Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାମଲାଲାଙ୍କ ମଥାରେ ସିଧାପଡିବ ସୂର୍ଯ୍ୟଙ୍କ କିରଣ

Jitendra Dash
Browse all articles by Jitendra Dash
·2 years ago·1 min read
ରାମଲାଲାଙ୍କ ମଥାରେ ସିଧାପଡିବ ସୂର୍ଯ୍ୟଙ୍କ କିରଣ

ଅର୍ଗସ ବ୍ୟୁରୋ : ଏପ୍ରିଲ ୧୭ରେ ରାମଲାଲାଙ୍କ ହେବ ସୂର୍ଯ୍ୟଅଭିଷେକ । ରାମଲଲାଙ୍କ ମସ୍ତକରେ ଦୃଶ୍ୟମାନ ହେବେ ସୂର୍ଯ୍ୟ ତିଲକ । ଏଥିପାଇଁ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ସୂର୍ଯ୍ୟ ତିଲକର ଟ୍ରାଏଲ ରନ ଗତକାଲି ହୋଇଛି । ଆସନ୍ତା ୧୭ ଦିନ ୧୨ଟାରେ ପ୍ରଭୁ ରାମଙ୍କ ପ୍ରକଟ ହେବାର ସମୟ ସ୍ଥିର କରାଯାଇଛି । ସେହି ସମୟରେ ସୂର୍ଯ୍ୟଙ୍କ କିରଣ ପ୍ରଭୁ ରାମଙ୍କ ମସ୍ତକରେ କିଭଳି ଆସି ପଡ଼ିବ ସେଥିପାଇଁ ବୈଜ୍ଞାନିକମାନେ ପ୍ରୟାସ ଚଳାଇଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ଅଭିନବ ଅଲୌକିକ ପ୍ରୟାସର ଗତକାଲି ଟ୍ରାଏଲ ହୋଇଛି । ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ ଏବଂ ରୁରକିର ସିଏସଆଇଆର-ସିବିଆରଅକ୍ର ସହଯୋଗରେ ଏହି ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଇଛି । ଉନ୍ନତ ଧରଣର ଦର୍ପଣ, ଲେନ୍ସ ଏବଂ ଅଷ୍ଟଧାତୁରେ ନିର୍ମିତ ପାଇପ ମାଧ୍ୟମରେ ସୂର୍ଯ୍ୟ ଆଲୋକ ରାମ ଲାଲାଙ୍କ ମସ୍ତକ ଉପରେ ପଡିବା ସହ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବଢାଇବାକୁ ବ୍ୟବସ୍ଥା କରାଯାଇଛି । ନିରନ୍ତର ୪ ମିନିଟ ଧରି ରାମଙ୍କ ମସ୍ତକରେ ସୂର୍ଯ୍ୟ କିରଣ ପଡ଼ି କିଭଳି ମୁଖମଣ୍ଡଲକୁ ଦୀପ୍ତମାନ କରିବ ସେଥିପାଇଁ ଯୋଜନା ହୋଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Four-Minute 'Surya Tilak' Of Ramlalla: Here's How The Temple Trust Is Preparing For Grand Ram Navami Celebration | Argus News