Videos
|
National

ବିଜେପିରେ ମିଶିବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବିଜେପିରେ ମିଶିବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

ଅର୍ଗସ ବ୍ୟୁରୋ : ବିଜେପିରେ ମିଶିବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଆଜି ବିଜେପିରେ ମିଶିବେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମର ବରିଷ୍ଠ ନେତା ଚମ୍ପାଇ ସୋରେନ୍ । ଏନେଇ ପୂର୍ବରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଚମ୍ପାଇ ସୋରେନ ତାଙ୍କ ବିବୃତିରେ କହିଛନ୍ତି ଯେ ତାଙ୍କୁ ହେମନ୍ତ ସୋରେନଙ୍କ ନେତୃତ୍ବା ଧୀନ ଜେଏଏମ ଛାଡ଼ିବାକୁ ବାଧ୍ୟ କରାଯାଇଛି।

ଅଧିକ ପଢନ୍ତୁ : ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

ବର୍ତ୍ତମାନ ଜେଏମଏମ ତା’ର ଲକ୍ଷ୍ୟ ଓ ଆଭିମୁଖ୍ୟ ହରାଇ ସାରିଛି ବୋଲି ମଧ୍ୟ ଚମ୍ପାଇ ଅଭିଯୋଗ କରିଛନ୍ତି। ଜେଏମଏମ ମୋ ପରିବାର ଭଳି ଥିଲା। କିନ୍ତୁ ଏହି କିଛି ଦିନ ମଧ୍ୟରେ ଏମିତି କିଛି ଘଟିଥିଲା, ଯାହା ମୋତେ କଷ୍ଟ ଦେଇଥିଲା। ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ। ତେବେ ଜେଲରୁ ଜାମିନରେ ଆସିବା ପରେ ଚମ୍ପାଇଙ୍କୁ ହଟାଇ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ହେମନ୍ତ ସୋରେନ। ଏହାପରେ ଜେଏମ୍‌ଏମ୍‌ରେ ବିବାଦ ଦେଖାଦେଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: