ୍ୟ କେଜି ପିଛା ୬୧ ଟଙ୍କା ରହିଛି। । ଏହା ଦୈନନ୍ଦିନ ଆବଶ୍ୟକତା ଉପରେ ଖର୍ଚ୍ଚ ବୃଦ୍ଧି କରିଛି।

ଏହା ସହ ପଢନ୍ତୁ: ରାଜଧାନୀରେ ପହଞ୍ଚିଲା କାନ୍ଦା ଏକ୍ସପ୍ରେସ; ୫ ସହରରେ କେଜି ପିଛା ୩୫ ଟଙ୍କାରେ ମିଳିବ ପିଆଜ

ଆକାଶ ଛୁଆଁ ହୋଇଛି ପିଆଜ ମୂଲ୍ୟ; ଗୋଟିଏ ମାସରେ ହୋଇଛି ୪୨% ବୃଦ୍ଧି
ପିଆଜ ମୂଲ୍ୟ ମଧ୍ୟ ଲୋକଙ୍କୁ କୌଣସି ଆଶ୍ୱସ୍ତି ଦେଉନାହିଁ। ଦେଶର ପ୍ରମୁଖ ସହରରେ ପିଆଜର ଖୁଚୁରା ମୂଲ୍ୟ ପ୍ରତି କିଲୋଗ୍ରାମ ପିଛା ୫୦ ଟଙ୍କାରୁ ୬୫ ଟଙ୍କା ମଧ୍ୟରେ ରହିଛି। ସର୍ବଭାରତୀୟ ହାରାହାରି ଖୁଚୁରା ମୂଲ୍ୟ ପ୍ରତି କିଲୋଗ୍ରାମ ପିଛା ପ୍ରାୟ ୫୦.୫୦ ଟଙ୍କା ରହିଥିବାର ଜଣାପଡ଼ିଛି। ଅଗଷ୍ଟ ମାସରେ ପିଆଜର ହାରାହାରି ମୂଲ୍ୟ ପ୍ରତି କିଲୋଗ୍ରାମ ୩୫.୪୭ ଟଙ୍କା ରହିଥିଲା। ସେପ୍ଟେମ୍ବର ଆରମ୍ଭ ସୁଦ୍ଧା ଏହାର ମୂଲ୍ୟ ପ୍ରତି କିଲୋଗ୍ରାମ ପିଛା ୫୦.୫୦ ଟଙ୍କାରେ ପହଞ୍ଚିଥିଲା। ଯାହା ଗୋଟିଏ ମାସରେ ୪୨% ବୃଦ୍ଧି ପାଇଥିଲା। ଗତ ବର୍ଷ ସମାନ ସମୟରେ ପିଆଜର ହାରାହାରି ମୂଲ୍ୟ ପ୍ରତି କିଲୋ ୨୮.୪୮ ଟଙ୍କା ରହିଥିଲା। କିଛି ବଜାରରେ ଏହାର ମୂଲ୍ୟ ପ୍ରତି କିଲୋଗ୍ରାମ ପିଛା ୭୦ ଟଙ୍କାରୁ ୮୨ ଟଙ୍କାରେ ପହଞ୍ଚିଛି।