KBC To Jail / କିଏ ଅମିତା ସିଂହ ତୋମାର ? କେବିସିରୁ ଲକ୍ଷ ଲକ୍ଷ ଜିତିଥିଲେ, ଏବେ ଯିବେ ଜେଲ୍
·5 months ago·2 min read

Key Points
ଲୋକପ୍ରିୟ ଟିଭି ଶୋ' କେବିସିରେ ଜିତିଥିଲେ ୫୦ ଲକ୍ଷ
ଏବେ ୨.୫୭ କୋଟି ଟଙ୍କା ଠକେଇ ମାମଲାରେ ଫସିଛନ୍ତି

ଟେଲିଭିଜନର ଲୋକପ୍ରିୟ ଶୋ' 'କୌନ ବନେଗା କରୋଡପତି'ରେ ଅଂଶଗ୍ରହଣ କରି ପ୍ରାୟ ୫୦ ଲକ୍ଷ ଟଙ୍କା ଜିତିଥିଲେ ମଧ୍ୟପ୍ରଦେଶ ବିଜୟପୁର ତହସିଲଦାର ଅମିତା ସିଂହ । ହେଲେ ଏବେ ପ୍ରାୟ ୨.୫୭ କୋଟି ଟଙ୍କା ଠକେଇ ମାମଲାରେ ଫସିଛନ୍ତି । ୨୦୨୧ରେ ସାମ୍ନାକୁ ଆସିଥିବା ଏହି ବଡ଼ ଠକେଇ ମାମଲାରେ ପୋଲିସ ତତ୍କାଳୀନ ତହସିଲଦାର ଅମିତା ସିଂହଙ୍କୁ ଗୁରୁବାର ଗ୍ଵାଲିଅର ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି । ଏହି ମାମଲା ବହୁ ସମୟ ଧରି ତଦନ୍ତ ପ୍ରକ୍ରିୟାରେ ଥିବାବେଳେ ପୋଲିସ ଶେଷରେ ମୁଖ୍ୟ ଅଭିଯୁକ୍ତ ନିକଟରେ ପହଞ୍ଚିଛି ।
ଗ୍ଵାଲିଅର ବିଜୟପୁରର ତହସିଲଦାର ଅମିତା ସିଂହ ପୂର୍ବରୁ ଚର୍ଚ୍ଚାରେ ଥିଲେ । ସେ ଟିଭିର ଲୋକପ୍ରିୟ ଶୋ' କେବିସିରେ ଅଂଶଗ୍ରହଣ କରି ୫୦ ଲକ୍ଷ ଟଙ୍କା ଜିତିଥିଲେ । ଏଥିଲାଗି ତାଙ୍କୁ ଦେଶସାରା ଏକ ସ୍ଵତନ୍ତ୍ର ପରିଚୟ ମିଳିଥିଲା । ତାଙ୍କ ବିରୋଧରେ ଠକେଇ ମାମଲା ଥିବା ସତ୍ତ୍ଵେ ସେ ବହୁ ସମୟ ଧରି ପ୍ରଶାସନିକ ପଦରେ ଥିଲେ । ନିକଟରେ ସୁପ୍ରିମକୋର୍ଟରୁ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ଜିଲ୍ଲା ପ୍ରଶାସନ ତାଙ୍କୁ ବିଜୟପୁର ତହସିଲରୁ ହଟାଇ ଦେଇଥିଲେ ।
ଏହି ଠକେଇ ଘଟଣାରେ ଅଡିଟ୍ ଯାଞ୍ଚ ସମୟରେ ସବୁକିଛିର ପର୍ଦ୍ଦାଫାଶ ହୋଇଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ ଅନେକ ନକଲି ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମରେ ରିଲିଫ୍ ପାଣ୍ଠି ଉଠାଯାଇଥିଲା, ଯେତେବେଳେ ପ୍ରକୃତ ପୀଡିତଙ୍କୁ ସହାୟତା ପ୍ରଦାନ କରିବାରୁ ବଞ୍ଚିତ କରାଯାଇଥିଲା । କାଗଜପତ୍ର ହେରଫେର ଯୋଗୁଁ ସରକାରୀ ରାଜକୋଷକୁ ବହୁତ କ୍ଷତି ହୋଇଥିଲା । ପୋଲିସ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଏବଂ ଦୁର୍ନୀତି ନିବାରଣ ଆଇନ, ୧୯୮୮ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା ।
ତଦନ୍ତ ସମୟରେ, ଜଣେ SDOP ସ୍ତରୀୟ ଅଧିକାରୀ ୨୫ ଜଣ ପଟୱାରୀଙ୍କ ସମେତ ୧୧୦ ଜଣଙ୍କୁ ଅଭିଯୁକ୍ତ ଧରାପଡ଼ିଥିଲେ । ଏହି ମାମଲାରେ ଏପର୍ଯ୍ୟନ୍ତ ତହସିଲଦାରଙ୍କ ସମେତ ୨୨ ଜଣ ପଟୱାରୀଙ୍କୁ ଗିରଫ କରାଯାଇଛି । ଏସପି ସୁଧୀର କୁମାର ଅଗ୍ରୱାଲଙ୍କ କହିବାନୁସାରେ, ତତ୍କାଳୀନ ତହସିଲଦରା ଅମିତା ସିଂହଙ୍କ ସମ୍ପୃକ୍ତି ମଧ୍ୟ ଏଥିରେ ମିଳିଛି । ଗିରଫ ହେବା ପୂର୍ବରୁ ଅମିତା ନିଜ ଜିନିଷପତ୍ର ଧରି ଗ୍ଵାଲିଅର ଚାଲିଯାଇଥିଲେ । ସୁପ୍ରିମକୋର୍ଟ ଆଗୁଆ ଜାମିନ ଖାରଜ କରିବା ପରେ ସେ ବିଦେଶ ପଳାୟନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ପୋଲିସ ତାଙ୍କ ଉପରେ ନଜର ରଖିଥିଲା ଏବଂ ତାଙ୍କୁ ଗ୍ଵାଲିଅରରୁ ଗିରଫ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାମଲା ଯାଞ୍ଚ ସମୟରେ ବର୍ଷ ୨୦୨୧ ବନ୍ୟା ସମୟରେ ବଡ଼ ଧରଣର ଅନିୟମିତତା ହୋଇଥିଲା । ପ୍ରାୟ ୭୯୪ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ରିଲିଫ ପାଣ୍ଠି ବାଣ୍ଟିବା ପରିବର୍ତ୍ତେ ୧୨୭ ଜଣ ଅଯୋଗ୍ୟଙ୍କ ନାଁରେ ପ୍ରାୟ ୨.୫୭ କୋଟି ଟଙ୍କା ଉଠାଯାଇଥିଲା । ଯାଞ୍ଚ ବେଳେ ଏହା ମଧ୍ୟ ଜଣାପଡ଼ିଛି ଯେ କିଛି ସନ୍ଦିଗ୍ଧ ଖାତା ସମ୍ପୃକ୍ତ ଅଭିଯୁକ୍ତଙ୍କ ବନ୍ଧୁ ପରିଜନଙ୍କ ନାମରେ ଥିଲା ।
ଅଧିକ ଖବର ପଢନ୍ତୁ...
ଅଧିକ ଖବର ପଢନ୍ତୁ...
Related Topics
Explore more stories