Videos
|
National

Kanda Express India / ରାଜଧାନୀରେ ପହଞ୍ଚିଲା କାନ୍ଦା ଏକ୍ସପ୍ରେସ; ୫ ସହରରେ କେଜି ପିଛା ୩୫ ଟଙ୍କାରେ ମିଳିବ ପିଆଜ

Subhramjit Ray
Browse all articles by Subhramjit Ray
·46 mins ago·2 min read
ରାଜଧାନୀରେ ପହଞ୍ଚିଲା କାନ୍ଦା ଏକ୍ସପ୍ରେସ; ୫ ସହରରେ କେଜି ପିଛା ୩୫ ଟଙ୍କାରେ ମିଳିବ ପିଆଜ
Kanda Express India

Key Points

ପିଆଜ ମୂଲ୍ୟ ବୃଦ୍ଧି ପାଇବାର ଆଶଙ୍କା କରି, ସରକାର ଏହାର ବଫର ଷ୍ଟକରୁ ପିଆଜ ଯୋଗାଣ ଆରମ୍ଭ କରିଛନ୍ତି। "କାନ୍ଦା ଏକ୍ସପ୍ରେସ" ପ୍ରଥମ ବ୍ୟାଚ୍ ସହିତ ଦିଲ୍ଲୀରେ ପହଞ୍ଚିଛି।
Kanda Express reaches at Delhi NCR: ଦେଶବ୍ୟାପୀ ପିଆଜ ଦର ବୃଦ୍ଧି ମଧ୍ୟରେ ଦର ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ସରକାର ବଫର ଷ୍ଟକ ମଧ୍ୟରୁ ବଜାରକୁ ପିଆଜ ଛାଡିବା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶର କୋଣ ଅନୁକୋଣ ପିଆଜ ନେଇ ଯାଉଥିବା, "କାନ୍ଦା ଏକ୍ସପ୍ରେସ" ନାସିକ ଠାରୁ ପ୍ରଥମ ବ୍ୟାଚ୍ ନେଇ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ଦେଶର ପ୍ରମୁଖ ସହର ଏବଂ ବହୁଳ ମାତ୍ରାରେ ବ୍ୟବହାର ହେଉଥିବା ଅଞ୍ଚଳକୁ ପିଆଜ ପରିବହନ ପାଇଁ ଉଭୟ ରେଳ ଏବଂ ସଡ଼କ ପରିବହନ ବ୍ୟବହାର କରାଯାଉଛି।

ପ୍ରତ୍ୟେକ ସହରକୁ ପଠାଯିବାକୁ ଥିବା ପିଆଜର ପରିମାଣ ସ୍ଥାନୀୟ ମୂଲ୍ୟ ଏବଂ ବଜାର ପରିସ୍ଥିତି ଉପରେ ଆଧାର କରି ନିର୍ଣ୍ଣୟ କରାଯିବ। ସରକାର NCCF (National Cooperative Consumers' Federation), NAFED (National Agricultural Cooperative Marketing Federation), କେନ୍ଦ୍ରୀୟ ଭଣ୍ଡାର ଏବଂ ଅନ୍ୟାନ୍ୟ ଖୁଚୁରା ଦୋକାନ ମାଧ୍ୟମରେ ପିଆଜ ବିକ୍ରି କରୁଛନ୍ତି। ଏହି କେନ୍ଦ୍ରରେ ପିଆଜର ମୂଲ୍ୟ କେଜି ପିଛା ୩୫ ଟଙ୍କା ଧାର୍ଯ୍ୟ କରାଯାଇଛି। ସରକାରଙ୍କ ଲକ୍ଷ୍ୟ ହେଉଛି ବଜାରରେ ପିଆଜର ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଋତୁକାଳୀନ କାରଣ ଯୋଗୁଁ ମୂଲ୍ୟ ବୃଦ୍ଧିକୁ ରୋକିବା।

ହ୍ରାସ ପାଇବ ପିଆଜ ଦର!

ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (NCCF) ଅଧ୍ୟକ୍ଷ ବିଶାଲ ସିଂହ କହିଛନ୍ତି, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଏହା ସନ୍ନିକଟସ୍ଥ ଅଞ୍ଚଳରେ ୧୫ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ପିଆଜ କିଲୋ ପିଛା ୩୫ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। NAFED ମଧ୍ୟ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଶସ୍ତା ପିଆଜ ବିକ୍ରି କରୁଛି। ଆଶା କରାଯାଉଛି ଯେ ଆଗାମୀ ୨-୩ ଦିନ ମଧ୍ୟରେ ଦିଲ୍ଲୀରେ ପିଆଜ ଦର ସାମାନ୍ୟ ହ୍ରାସ ପାଇବ। ବର୍ତ୍ତମାନ, ଶସ୍ତା ପିଆଜ ଯେପରି ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ ତାହା ନିଶ୍ଚିତ କରିବା ପାଇଁ ଆମେ ଏକ କିଲୋଗ୍ରାମ ବ୍ୟାଗ ପ୍ରସ୍ତୁତ କରିଛୁ।

ଏହା ସହ ପଢନ୍ତୁ: ୩୧ ଘଣ୍ଟା ବିଳମ୍ବରେ ଛାଡି଼ଲା କାାନ୍ଦା ଏକ୍ସପ୍ରେସ; NCCF-ପଣ୍ୟାଗାର ନିଗମ ଉପରେ ଲାଗିବ ଜରିମାନା

ପ୍ରତ୍ୟେକ ବ୍ୟକ୍ତି ଥରକେ ୧ କିଲୋଗ୍ରାମ ପର୍ଯ୍ୟନ୍ତ ପିଆଜ କିଣିପାରିବେ। ୧୦ NCCF Outlet ଏବଂ ୧୫୦ ଭାରତ ବ୍ରାଣ୍ଡ ଆଉଟଲେଟ୍ ଠାରେ ବିକ୍ରୟ ମଧ୍ୟ ଆରମ୍ଭ ହୋଇଛି।  ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ମୋଟ ୧୪୦ ଆଉଟଲେଟ୍ ଏବଂ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ପିଆଜ ବିକ୍ରୟ ଆରମ୍ଭ କରିଛୁ। କଳାବଜାରୀ ଯୋଗୁଁ କିଛି ସହରରେ ପିଆଜ ମହଙ୍ଗା ହୋଇଯାଇଛି। ଆମେ ଏବେ ଦେଶର ୫ ରାଜ୍ୟରେ କମ୍ ମୂଲ୍ୟରେ ପିଆଜ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛୁ। ଆଗାମୀ ୪-୫ ଦିନ ମଧ୍ୟରେ ଲକ୍ଷ୍ନୌ ଏବଂ ବାରାଣସୀ ଭଳି ସହରରେ NCCF ଖୁଚୁରା ଦୋକାନ ଏବଂ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ପିଆଜ ବିକ୍ରୟ ମଧ୍ୟ ଆରମ୍ଭ ହେବ। ବର୍ତ୍ତମାନ ପାଞ୍ଚଟି ସହରକୁ ଚୟନ କରାଯାଇ ଥିବା କହିଛନ୍ତି NCCF ଅଧ୍ୟକ୍ଷ ବିଶାଲ ସିଂହ।

କାନ୍ଦା ଏକ୍ସପ୍ରେସ୍ ପାଇଁ ହେଲା ସୁବିଧା
କାନ୍ଦା ଏକ୍ସପ୍ରେସ୍ ଚଳାଇବା ପଦକ୍ଷେପ ପିଆଜ ଉତ୍ପାଦନକାରୀ ଅଞ୍ଚଳରୁ ପ୍ରମୁଖ ବ୍ୟବହାର କେନ୍ଦ୍ରକୁ ବଫର ପିଆଜ ପରିବହନକୁ ସହଜ କରି ସରକାରଙ୍କ ମାଲ୍ ପରିବହନ ବ୍ୟବସ୍ଥାକୁ ମଜବୁତ କରିଛି। ୨୦୨୪-୨୫ ମଧ୍ୟରେ, ପ୍ରାୟ ୧୨,୦୦୦ ମେଟ୍ରିକ୍ ଟନ୍ ବଫର ପିଆଜ ୧୪ ରେଳ ରେକ୍ ମାଧ୍ୟମରେ ୫ ସହରକୁ ପରିବହନ କରାଯାଇଥିଲା। ୨୦୨୫-୨୬ ବର୍ଷରେ, ଏହି ପଦକ୍ଷେପକୁ ବିସ୍ତାର କରାଯାଇଥିଲା। ପ୍ରାୟ ୮୮,୦୦୦ ମେଟ୍ରିକ୍ ଟନ୍ ପିଆଜ ୮୬ ରେଳ ରେକ୍ ମାଧ୍ୟମରେ ଦେଶର ୧୬ ସହରକୁ ପରିବହନ କରାଯାଇଥିଲା।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: